୨୦୨୧ ରେ ଦେଶର ପ୍ରଥମ ସୂର୍ଯ୍ୟ ପରାଗ(10 June) ଓଡିଶାରେ ଦୃଶ୍ୟମାନ ହେବ କି ?

ଆସନ୍ତା ଜୁନ ମାସ ୧୦ ତାରିଖ ବୁଧବାର ଅର୍ଥାତ ଜେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଦେଶର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହି ବର୍ଷ ସମୁଦାଯ ୪ଟି ମହାଜାଗତିକ ଦ୍ରୁଶ୍ଯ ମହାକାଶରେ ଦେଖିବାକୁ ମିଳିବ । ସେଥି ମଧ୍ୟରୁ ୨ଟି ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ଅଟେ ।

ତେବେ ଆସନ୍ତା ଜୁନ ୧୦ ତାରିଖରେ ଆସୁଥିବା ସୂର୍ଯ୍ୟ ପରାଗ ଭାରତରେ କେଉଁ ସମୟରେ ଲାଗିବାକୁ ଯାଉଛି ଓ ସୁତକ ସମୟ କେତେ? ଏହି ସମୟରେ କେଉଁ ଉପାୟ କରିବା ଦ୍ଵାରା ଆମ ଜୀବନ ଉପରେ ଏହାର କୌଣସି କୁ ପ୍ରଭାବ ପଡିବ ନାହିଂ ଏହା ଜାଣିବା ନିହାତି ଜରୁରୀ । ତେବେ ବିଶେଷ କରି ଗର୍ଭବତୀ ମହିଳା କେଉଁ ଉପାୟ ଅବଲମ୍ବନ କରିବା ଉଚିତ ଜାଣିବା ଅତ୍ୟନ୍ତ ଆବଶ୍ୟକ ।

ତେବେ ଚନ୍ଦ୍ର ଗ୍ରହଣ ହେଉ ବା ସୂର୍ଯ୍ୟ ପରାଗ ହେଉ, ଏହାର ଅଧିକ ପ୍ରଭାବ ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ଅଧିକ ପଡିଥାଏ । ତେବେ ଏହି ସମୟରେ ଏହି ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ତେବେ ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆମ ଦେଶର ଆଂଶିକ ଭାବେ ଦୃଶ୍ୟମାନ ହେବ । ଏହାର ଗ୍ରାସ ସମୟ ଡିବା ୧ଟା ୪୨ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ବାଜି ୪୧ ମିନିଟ ପର୍ଯ୍ୟନ୍ତ ରହିବା । ଏହି ପରାଗ ମହାକାଶରେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।

ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ଓ ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ ହୋଇଥାଏ । ଏହି ସମୟକୁ ସୁତକ ସମୟ କୁହାଯାଇଥାଏ । ଏହି ସୂର୍ଯ୍ୟ ପରାଗ ଭାରତେରେ ଆଂଶିକ ପ୍ରଭାବ ହେଉଥିଲେ ମଧ୍ୟ ଏହା ଓଡିଶାରେ ଦୃଶ୍ୟମାନ ହେବ ନାହିଂ । ଅନ୍ୟ ଦେଶ ମାନଙ୍କରେ ଏହାର ସମ୍ପୂର୍ଣ ପ୍ରଭାବ ପଡିବ । ଯେମିତିକି ୟୁରୋପେ, ଆମେରିକା, କାନାଡା, ରୁଷ ଓ ଚାଇନାରେ ସମ୍ପୂର୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ ।


ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ପରାଗ ଭାରତରେ ଆଂଶିକ ଥିବାରୁ ଏହାର ସୁତକ ସମୟ ମାନ୍ୟ ହେବ ନାହିଂ, କାରଣ ଯେଉଁ ପରାଗ ଖାଲି ଆଖିରେ ଦେଖି ହୁଏ ନାହିଂ ସେହି ପରାଗରେ ସୁତକ ସମୟ ମାନ୍ୟ କରାଯାଇ ନଥାଏ । ତେବେ ଏହି ପରାଗ ଗର୍ଭବତୀ ମହିଳାଙ୍କ ଉପରେ ନିଶ୍ଚିନ୍ତ ଭାବରେ ପ୍ରଭାବ ପଖାଇବା । ଏହି ସମୟରେ ମହିଳା ମାନେ ବାହାରକୁ ବାହାରିବା ଅନୁଚିତ । ଯଦି ପରାଗ ସମୟରେ ସୁରଜ୍ୟଙ୍କ କିରଣ ଗର୍ଭବତୀ ମହିଳାଙ୍କ ଉପରେ ପଡିଥାଏ ତେବେ ଏହା ତାଙ୍କ ସନ୍ତାନର ଖ୍ଯାତି କରିଥାଏ ।

ଏହି ସମୟରେ ମହିଳା ମାନେ କଳା ବା ନୀଳ ରବଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଂ । ଏହାସହିତ ପରାଗ ସମୟରେ ନିଦ୍ରା କରିବା ସହିତ ନିଜ ମୁଣ୍ଡ ପାଖରେ ୭ଟି ଗୋଟା ହଳଦୀ ରଖନ୍ତୁ ଏବନ ପରାଗ ପରେ ଏହାକୁ ଶିବାଳୟରେ ଅର୍ପଣ କରନ୍ତୁ । ପରାଗ ସମୟରେ ଗର୍ଭବତୀ ମହିଳାମାନେ ଖାଦ୍ଯ ଗ୍ରହଣ କରି ପାରିବେ । ତେବେ ଏହି ସମୟରେ ଗର୍ଭବତୀ ମହିଳା ମାନେ ‘ଓମ ନମଃ ଶିବାୟ’ ମନ୍ତ୍ର ଜପକରିଲେ ଶୁଭପ୍ରଦ ହୋଇଥାଏ ।

Leave a Reply

Your email address will not be published. Required fields are marked *