ଧନତେରସର ପର୍ବ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଧନତେରସ ଧନ ଓ ତେରସ ଦୁଇଟି ଶବ୍ଦକୁ ଯୋଡି ତିଆରି କରାଯାଇଛି । ଧନର ଅର୍ଥ ସମୃଦ୍ଧି ଓ ତେରସର ଅର୍ଥ ୧୩ ଅଟେ । ବର୍ଷ ୨୦୨୧ରେ ଧନତେରସର ପର୍ବ ୨ ନଭେମ୍ବର ମଙ୍ଗଳବାର ଦିନ ପଡୁଛି । ପୌରାଣିକ କଥା ଅନୁସାରେ ଧନତେରସ ଦିନ ଯାହା ବି ଜିନିଷ କ୍ରୟ କରାଯାଏ ସେଥିରେ ୧୩ ଗୁଣା ଅଧିକ ବୁଦ୍ଧି ହୋଇଥାଏ । ଜ୍ୟୋତିଷୀଙ୍କ ଅନୁସାରେ ଧନତେରସରେ ଆରୋଗ୍ୟ ପାଇଁ ଭଗବାନ ଧନତ୍ବେରୀଙ୍କ ପୂଜା ବିଶେଷ ରୂପରେ ଫଳଦାୟୀ ହୋଇଥାଏ ।
ଏହି ଦିନରେ କୁବେର ଓ ମାତା ଲକ୍ଷ୍ମୀଙ୍କ ପୂଜା ବି କରାଯାଏ । ଆଜି ଆମେ ଆପଣଙ୍କୁ ୨୦୨୧ରେ ଧନତେରସର ଶୁଭ ଦିନ କ୍ରୟ କରାଯାଉଥିବା ୫ ଟି ଜିନିଷ ବିଷୟରେ କହିବୁ ଯାହାକୁ କିଣିବା ଦ୍ଵାରା ଆପଣଙ୍କ ଘରେ ସମୃଦ୍ଧି ଓ ଉନ୍ନତି ହେବ ।

ସାବୁତ ଧନିଆ
ମାନ୍ୟତା ଅଛି କି ଧନତେରସର ଶୁଭ ଦିନ ଆପଣ ସାବୁତ ଧନିଆର ମଞ୍ଜି କିଣି ଘରକୁ ଆଣୁଛନ୍ତି ତେବେ ଏହା ବହୁତ ହିଁ ଶୁଭ ହୋଇଥାଏ । ଧନତେରସ ଦିନ ଧନିଆ କ୍ରୟ କରି ଦୀପାବଳି ଦିନ ଲକ୍ଷ୍ମୀ ପୂଜା କରିବା ସମୟରେ ଏହି ଧନିଆକୁ ପୂଜା ସ୍ଥାନରେ ରଖି ପୂଜା କରିବା ଉଚିତ ଓ ଦୀପାବଳିର ଆସନ୍ତା ଦିନ ଧନିଆର ଏହି ମଞ୍ଜିକୁ ଘରର ବଗିଚା କିମ୍ବା କୌଣସି କୁଣ୍ଡରେ ପୋତି ଦିଅନ୍ତୁ । କୁହାଯାଏ କି ଏହି ସାବୁତ ଧନିଆ ଯେତିକି ହରା ଭରା ହୋଇଥାଏ ଘରର ଆର୍ଥିକ ସ୍ଥିତି ସେତିକି ଉନ୍ନତି କରିଥାଏ ।
ଲୁଣ
ଧନତେରସ ଦିନ ଲୁଣ କିଣି ଘରକୁ ଆଣୁଛନ୍ତି ତେବେ ଏହା ବହୁତ ହିଁ ଶୁଭ ହୋଇଥାଏ । ଏହିଭଳି କରିବା ଦ୍ଵାରା ଘରେ ଧନର ଆଗମନ ହୋଇଥାଏ । ଘରେ ସୁଖ ଶାନ୍ତିର ବାସ ହୋଇଥାଏ । ଏହା ସହିତ ଲୁଣ ଘରେ ସକରାତ୍ମକ ରଖିଥାଏ ।

ହଳଦୀ
ହଳଦୀକୁ ଶୁଭର ପ୍ରତୀକ କୁହାଯାଏ । ସେଥିପାଇଁ ସବୁ କାର୍ଯ୍ୟରେ ହଳଦୀର ବ୍ୟବାହାର କରାଯାଏ । ଧନତେରସ ଦିନ ହଳଦୀ କିଣିବା ବହୁତ ହିଁ ଶୁଭ ହୋଇଥାଏ । ଧନତେରସ ଦିନ କଞ୍ଚା ହଳଦିଆ କିମ୍ବା କଳା ହଳଦୀ କିଣି ଏହାକୁ କୌଣସି ଭଲ କପଡାରେ ରଖି ପୂଜା ସ୍ଥାନରେ ସ୍ଥାପିତ କରିଦେଉଛନ୍ତି ତେବେ ବର୍ଷ ସାରା ଆପଣଙ୍କ ଘରେ ଧନର ଆଗମନ ହେବ ।
ଝାଡୁ
ଝାଡୁରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ଧନତେରସ ଦିନ ଝାଡୁ କିଣିବା ବହୁତ ଶୁଭ ହୋଇଥାଏ । ଯଦି ଆପଣ ଧନତେରସ ଦିନ ନୂଆ ଝାଡୁ କିଣି ଘରକୁ ଆଣୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଜୀବନର ସବୁ ଦରିଦ୍ରତା ଦୂର ହୋଇଥାଏ ଓ କରଜରୁ ବି ମୁକ୍ତି ମିଳିଥାଏ ।

କଉଡି
କଉଡି ମାତା ଲକ୍ଷ୍ମୀଙ୍କ ବହୁତ ପ୍ରିୟ ହୋଇଥାଏ । ସେଥିପାଇଁ ମାନ୍ୟତା ଅଛି କି ଧନତେରସ ଦିନ କଉଡି କ୍ରୟ କରିବା ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସଙ୍ଗେ ସମ୍ମାନ ହୋଇଥାଏ । ଧନତେରସ ଦିନ ଏହାର ପୂଜା କରି ହଳଦିଆ ରଙ୍ଗର କପଡାରେ ବାନ୍ଧି ତିଜୋରିରେ ରଖିଲେ ଆର୍ଥିକ ସମସ୍ୟା ଦେଖାଯିବ ନାହିଁ ।
ପଦ୍ମ ଫୁଲ
ଧନତେରସ ଦିନ ଘରେ ପଦ୍ମ ଫୁଲ ଆଣିବା ବହୁତ ଶୁଭ ହୋଇଥାଏ । ଧନତେରସ ଦିନ ମାତା ଲକ୍ଷ୍ମୀଙ୍କ ପୂଜାରେ ପଦ୍ମ ଫୁଲ ଅର୍ପଣ କରିବା ଉଚିତ ।
