ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ହଟୁଛି କଳା ବାଦଲର ଛାୟା । ଆସୁଛି ସୁଖର ସମୟ । ଏବେ ପାରିବାରିକ କଳହ ଦୂର ହୋଇ ପ୍ରେମ ସମ୍ପର୍କ ଗଢିବାରେ ଲାଗିଛି । ଏବେ ଗଢି ଉଠିଛି ବ୍ରଂହପୁରର ବୋହୁ ତପସ୍ଵିନୀ ଓ ସୁମିତଙ୍କ ବୈବାହିକ ଜୀବନ । ପ୍ରେମ ଆକାଶରେ ହାତ ଧରାଧରି ହୋଇ ଏହି ଦୁଇ ପ୍ରେମୀ ଆଗକୁ ବଢିବେ । ଏଥିପାଇଁ କୋର୍ଟ ମଧ୍ୟ ରାସ୍ତା କରିବାରେ ଲାଗିଛି । କଥାରେ ଅଛି ସଂସାର ଚାଲିବା ପାଇଁ ଦୁଇ ଦମ୍ପତିଙ୍କର ଏକତ୍ର ରହିବା ଜରୁରୀ ହୋଇଥାଏ ।
ଏବେ ଖୁଶିର ଦିନ କାଟୁଛନ୍ତି ସୁମିତ ଓ ତପସ୍ଵିନୀ । ଏ କଥା ବିଷୟରେ ଜଣାଇଛନ୍ତି ତପସ୍ଵିନୀଙ୍କ ଓକିଲ । ଏହା ସହ କୋର୍ଟ ମଧ୍ୟ ଅନେକ ରାୟକୁ କୋହଳ କରି ଦେଇଛନ୍ତି । କୋର୍ଟର କହିବା ଅନୁସାରେ ଦୁହିଙ୍କୁ ଆଉ ପୋଲିସ ପ୍ରୋଟେକ୍ସନ ମିଳିବ ନାହି । ଉଭୟଙ୍କ ବ୍ୟବହାର ଭଲ ହେବା ସହ ଦୁହେଁ ମନ ମିଶି ଚଳିବାରୁ ଏବେ ଆଉ ଆବଶ୍ୟକତା ନାହି ପୋଲିସ ପ୍ରୋଟେକ୍ସନ ।
ଦୁହେଁ ସାଧାରଣ ନାଗରିକଙ୍କ ଭଳି ଜୀବନ ଯାପନ କରୁଛନ୍ତି । ଅନ୍ୟ କ୍ଷେତ୍ର ରେ ଆସିକା IIC ବହୁତ ଭଲ କାମ କରି ଦେଖାଇଛନ୍ତି । ଦୁହିଙ୍କୁ ମିସାଇବାକୁ ଚେଷ୍ଟା କରିଛନ୍ତି ଆସିକା IIC । ଏହା ସହ ଦୁହିଙ୍କୁ ଏକାଠି ରହିବା ପାଇଁ ଅନେକ ଗୁଡିର ଘର ମଧ୍ୟ ଦେଖାଇଛନ୍ତି । କିନ୍ତୁ ଉଭୟ ନିଜ ମନ ପସନ୍ଦର ଘର ଖୋଜୁଛନ୍ତି ।
ସୂଚନା ମୁତାବକ ସୁମିତଙ୍କ ହସପିଟାଲ ପାଖରେ ଘର ଦେଖିବେ ତପସ୍ଵିନୀଙ୍କୁ ନେଇ ରହିବା ପାଇଁ । ନିଜ ସ୍ତ୍ରୀଙ୍କର ଖାଇବା ପିଇବା ଠାରୁ ଆରମ୍ଭ କରି ତାଙ୍କର ସବୁ ଖୁସି ପ୍ରତି ସବୁ କର୍ତ୍ତବ୍ୟ ପୁରା କରିବେ ସୁମିତ । ଏଥର ବାପା, ମା ଙ୍କ ସହ ପ୍ରମିଳା ମାଉସୀ ଆଶୀର୍ବାଦ ଦେବେ ଏହି ଦୁଇ ଦମ୍ପତିଙ୍କୁ ।
ମଣିଷ ଜାଣତରେ ହେଉ ବା ଅଜାଣତରେ ହେଉ ଅନେକ ସମୟରେ ଭୁଲ କରି ବସେ । କିନ୍ତୁ ଯିଏ ନିଜର ପଛ କଥା ଭୁଲି ଆଗକୁ ବଢିଥାଏ ସେ ହିଁ ପ୍ରକୃତ ମଣିଷ । ଏବେ ସୁମିତଙ୍କ ବାପା ପ୍ରମୋଦ ବାବୁ ମଧ୍ୟ ନିଜ ବୋହୁ ତପସ୍ଵିନୀଙ୍କୁ ଆପଣେଇ ନେବେ । ଏତେ ଦିନ ମଧ୍ୟରେ ସୁମିତଙ୍କ ବାପା ମା ଙ୍କର ମନ ନିଶ୍ଚୟ ବଦଳି ଥିବ । ଅନ୍ୟ ପକ୍ଷେ ତପସ୍ଵିନୀଙ୍କ ବାପା ମା ମଧ୍ୟ ଚାହିଁବେ ତାଙ୍କ ଝିଅ ତାଙ୍କ ସ୍ଵାମୀଙ୍କ ସହ ମିସିକି ରହୁ ।
ଆସନ୍ତା ଶୁଣାଣି ୧୭ ତାରିଖରେ ହେବ ବୋଲି ସୂଚନା ମିଳିଛି । ଏହା ଭିତରେ ସୁମିତଙ୍କ ମନ କଥା ଓ ତାଙ୍କ ରାଏ ବିଷୟରେ ତାଙ୍କ ଓକିଲ ପଚାରିବେ । ୧୭ ତାରିଖରେ ତପସ୍ଵିନୀଙ୍କ ପିଟିସନ ଉପରେ ଶୁଣାଣି କରାଯିବା ପରେ ନିଶ୍ଚିନ୍ତ ଖୁସି ଖବର ସାମନାକୁ ଆସିବ ବୋଲି ଜଣା ପଡୁଛି । ଏ ସବୁ ସମଭାବ ହୋଇ ପାରିଛି ସବୁ ଓଡିଶାବାସୀଙ୍କ ପ୍ରେମ ଓ ପ୍ରାର୍ଥନା ଯୋଗୁ ।
ବନ୍ଧୁଗଣ ଆପଣ ମାନଙ୍କର ସୁମିତ ଓ ତପସ୍ଵିନୀଙ୍କ ପାରିବାରିକ ଜୀବନକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।