ଧନକୁ ଚୁମ୍ବକ ପରି ଟାଣି ଥାଏ ଏହି ଫୁଲ, ବାସ କରନ୍ତୁ ଏହି ଛୋଟ ଉପାୟ

ବନ୍ଧୁଗଣ ଆପଣ ମାନେ ଅପରାଜିତା ଫୁଲ ନିଶ୍ଚୟ ଦେଖିଥିବେ ଯାହାର ଅର୍ଥ ହେଉହକି କେବେ ବି ନ ହାରିବା । ଏହାର ଅନ୍ୟ ନାମ ହେଉଛି ନୀଳକଣ୍ଠ ଯାହା ମହାଦେବଙ୍କର ଅନ୍ୟ ଏକ ନାମ ଅଟେ । ଅପରାଜିତା ଆମ ଦୂର୍ଗାଙ୍କର ମଧ୍ୟ ନାମ ଅଟେ । ଏହା ଅତ୍ୟନ୍ତ ଗୁଣକାରୀ ଓ ଚମତ୍କାରୀ ଫୁଲ ହୋଇଥାଏ । ଏହା ଭାରତରେ ସବୁ ଋତୁରେ ଦେଖିବାକୁ ମିଳିଥାଏ । ଏହି ଫୁଲର ପ୍ରୟୋଗ ଦ୍ଵାରା ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବା ସହ ଧନ ସହ ଜଡିତ ସମସ୍ଯା ଦୂର ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଅପରାଜିତା ଫୁଲର ପ୍ରୟୋଗ ଦ୍ଵାରା କଣ ଫାଇଦା ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଶନିବାର ଦିନ ଅପରାଜିତା ଫୁଲର ମାଳା କରି ଘର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଘରେ ଖରାପ ଶକ୍ତିର ବାସ ରହେ ନାହି । ଘରେ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଏହି ମାଳାକୁ ପ୍ରଭୁ ହନୁମାନଙ୍କ ଠାରେ ଅର୍ପଣ କରି ଘର ମୁଖ୍ୟ ଦ୍ଵାରରେ ଲଗାଇଲେ ଘରେ ଥିବା ନଜର ବା ଦ୍ରୁଷ୍ଟି ଦୂର ହୋଇଥାଏ । ଏହା ସହ ଧନ ସମସ୍ଯା ଦୂର ହୋଇଥାଏ ।

୨- ଶନିବାର ବା ସୋମବାର ଦିନ ୫ଟି ଅପରାଜିତା ଫୁଲ ନେଇ ଜଳ ସ୍ରୋତରେ ଭସାଇ ଦିଅନ୍ତୁ । ଆପଣ ଏହି କାମ କରିବା ସମୟରେ ଯେମିତି କେହି ନ ଜାଣନ୍ତି ବା ଦେଖିବେ ନାହି ତାହା ପ୍ରତି ଧ୍ୟାନ ଦେବେ । ଏହି ଉପାୟ କରିବା ଦ୍ଵାରା ଧନ ସମସ୍ଯା ଦୂର ହେବା ସହ କରଜରୁ ମୁକ୍ତି ମିଳିଥାଏ । ଏହି ଉପାୟ ସପ୍ତାହର ୫ ଦିନ କରିବା ଉଚିତ ।

୩- ଯଦି ଆପଣ ଚାକିରି ଖୋଜୁଥାନ୍ତି ତେବେ ମା ଦୂର୍ଗାଙ୍କୁ ୧୧ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ଯଦି ଆପଣ ସର୍ବଦା ଏହି ଉପାୟ ନ କରି ପାରିବେ ତେବେ ନବରାତ୍ରି ବା ୨୧ଟି ମଙ୍ଗଳବାର ଦିନ କରନ୍ତୁ ।

୪- ପ୍ରତେକ ଶନିବାର ବା ମଙ୍ଗଳବାର ଦିନ କିଛି ଅପରାଜିତା ଫୁଲ ନେଇ ପ୍ରଭୁ ହନୁମାନଙ୍କ ଠାରେ ଅର୍ପଣ କରନ୍ତୁ । ସେହି ଫୁଲରୁ ଗୋଟିଏ ଫୁଲ ଆଣି ଆପଣ ନିଜ ପାଖରେ ରଖନ୍ତୁ । ଏପରି କରିବା ଦ୍ଵାରା ଧନର ସମସ୍ତ ସମସ୍ଯା ଦୂର ହୋଇଥାଏ ।

୫- ପ୍ରତେକ ସୋମବାର ଦିନ ଧଳା ବସ୍ତ୍ର ଧରାଣ କରି ଅପରାଜିତା ଫୁଲ ମହାଦେବଙ୍କ ନିକଟରେ ଅର୍ପଣ କରିଲେ ବ୍ୟବସାୟରେ ଭଲ ଲାଭ ହେବା ସହ ଧନ ବୃଦ୍ଧି ହୋଇଥାଏ । ପ୍ରତି ଗୁରୁବାର ଦିନ ଧଳା ଅପରାଜିତା ଫୁଲ ମା ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରିଲେ ଧନର ବର୍ଷା ହୋଇଥାଏ ।

୬- ଶନିବାର ଦିନ ଅପରାଜିତା ଗଛରେ ଦୀପ ଧୂପ ଦେଇ ପୂଜା କରି ସେଥିରୁ କିଛି ଚେର ଆଣି ନିଜ ଅଫିସ ବା ବ୍ୟବସାୟ କ୍ଷେତ୍ରରେ ଲଗାନ୍ତୁ । ଏହା କରିବା ଦ୍ଵାରା ଅଧିକ ଉନ୍ନତି ଆସିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *