ଧଳା ଚୁଟି ପାଇଁ ଯଦି ଆପଣ ଅଛନ୍ତି ଚିନ୍ତା ରେ, ତେବେ ଚିନ୍ତା କରନ୍ତୁନି ଆମେ ଆପଣ ଙ୍କ ପାଇଁ ଆଣିଛୁ ଜବରଦସ୍ତ ନ୍ୟାଚୁରାଲ ସମାଧାନ

ସମସ୍ତଙ୍କ ମୁଣ୍ଡ ରେ କଳା ଚୁଟି ବହୁତ ଶୋଭା ଦେଇଥାଏ । ଯଦି ବୁଢା ନ ହୋଇ ଆପଣଙ୍କ ଚୁଟି ଧଳା ହୋଇଯାଏ ଆପଣଙ୍କୁ ବହୁତ କଷ୍ଟ ହୁଏ । ପ୍ରଥମେ ଆପଣଙ୍କୁ ଜାଣିବାକୁ ହବ ଯେ ଚୁଟି ଧଳା କେମିତି ହୁଏ ଯାହା କି ଆପଣଙ୍କ ଯୌବନ ସମୟରେ । ହେଲେ ଚିନ୍ତା କରନ୍ତୁ ନି ଆମ ପାଖରେ ଗୋଟେ ଏମତି ଉପାୟ ଅଛି ଯାହା ଫଳରେ ଆପଣ ନିଜ ଧଳା ଚୁଟି କୁ କଳା କରିପାରିବେ ।

ବୟସ ବଢିବା ସହ ଚୁଟି ଧଳା ହେବା ଏକ ସ୍ଵାଭାବିକ କଥା କିନ୍ତୁ ଯୌବନରେ ଏ ସବୁ ପାଇଁ ଆମେ ନିଜେ ଦାୟୀ ।

ଏହାର ବହୁତ କାରଣ ରହିଛି ସେ ସବୁ ହେଲା, ଖାଦ୍ୟ ପେୟ, ପ୍ରଦୂଷଣ ଏବଂ ପାଣି ପବନ । ଏହି ସବୁ ଅସୁବିଧା ନିମିତ ଚୁଟି ଧଳା ହୋଇଥାଏ, ଠିକ ଟାଇମ ରେ ଠିକ ଜିନିଷ ନ ଖାଇବା, ପ୍ରଦୂଷିତ ଜଳ ବାୟୁ ଇତ୍ୟାଦି ପାଇଁ ଆପଣଙ୍କ ଚୁଟି ବହୁତ କମ ଟାଇମ ରେ ଧଳା ହୋଇଯାଏ । ଆପଣ ଚୁଟି କୁ କୃତ୍ରିମ ରୂପ ରେ କଳା କରିଲେ କୌଣସି ଫାଇଦା ହବନି ବାକି ଚୁଟି ସବୁ ମଧ୍ୟ ଧଳା ହେଇଯିବ ।

ଧଳା ଚୁଟି ପାଇଁ ଅଁଳା ର ପ୍ରୟୋଗ କରାଯାଇପାରିବ । ଅଁଳା, ମେହେନ୍ଦି ଓ ରିଟା କୁ ନେଇ ଭଲରେ ମିଶାନ୍ତୁ, ସପ୍ତାହ ରେ ୨ ରୁ ୩ ଥର ଲଗାନ୍ତୁ ୧ ଘଣ୍ଟା ପରେ ଚୁଟି କୁ ଧୋଇ ଦିଅନ୍ତୁ । ଦେଖିବେ ଧଳା ଚୁଟି ସବୁ କଳା ହୋଇଯିବ । ଚୁଟି କଳା କରିବା ପାଇଁ ଆଉ ଏକ ଉପାୟ କଞ୍ଚା ଅମୃତଭଣ୍ଡା କୁ ପେଷ୍ଟ କରିକି ଚୁଟିରେ ଲଗାନ୍ତୁ ୧୫ ମିନିଟ ପରେ ଚୁଟି କୁ ଧୋଇଦିଅନ୍ତୁ ଏହା ଫଳ ରେ ଚୁଟି କଳା ହେବ । ଏହି ଉପାୟ ସପ୍ତାହ କୁ ୨ ରୁ ୩ ଥର କରନ୍ତୁ ।

ଏହା ଛଡା ଅଲୋବେରା ପତ୍ର କୁ ଆଣି ପତ୍ର ର ଉପର ପରଦ କୁ ଛେଲିଦିଅନ୍ତୁ, ଭିତରେ ଥିବା ଜେଲ୍ଲୀ କୁ ଚୁଟିରେ ଲଗାନ୍ତୁ । ଏହା ଦ୍ଵାରା ଝଡୁଥିବା ଚୁଟି ଝଡିବନି ଧଳା ଚୁଟି କଳା ହେବ । ଯଦି ଆପଣଙ୍କ ଚୁଟି ମଧ୍ୟ ବୟସ ଆଗରୁ ଧଳା ହେଉଛି ତେବେ ଆପଣ ଏହି ସବୁ ଉପାୟ କରିକି ଦେଖନ୍ତୁ, ନିଶ୍ଚିତ ଭଲ ଫଳ ପାଇବେ ।

Leave a Reply

Your email address will not be published. Required fields are marked *