ଆମ ଦେଶରେ ବିଭିନ୍ନ ପ୍ରକାର ମନ୍ଦିର ରହିଛି । ସବୁ ମନ୍ଦିର ଗୁଡିକ କିଛି ବିଶେଷ ପ୍ରାଧାନ୍ଯ ଓ ମହତ୍ଵ ରହିଛି । ଏମିତି କିଛି ମନ୍ଦିର ରହିଛି ଯେଉଁ ଠାରେ ଚଳନ୍ତି ଠାକୁର ବିରାଜମାନ କରିଛନ୍ତି । ଯାହାର ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କର ଜନ ସାମାଗମ ହୋଇଥାଏ । ଏମିତି କିଛି ମନ୍ଦିର ରହିଛି ଯାହାର କିଛି ବିଶେଷତ୍ଵ ରହିଛି ଯାହା ଗୁପ୍ତ ଭାବେ ଏବେ ବି ରହିଛି । କିଛି ମନ୍ଦିରର ରହସ୍ୟ ଲୋକ ଲୋଚନକୁ ଆସିଥିବା ବେଳେ ଆଉ କିଛି ମନ୍ଦିରର ଗୁପ୍ତ କଥା ଆଜି ବି ଲୁକ କାୟିତ ଭାବେ ଲୁଚି ରହିଛି ।
ଆପଣ ମାନେ ଜାଣିଥିବେ ଧବଳେଶ୍ଵର ମନ୍ଦିର ର ଆମ ଦେଶରେ ବିଷେଶ ମହତ୍ଵ ରହିଛି । ଏହି ମନ୍ଦିର ରେ ସ୍ଵୟଂ ମହାଦେବ ବିରାଜାମାନ କରିଥାନ୍ତି । ଯାହାଙ୍କର ଦର୍ଶନ ଓ କୃପା ପାଇବା ଆଶାରେ ଭକ୍ତ ମାନଙ୍କର ଭିଡ ଜମିଥାଏ । ତେବେ ଏହି ମନ୍ଦିର ପଛରେ କିଛି ବିଶେଷ ରହସ୍ୟ ମଧ୍ୟ ରହିଛି ଯାହା ଆମ ପୌରାଣିକ ରେ ଉଲେଖ କରା ଯାଇଛି । ଖୁବ କମ ଲୋକ ମାନେ ଧବଳେଶ୍ଵର ମନ୍ଦିର ବିଷୟରେ ଅନେକ ଗୁପ୍ତ ରହସ୍ୟ ବିଷୟରେ ଜାଣି ନାହାନ୍ତି । ଯେମିତି କି ଏହାର ଉତ୍ପତି କେବେ ହୋଇଥିଲା, କିଏ କରିଥିଲା ଏମିତି ଅନେକ କିଛି କଥା ।
ତେବେ ଆଜି ଆମେ ଆପଣ ମାନଙ୍କୁ ଧବଳେଶ୍ଵର ମନ୍ଦିର ବିଷୟରେ କିଛି ଗୁପ୍ତ କଥା ବିଷୟରେ କହିବାକୁ ଯାଉଛୁ । ସୂଚନା ଯୋଗ୍ୟ କି ଧବଳେଶ୍ବର ମନ୍ଦିର ଦ୍ଵାଦଶ ସପ୍ତାଦ୍ଦିରେ କେସରୀ ବଂଶୀୟ ରାଜା ମାନଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏହାର କିଛି ଦିନ ପରେ ଏହ ମନ୍ଦିର ଭାଙ୍ଗି ଯାଇଥିଲା । ଏହାର ପୁନ ନିର୍ମାଣ ସୂର୍ଯ୍ୟ ବଂଶୀ ରାଜା ପ୍ରତାପ ରୁଦ୍ର ଦେବ କରିଥିଲେ । ମନ୍ଦିର ସଲଗ୍ନ ପାହାଚ ଓ ନିକଟସ୍ଥ କୋଠରି ମାନ ସେହି ସମୟରେ ନିର୍ମାଣ ହୋଇଥିଲା ।
ଧବଳେଶ୍ଵର ଗର୍ଭ ଗୃହରେ ଧବଳେଶ୍ଵରଙ୍କ ସ୍ଵୟଂ ଭୂ ଲିଙ୍ଗାରେ ରହିଛି ନଳୀ ଓ ମହାକାଳଙ୍କ ଦଣ୍ଡାୟମାନ ମୂର୍ତ୍ତି । ଏହି ମନ୍ଦିରର ସମୁଖରେ ନୃଶିଙ୍ଘ ମନ୍ଦିର ଓ ହିରଣ୍ୟ କଶ୍ୟପ ବିଦାରମାନ ମୂର୍ତ୍ତି ରହିଛି । ମଣ୍ଡିଆର ଆଗରେ ବଳି ବାମନ ମୂର୍ତ୍ତି, ଦକ୍ଷିଣ ପାର୍ଶ୍ଵରେ ବେଢା କାଳୀ, ପ୍ରଭୁ ଗଣେଶଙ୍କ ମୂର୍ତ୍ତି ରହିଛି । ଏହି ମନ୍ଦିରର ପୂର୍ବ ଦିଗରେ କାର୍ତ୍ତିକେୟ ମନ୍ଦିର, ଉତ୍ତର ଦିଗରେ ମା ଧବଳ ଦୂର୍ଗା ପାର୍ବତୀଙ୍କ ମନ୍ଦିର ରହିଛି ।
ମୁଖ ଶାଳାରେ ବାମକୁ ରହିଛି ଅନନ୍ତ ବାସୁଦେବଙ୍କ ମନ୍ଦିର ରହିଛି । ଏହି ପୀଠର ବିଶେଷତ୍ଵ ହେଉଛି ଏହା ବୈଷ୍ଣବ ପୀଠରୁ ଶୈବ ପୀଠରେ ପରିଣତ ହୋଇଛି । ତେବେ ଏହା ଥିଲା ଧବଳେଶ୍ଵର ମନ୍ଦିର ର ବିଶେଷତ୍ଵ ଯାହା ଖୁବ କମ ଲୋକ ମାନେ ଜାଣିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।