ଧାରଣାରେ ବାଇଛନ୍ତି Dipika, ଥାନାକୁ ଗଲେ Dineshଙ୍କ ବାପା, ମା’… କଣ କହୁଛନ୍ତି ଦେଖନ୍ତୁ Video

ବନ୍ଧୁଗଣ ଦୀର୍ଘ ୬୬ ଦିନ ହେବେ କେ ଦୀପିକା ଧାରଣା ଦେଇ ବସିଛନ୍ତି ପ୍ରେମିକ ଦିନେଶ ଘର ଆଗରେ । ଆଉ ଏବେ ବି ଦୀପିକା ସେମିତି ଧାରଣାରେ ବସିଛନ୍ତି ସ୍ତ୍ରୀ ର ଅଧିକାର ଓ ନିଜ ପୁଅକୁ ବାପର ପରିଚୟ ଦେବା ପାଇଁ । ଘର ଭିତରେ ପ୍ରେମିକର ବାପା, ମା ଓ ପରିବାର ଲୋକେ ଥିବା ବେଳେ ବାହାରେ ବସିଛନ୍ତି ଦୀପିକା । ମଝିରେ ମଝିରେ ଦୀପିକା ବସିଥିବା ଜାଗାରେ ବାହାରକୁ ଯାଉଛନ୍ତି ଦିନେଶ ଙ୍କ ବାପା ମା । ହେଲେ ସମାଧାନର କିଛି ବାଟ ବାହାରୁ ନାହି ।

ଆଉ ଯେତେ ଦିନ ଯାଏଁ ତାଙ୍କୁ ନ୍ୟାୟ ନ ମିଳିଛି ସେତେ ଦିନ ଯାଏଁ ସେମିତି ବସିଥିବେ ବୋଲି କହିଛନ୍ତି ଦୀପିକା । ଗୁରୁବାର ଦିନ ଏହି ଘଟଣା କୁ ନେଇ ବ୍ରହ୍ମପୁର ବଡ ବଜାର ଥାନା ରେ ଅଭିଯୋଗ କରିଛନ୍ତି ଦୀପିକା । ସେ ଆଶ୍ରୟ ନେଇଥିବା ପାଲ କୁ ଚିରି ଦିଆଯିବା ସହ ଅତଙ୍କୁ ମାଡ ମରାଯିବା କଥା ଦୀପିକା ଥାନା ରେ ଏଟା ଦେଇଛନ୍ତି । ଆଉ ଏତାଲା ଆଧାର ରେ ଘଟଣା ସ୍ଥାଲୁ ପୋଲିସ ଆସି ତଦନ୍ତ କରିବା ସହ କେ ଦିନେଶ ଙ୍କ ବାପା ଦିଲ୍ଲୀପ କୁମାର ଓ ମା କେ ବିକାଶରୀ ଙ୍କୁ ଥାନା କୁ ଡାକି ପଚାରଉଚରା କରିଛି ପୋଲିସ ।

ଦୀପିକା ଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିବେ ଜଣା ପଡିଛି । ଦୀପିକା ଦିନେଶ ଙ୍କ ଘରେ ଆଗରେ ବସିଥିବା ବେଳେ କିଛି ଦିନ ପାଇଁ ଦିନେଶ ଙ୍କ ପରିବାର ଘର ଛାଡି ଚାଲି ଯାଇଥିଲେ । ହେଲେ ଗତ କାଲି ଦିନେଶ ଙ୍କ ପରିବାର ଘରକୁ ଆସିବା ପରେ ଦୀପିକା ବାନ୍ଧିଥିବା ପାଲ କୁ ଚିରି ଫୋପାଡି ଦେଇଥିଲେ । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । କିନ୍ତୁ ଏହାକୁ ନେଇ ନୂଆ ଖେଳ ଖେଳିଛନ୍ତି ଦିନେଶ ଙ୍କ ମା ଆଉ କହିଛନ୍ତି ସେ ଦିନେଶ ଙ୍କୁ ମହଦୀ ଘରୁ ବାହାର କରି ଦେଇଛନ୍ତି ।

ତେଣୁ ସେମାନେ ସେମାନଙ୍କ କଥା ବୁଝିବେ । ଆମେ ଆମ ଲାଇଫରୁ ବାହାର କରି ଦେଲୁ ତା ସହ ଆମର କିଛି ସମ୍ପର୍କ ନାହି । କାହା ପିଲା ଆମକୁ ଜଣା ନାହି ସେ ତା କଥା ବୁଝିବ ବୋଲି ଦିନେଶ ଙ୍କ ମା କହିଛନ୍ତି । ତେବେ ଦୀପିକା ଓ ଦିନେଶ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟ ଉଭୟ ଙ୍କୁ ଭଲ ପାଉଥିଲେ ହେଲେ ପରବର୍ତ୍ତୀ ସମୟରେ ଉଭୟ ଙ୍କ ମଧ୍ୟରେ ବିବାଦ ହୋଇଥିଲା । ଆଉ ବିବାଦ ଥାନା ରେ ପହଞ୍ଚି ଥିଲା ।

ଦୀପିକା ଙ୍କ ଅଭିଯୋଗ ଆଧାରରେ ରେ ଦିନେଶ ଜେଲ ଯାଇଥିଲେ ଆଉ ଜେଲ ରୁ ଫେରିବା ପରେ ଦିନେଶ ଧାରା ଛୁଆଁ ଦେଉ ନାହାନ୍ତି । ଏହାରି ଭିତରେ ଦୀପିକା ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ । ଆଉ ସେହି ପିଲାର ବାପା ଦିନେଶ ବୋଲି ଦୀପିକା ଦାବି କରି ଆସୁଛନ୍ତି । ତେବେ ଦେଖାଯାଉ ଏହି ଘଟଣା ଆଗକୁ କେଉମ ମୋଡ ନେଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *