ରାବଣ ସଂହିତା ରେ ବର୍ଣ୍ଣିତ ଅଛି ଧନବାନ ହେବାର କିଛି ଉପାୟ- ନିଶ୍ଚୟ କରିକି ଦେଖନ୍ତୁ

ଅକ୍ଟୋବର ୮ ତାରିଖରେ ସାରା ଦେଶରେ ଉଷଚହର ସହିତ ଦଶହରା ପାଳନ ହୋଇ ସାରିଛି । ଏହାକୁ ବିଜୟାଦଶମୀ ମଧ୍ୟ କୁହାଯାଏ । ଏହି ଦିନରେ ମର୍ଯ୍ୟାଦା ପୁରୁଷ ଭଗବାନ ରାମ ରାବଣର ବଧ କରିଥିଲେ । ଏହିଦିନ ମାନବ ଜାତି ରାବଣ ର ଅତ୍ୟାଚାରରୁ ମୁକ୍ତି ପାଇଥିଲେ । ଏହାର ପ୍ରତୀକ ସ୍ୱରୂପ ବିଜୟାଦଶମୀ ଦିନ ଲୋକ ମାନେ ରାବଣ ର ମୂର୍ତିକୁ ଜାଳନ୍ତି, ଯାହାକୁ ଆମେ ରାବଣପୋଡି ବୋଲି ମଧ୍ୟ କହିଥାଉ ।  ରାବଣ ଜଣେ ରାକ୍ଷସ ଥିଲେ ମଧ୍ୟ ତାଙ୍କ ମଧ୍ୟରେ ଏମିତି ବହୁତ କିଛି ଭଲ ଗୁଣ ଥିଲା ଯାହାକୁ ଭଗବାନ ରାମଙ୍କ ସହ ସମସ୍ତ ଦେବୀ-ଦେବତା ପ୍ରଶଂସା କରୁଥିଲେ ।

ରାବଣ ବହୁତ ଗୁଡିଏ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ଏଥିପାଇଁ ସେ ମହାନ ପଣ୍ଡିତର ପଦବୀ ମଧ୍ୟ ହାସଲ କରିଥିଲେ ।

 

ରାବଣ ଜ୍ଯୋତିଷ ଓ ତନ୍ତ୍ର ବିଦ୍ୟାରେ ଅଗାଢ ପାଣ୍ଡିତ୍ୟର ଅଧିକାରୀ ଥିଲେ । ରାବଣ “ରାବଣ ସଂହିତା” ରଚନା କରିଥିଲେ, ଯେଉଁଥିରେ ସେ ଅନେକ ଉପାୟ ଦର୍ଶାଇଥିଲେ ଯାହାକୁ ବ୍ୟବହାର କରି ମଣିଷ ନିଜର ଭାଗ୍ୟକୁ ଚମକାଇପାରିବ । ତେବେ ଆସନ୍ତୁ ଜାଣିବା ରାବଣ ସଂହିତାର କିଛି ଉପାୟ- – ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାପାଇଁ କ୍ରମଶଃ ୨୧ ଦିନ ପର୍ଯ୍ୟନ୍ତ ରୁଦ୍ରାକ୍ଷ ମାଳା ନେଇ “ଓଁ ହିଂ ଶ୍ରୀ॰ କ୍ଳୀ॰ ନମଃ ଧ୍ୱ ଧ୍ୱ ସ୍ଵାହା” ମନ୍ତ୍ରର ଜପ କରିବା ଉଚିତ ।

-ରାବଣ, “ରାବଣ ସଂହିତା”ରେ ଦୂବକୁ ଚମତ୍କାରୀ ବୋଲି କହିଛନ୍ତି । କ୍ଷୀରରେ ଦୁବ ଘାସ ଦେଇ ମଥାରେ ତିଳକ କଲେ ଧନ ପ୍ରାପ୍ତି ହୋଇଥାଏ ।

-ରାବଣ ସଂହିତା ମୁତାବକ ବେଲପତ୍ରକୁ ବାଟି ଚନ୍ଦନ ଲଗାଇଲେ ନିଜର ଯଶ ବୃଦ୍ଧି ହୋଇଥାଏ ।

– ଧନ ସମ୍ବଧିତ ସମସ୍ୟାର ନିବାରଣ ପାଇଁ “ଓଁ ସରସ୍ଵତୀ ଈଶ୍ଵରୀ ଭଗବତୀ ମାତା କ୍ରା॰ କ୍ଳୀ॰ ଶ୍ରୀ॰ ଶ୍ରୀ॰ ମମ ଧନମ ଦେହି ଫଟ ସ୍ଵାହା “ ମନ୍ତ୍ର ଲାଗାତର ୪୦ଦିନ ଜପ କଲେ ମାତା ମହାଲକ୍ଷ୍ମୀଙ୍କର କୃପା ବୃଦ୍ଧି ହୋଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *