ଚମଡାର ତେଜ କମି ଗଲାଣି । ଆଖିର ତେଜ ଆଉ ଆଗ ଭଳି ନାହି । ଦୁର୍ବଳ ଶରୀର ସାଙ୍ଗକୁ ଅଣ୍ଟା ନଇଁ ପଡୁଛି ଆଉ ଚର୍ମ କୁଞ୍ଚନ କହି ଦେଉଛି ଏ ହେଉଛି ବଯସର ପରିବର୍ତ୍ତନ । ଏହି ବୟସରେ ପୁଅ ବୋହୁଙ୍କ ସେବା ପାଇବା କଥା ନାତି ନାତୁଣୀଙ୍କ ସହ ଛୁଆ ଭଳି ହସି ଖେଳି ସମୟ କାଟିବା କଥା । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏ ସୁଖ ନ ଥାଏ । ଏହି କରୁଣାକର କାହାଣୀ ହେଉଛି ୯୪ ବର୍ଷୀୟ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ଯିଏ ରାଉରକେଲା ସେକ୍ଟର-୬ ତାରା ତାରିଣୀ ବସ୍ତିରେ ତାଙ୍କ ଘର ।

କହିବାକୁ ଗଲେ ତାଙ୍କର ଘର ପରିବାର ସବୁ ଅଛି । ତଥାପି ବେସାହାରା । ତାଙ୍କର ଗୋଟିଏ ମାତ୍ର ପୁଅ କିନ୍ତୁ ସେ ବି ଭିନ୍ନ ହୋଇ ରହିଛି । ସାହି ପଡିସା ଯେତିକି ଦେଉଛନ୍ତି ସେତିକିରେ ସେ ଖାଇ ପିଇ ବଞ୍ଚିଛନ୍ତି । ଏବ ତ ଆଉ ଶେଯରୁ ଉଠିପାରୁ ନାହାନ୍ତି । କୃଷ୍ଣଚନ୍ଦ୍ର ଖୁଣ୍ଟିୟା କହିଛନ୍ତି ଯେ ସେ ଯେତେବଳେ ଚାକିରି କରୁଥିଲେ ସେତେବେଳେ ତାଙ୍କ ଘର ଲୋକେ ପଚାରୁ ଥିଲେ ।
କିନ୍ତୁ ଚାକିରିରୁ ଅବସର ନେବା ପରେ ତାଙ୍କ ପୁଅ ତାଙ୍କ ଠାରୁ ସବୁ ଟଙ୍କା ପଇସା ନେଇ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ବର୍ତ୍ତମାନ ସେ ଅନ୍ୟର ଭରସାରେ ବଞ୍ଚୁଛନ୍ତି । ସେ କେବଳ ଏତିକି ଇଚ୍ଛା କରୁଛନ୍ତି ତାଙ୍କୁ ଭାତ ଖାଇବାକୁ ଦେବା ପାଇଁ କେହି ନିଜର ରୁହନ୍ତୁ । କେହି ତାଙ୍କ ପାଖରେ ରହି ତାଙ୍କର ସବୁ ଦାୟିତ୍ଵ ନିଅନ୍ତୁ ବୋଲି ସେ କହିଛନ୍ତି ।

ଶାନ୍ତିରେ ପଡେ କଥା କହୁଥିବା ଲୋକ ତାଙ୍କ ପାଖରେ ରହୁ ବୋଲି କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି । ସେ ତାଙ୍କ ପୁଅ ବୋହୁ ପାଖକୁ ଫେରିବା ପାଇଁ ଅରାଜି ଅଛନ୍ତି । ଅନ୍ୟ କ୍ଷେତ୍ର ରେ ଆତଙ୍କ ପୁଅ ମଧ୍ୟ ନିଜ ଜିଦ ରେ ଅଟଳ ରହିଛି ।
ଶେଷରେ ବେସାହାରା କୃଷ୍ଣଚନ୍ଦ୍ର ଖୁଣ୍ଟିଆ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଉରକେଲା ସରକାରୀ ହସପିଟାଲକୁ ନିଆ ଯାଇଛି । ସେଠାରେ ତାଙ୍କର ସଠିକ ଭାବେ ଚିକିତ୍ସା କରାଯିବ । ସୂଚନା ଯୋଗ୍ୟ କି ଅନେକ ଦିନ ହେବ ସେ ସୁସ୍ଥ ଥିଲେ । ଆଉ ନିସଙ୍ଗ ନିରାଶ୍ରୟ ଭଳି ଏକା ବି ଥିଲେ ।
ତେବେ ତାଙ୍କ ପୁଅ ତାଙ୍କୁ ଘରକୁ ଫେରାଇ ନ ନେବା ପାଇଁ ଜିଦ ଧରି ବସିଛି । ବାସ୍ତବରେ ଦେଖିବାକୁ ଗଲେ ଆଜିର ଏ ଯୁଗରେ ଏମିତିକି ପୁଅ ପାଇ ସବୁ ବାପା ମା ମାନେ କାନ୍ଦି କାନ୍ଦି ନିଜର ଦିନ କାଟୁଥିବେ । ଯେଉଁ ବାପା ମା ନିଜ ପୁଅକୁ ଛୋଟରୁ ବଡ କରିବା ପାଇଁ ଏତେ ଦୁଖ କଷ୍ଟ ସାହି ଆସିଛନ୍ତି ଆଜି ସେଇ ପୁଅ ନିଜ ଜନ୍ମ କରିଥିବା ବାପା ମା ସହ ଏମିତି କରୁଛି । ପ୍ରକୃତରେ କୃଷ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ଏହି ଦୁଖଦାୟକ କାହାଣୀ ହୃଦୟସ୍ପର୍ଶୀ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
