Special Story: ଏମିତି ପୁଅକୁ ଧିକ୍‌! ମାଆ ମୁହଁରେ ଟିକିଏ ନିଆଁ ଦେବାକୁ ବି ମନା କରିଦେଲା

ଯଦି ଏହି ଦୁନିଆରେ ସବୁଠୁ ଅଧିକ କିଏ ତୁମକୁ ଭଲ ପାଏ ତେବେ ସେ ହେଉଛି ତୁମର ମା । ମାର ମମତାର କୌଣସି ସୀମା ନ ଥାଏ । ସେ ନିଜର ସନ୍ତାନକୁ ପିଲାଦିନୁ ହିଁ ନିଜର ପଣତକାନିରେ ଘୋଡାଇ ରଖିଥାଏ । ଯାହା ଦ୍ଵାରା କୌଣସି ବିପଦ ତାହା ଆଡକୁ ମାଡି ଆସିବ ନାହିଁ ।

କିନ୍ତୁ ଯେତେବେଳେ ପୁଅ ବଡ ହୋଇ ନିଜର ସେହି ମାକୁ ଅଲଗା କରିଦିଏ ତେବେ ଏହିଭଳି ପୁଅ ସଂସାର ପାଇଁ କୌଣସି କଳଙ୍କ ଠାରୁ କମ ନୁହେଁ । କହିବାକୁ ଗଲେ ଏହିଭଳି ଏକ ମାମଲା ମଧ୍ୟ ପ୍ରଦେଶର ଗ୍ୱାଲିୟରରେ ଦେଖିବାକୁ ମିଳିଛି । କହିବାକୁ ଗଲେ ଏଠି ଜଣେ ଯୁବକ ନିଜର ମାକୁ ମୁଖାଗ୍ନି ଦେବା ପାଇଁ ବି ମନା କରିଦେଲା କାରଣ ସେ ନିଜର ଧର୍ମ ପରିବର୍ତ୍ତନ କରିଥିଲା । ଶେଷ ସମୟରେ ବି ଏହି ପୁଅ ନିଜ ମାକୁ ଦେଖିବାକୁ ବି ଆସିଲା ନାହିଁ ।

୨ ଦିନ ପୂର୍ବେ ସରୋଜ ଦେବୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଶେଷ ସମୟରେ ସରୋଜ ଦେବୀଙ୍କ ପୁଅ ନା ହିଁ ନିଜ ମାକୁ ଦେଖିବାକୁ ଆସିଲା ଓ ନା ହିଁ ମୁଖାଗ୍ନି ଦେବା ପାଇଁ ରାଜି ହେଲା । ଏହା ପରେ ନାତୁଣୀ ଅର୍ଥାତ ଝିଅର ଝିଅ ୧୧୦୦ କିମି ଦୂର ଝାଡଖଣ୍ଡରୁ ଆସି ନିଜର ଆଈର ଅନ୍ତିମ ସଂସ୍କାର କରିଲା । ସରୋଜ ଦେବୀଙ୍କ ପୁଅ ପ୍ରତାପ ସିଂହ ନିଜର ଧର୍ମ ପରିବର୍ତ୍ତନ କରି ପ୍ରତାପ ସିଂହରୁ ଡେଭିଡ ହୋଇଯାଇଛନ୍ତି । ଜୁନ ୨ ରେ ମୃତ୍ୟୁ ପରେ ସେ ନିଜର ମାଙ୍କୁ କବର ଦେବାକୁ ଚାହୁଁ ଥିଲେ ।

କିନ୍ତୁ ସରୋଜ ଦେବୀଙ୍କ ନାତୁଣୀ ଶ୍ଵେତା ଏହା ବିଷୟରେ ଜାଣିବା ପରେ ସେ ଏହାକୁ ବିରୋଧ କରିଥିଲେ । କିନ୍ତୁ ସମାଜର କିଛି ବ୍ୟକ୍ତି ଡେଭିଡଙ୍କୁ ହିନ୍ଦୁ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରିବା ପାଇଁ ବୁଝାଇ ଥିଲେ । କିନ୍ତୁ ଡେଭିଡ ହିନ୍ଦୁ ନୀତି ଅନୁସାରେ ଅନ୍ତିମ ସଂସ୍କାର କରିବା ପାଇଁ ରାଜି ହେଲେ ନାହିଁ । ଏହା ପରେ ଲକଡାଉନ ଭଳି ସ୍ଥିତିରେ ବି ସରୋଜ ଦେବୀଙ୍କ ଝିଅର ଝିଅ ନିଜର ଆଈର ଅନ୍ତିମ ସଂସ୍କାର ହିନ୍ଦୁ ନୀତି ଅନୁସାରେ କରିବା ପାଇଁ ୧୧୦୦ କିମି ଝାଡଖଣ୍ଡରୁ ମଧ୍ୟ ପ୍ରଦେଶ ଆସିଲେ ।

କହିଦେଉଛୁ କି ଡେଭିଡ ନିଜ ମାଙ୍କ ର ବି ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । କିନ୍ତୁ ସରୋଜ ଦେବୀ ଏଥିପାଇଁ କେବେ ବି ରାଜି ହୋଇ ନ ଥିଲେ । ଏମିତିରେ ଶ୍ଵେତା ନିଜ ଆଈର ଶେଷ କର୍ମ ହିନ୍ଦୁ ନୀତି ଅନୁସାରେ କରିବା ପାଇଁ କହିଥିଲେ । ଏହା ପରେ ଶ୍ଵେତା ମାମୁଁ ଡେଭିଡଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି କି ଧର୍ମ ପରିବର୍ତ୍ତନ କରିବା ପରେ ସେ ତାଙ୍କ ମାଙ୍କ ସହ କଥାବାର୍ତ୍ତା କରିବାକୁ ଦେଉ ନ ଥିଲେ ।

ବଞ୍ଚିଥିବା ସମୟରେ ସରୋଜ ଦେବୀ ନିଜର ନାତୁଣୀ ଶ୍ଵେତା ସହ କଥାବାର୍ତ୍ତା ହେଉଥିଲେ କିନ୍ତୁ ଏହା ଜାଣିବା ପରେ ଡେଭିଡ ନିଜ ମାଙ୍କ ଠାରୁ ମୋବାଇଲ ଛଡାଇ ନେଉଥିଲେ । ଏମିତିରେ ପୋଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରୁଛି କି କେଉଁ ଧର୍ମରେ ଲେଖା ହୋଇଛି କି ତୁମେ ନିଜ ମାର ଅନ୍ତିମ ସଂସ୍କାର କରି ପାରିବ ନାହିଁ । ଏହା ସହିତ ଏହି ଘଟଣା ପରେ ଏହି ପ୍ରଶ୍ନ ଉଠୁଛି କି କଣ ଧର୍ମ ବଡ ନା ମା ବଡ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *