ଦୀପାବଳି ଦିନ ଏହି 5ଟି ଜାଗାରେ ଦୀପ ଲଗାଇଲେ ମା’ ଲକ୍ଷ୍ମୀ କରିବେ ଧନର ବର୍ଷା

ଆପଣ ମାନେ ଜାଣିଥିବେ ଅନ୍ଧକାର ଉପରେ ଆଲୋକର ବିଜୟକୁ ଦୀପାବଳି ଭାବେ ପାଳନ କରାଯାଏ । ଭାରତୀୟ ପରମ୍ପରା ଅନୁଯାୟୀ ଏହା ଏକ ପ୍ରମୁଖ ପର୍ବ ଭାବେ ଗଣନା କରାଯାଏ । ଦୀପାବଳିକୁ ନେଇ ଅନେକ ପୌରାଣିକ ଓ ଲୋକକଥା ରହିଛି । ରାମାୟଣରେ ମା ସୀତାଙ୍କୁ ପ୍ରଭୁଆରାମଚନ୍ଦ୍ର ରାବଣ କବଳରୁ ଉଧାର କରି ଓ ରାବଣର ବଦ୍ଧ କରି ଅଯୋଧ୍ୟାକୁ ଯେଉଁ ଦିନ ଫେରିଥିଲେ ସେହି ଦିନ ତହରୁ ଦୀପାବଳି ପାଳନ କରା ଯାଉଛି । ଏହି ଦିନ ଅଯୋଧ୍ୟା ବାସୀ ଦୀପ ଜାଳି ପର୍ବ ପାଳନ କରିଥିଲେ ।

ଏହି ଦିନ ମା ଲକ୍ଷ୍ମୀ ଯେଉଁ ଘରେ ବାସ କରିଥାନ୍ତି ସେହି ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ । ଆଜି ଆମେ ଆପଣ ମାନକୁ ଦୀପାବଳି ଦିନ କେଉଁ ଜାଗାରେ ଦୀପ ଲଗାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ୧- ଦୀପାବଳି ଦିନ ଆମେ ଘରେ ଦୀପ ଜଳାଇ ଆଲୋକିତ କରିଥାଉ । ଏମିତିକି ଘର ବାହାରେ ମଧ୍ୟ ଦୀପ ଲଗାଇଥାଉ । ଏହି ଦିନ ଅଶ୍ଵସ୍ତ ଗଛ ମୂଳେ ଏକ ଦୀପ ଜଳିବା ଉଚିତ । କୁହାଯାଏ ଅଶ୍ଵସ୍ତ ଗଛରେ ୩୩କୋଟି ଦେବାଦେବୀଙ୍କର ବାସ ରହିଛି । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୨- ଦୀପାବଳି ଦିନ ମା ଲକ୍ଷ୍ମୀଙ୍କର ଆଗମନ ନିମନରେ ଘରର ମୁଖ୍ୟ ଦ୍ଵାରାରେ ଦୁଇ ପାର୍ଶ୍ଵରେ ଦୁଇଟି ଦୀପ ଲାଗନ୍ତୁ । ଘରର ବାମ ଓ ଡାହାଣ ପଟେ ଦିପ ଜଳାନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର ପ୍ରବେଶ ହେବା ସହ ତାଙ୍କର କୃପା ଲାଭ ହୋଇଥାଏ । ଏହା ସହ ଘର ବାହାରେ ମଧ୍ୟ ଦୀପ ଜଳାଇବା ଉଚିତ ।

୩- ଦୀପାବଳି ଦିନ ନିଜ ଘରେ ଦୀପ ସଜାଇବା ସହ ପାଖରେ ଥିବା ମନ୍ଦିରକୁ ଯାଇ ଦୀପ ଜଳାନ୍ତୁ । ଏହା ଦ୍ଵାରା ଭଗବାନଙ୍କର କୃପା ଲାଭ ହେବା ସହ ସେବା କରିବାର ସୁଯୋଗ ମିଳିଥାଏ । ଏହା ସହ ଭଗବାନଙ୍କ ବାସ ସ୍ଥାନକୁ ଆଲୋକିତ କରି ପାରିବେ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ଲାଗି ରହିବ ।

୪- ଦୀପାବଳି ଦିନ ଘରେ ଦୀପ ଲଗାଇବା ସହ ଚଉଁରା ମୂଳେ ଦୀପ ଲାଗନ୍ତୁ । ଏହା କରିବା ଦ୍ଵାରା ମା ବୃନ୍ଦାବତୀଙ୍କ ଆଶୀର୍ବାଦ ମିଳିବା ସହ ଆମ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ଵାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ । ଘର ପରିବାରରେ ମାହୋଲ ହସ ଖୁସିର ରହିବ ।

୫- ଦୀପାବଳି ଦିନ ସୁନ ସାନ ଜାଗାରେ ଥିବା ଶିବଲିଙ୍ଗ ପାଖରେ ଦୀପ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୁଡ଼ା ହେବା ସହ ମହାଦେବଙ୍କ କୃପା ଲାଭ ହୋଇଥାଏ । ଏହା ସହ ଆପଣଙ୍କ ଘରେ ସୁଖ ଶାନ୍ତି ଲାଗି ରହିଥାଏ । ଘରେ ଓ ଜୀବନରେ ଯେଉଁ ସବୁ ସମସ୍ଯା ଲାଗି ରହିଥାଏ ତାହା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *