ଦିମାଗକୁ ତେଜ କରିବା ଓ ସ୍ମରଣ ଶକ୍ତି ବଢାଇବା ପାଇଁ ଏହି ପତ୍ରଠୁ ଅଧିକ ଭଲ ଆଉ କିଛି ନାହିଁ !

କରୋନା ଭାଇରସ ମହାମାରୀ ଆଉଥରେ ପୁଣି ଦୁନିଆକୁ ଆୟୁର୍ବେଦର ମହତ୍ଵ ବୁଝାଇଛି । ଭାଇରସର ସଂକ୍ରମଣରୁ ବଞ୍ଚିବା ପାଇଁ କେବଳ ଭାରତ ନୁହେଁ, ସାରା ଦୁନିଆରେ ସବୁଠୁ ବେସୀ ଇମ୍ୟୁନୀଟି ଶକ୍ତି ଥିବା ଜିନିଷର ବ୍ୟବହାର କରାଯାଉଛି । ସେଥିରେ ଅଧିକ ଆୟୁବେଦିକ ମତ ଓ ଔଷଧିର ପ୍ରୟୋଗରେ ବନାଯାଇଛି । ଗିଲୋୟ, ତୁଳସୀ, ଡାଲଚିନି, ଆମଲା ଏହି ସବୁ ଜିନିଷର ପ୍ରୟୋଗ ବେସୀ ଚାଲିଛି । କିନ୍ତୁ ଆଉ ଗୋଟିଏ ଆୟୁବେଦିକ ଗଛ ରହିଛି, ଏହା ବହୁତ ଗୁଣକାରୀ ଅଟେ । ଏହାର ଚର୍ଚା ଲୋକଙ୍କ ଭିତରେ କମ ରହିଛି ।

ଏହି ଗଛ ବ୍ରାହ୍ମୀ ଅଟେ । ବ୍ରାହ୍ମୀକୁ ଆୟୁର୍ବେଦରେ ମସ୍ତିସ୍କର ଶକ୍ତି ବଢାଇବା ଗଛ ବିଷୟରେ କୁହାଯାଇଛି । ଆୟୁର୍ବେଦିକ ଚୀକିତ୍ସା ବ୍ରାହ୍ମୀର ପ୍ରୟୋଗ ମସ୍ତିସ୍କ ସମ୍ବଧିତ ବହୁତ ପ୍ରକାର ରୋଗକୁ ରୋକିବା ପାଇଁ ବ୍ୟବହାର କରାଯାଏ । ଆସନ୍ତୁ ଜାଣିବା ଏହାର ଫାଇଦା ଓ  ଏହାର ବ୍ୟବହାର ବିଷୟରେ ।

Image Courtesy: Google

ମସ୍ତିସ୍କ ପାଇଁ ସବୁଠୁ ଭଲ ଔଷଧୀ ଅଟେ ବ୍ରାହ୍ମୀ

ବ୍ରାହ୍ମୀକୁ ମସ୍ତିସ୍କ ପାଇଁ ସବୁଠୁ ପ୍ରାକୃତିକ ଔଷଧୀୟ ବୋଲି କୁହାଯାଇଛି । ବ୍ରାହ୍ମୀର ସେବନ ଦ୍ଵାରା ସ୍ମରମ ଶକ୍ତିର କମି, ଭୁଲିବାର ରୋଗ, ଭାବିବାର କ୍ଷମତା, ବ୍ୟାବହାରିକ ଦକ୍ଷତା ଆଦିକୁ ବହୁତ ଭଲ ବନେଇବାରେ ସାହାର୍ଯ୍ୟ କରିଥାଏ । ଆମ ସମସ୍ତଙ୍କର ମସ୍ତିସ୍କରେ ବହୁତ ଗୁରୁତ୍ଵପୂର୍ଣ ଭାଗ ରହିଛି ଯାହାକୁ ହିପୋକ୍ୟାମ୍ପସ କୁହାଯାଏ । ଏହି ଭାଗରେ ମଣିଷର ମନେରଖିବା ଓ ଶିଖିବାର କ୍ଷମତାକୁ କଣ୍ଟ୍ରୋଲ କରିଥାଏ ।

ପରିକ୍ଷଣରୁ ଜଣାପଡିଛିକି ବ୍ରାହ୍ମୀ ସେବନ କରିବା ଦ୍ଵାରା ବ୍ଯକ୍ତିର ଏହି ଭାଗକୁ ଉତେଜିତ କରିବାରେ ସାହାର୍ଯ୍ୟ କରିଥାଏ । ଏହାଛଡା ବ୍ରାହ୍ମୀ ଗୋଟେ ଖାସ ତତ୍ଵ ଅଟେ, ବାକୋସାଇଡସ କୁହାଯାଏ । ଏହା ଡ୍ୟାମେଜ ହୋଇଥିବା ବ୍ରେନ ଓ ଟିସୁକୁ ସଜାଡି ଥାଏ । ଯାହାଦ୍ୱାରା ବ୍ୟକ୍ତିର ସ୍ମରଣ ଶକ୍ତି ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ ।

Image Courtesy: Google

କେମିତି କରିବେ ବ୍ରାହ୍ମୀର ପ୍ରୟୋଗ

ବ୍ରାହ୍ମୀ ଗଛରେ ତାର ପତ୍ର ସବୁଠୁ ଫାଇଦା ଦେଇଥାଏ । ଆପଣ ଏହି ପତ୍ରକୁ ପାଳଙ୍ଗ ଓ ଧନିଆ ଭଳି ପ୍ରତିଦିନ ଖାଇବାରେ ସାଲାଡ ଭଳି ବ୍ୟବହାର କରିପାରିବେ । ଏହାଛଡା ଆପଣ ଏହି ପତ୍ରକୁ ଦେଶୀ ଘିଅରେ ଛୁଙ୍କ ଲଗେଇ ରାନ୍ଧିକରି ପରିବାଭଳି ଖାଇ ପାରିବେ । ବ୍ରାହ୍ମୀର ପତ୍ରକୁ ପାଉଡର ବନେଇବି ଖାଇପାରିବେ । ବଜାରରେ ବ୍ରାହ୍ମୀ ପତ୍ର କ୍ୟାପସୁଲ ଭାବେ ମିଳୁଛି । ଆପଣ ବ୍ରାହ୍ମୀର ଜୁଷ ବନେଇ ପିଇପାରିବେ ଏହା ଅଧିକ ଫଳପ୍ରଦ ହୋଇଥାଏ ।

ଏମିତି ବନାନ୍ତୁ ବ୍ରାହ୍ମୀର ଜୁସ

ଜରୁରୀ ସାମଗ୍ରୀ :-

ବ୍ରାହ୍ମୀ ପତ୍ର ଗୋଟେ ମୁଠା

ଭଜାହୋଇଥିବା ଜୀରା ଗୋଟେ ଚାମଚ

ଶୁଖିଲା ନଡିଆ କୋରା ୨ /୩  ଚାମଚ

ଲୁଣ, ଚିନି କିମ୍ବା ଗୁଡ ଓ ଟିକେ ମସଲା

Image Courtesy: Google

ବ୍ରାହ୍ମୀ ଜୁସ ବନେଇବାର ବିଧି:-

ଗୋଟେ ମୁଠା ବ୍ରାହ୍ମୀ ପତ୍ର ନେଇ ଭଲରେ ଧୋଇ ଛୋଟ ଛୋଟ କାଟି ଦିଅନ୍ତୁ ।

ଏବେ ଏହାକୁ ବ୍ଲେଣ୍ଡରରେ ପକାଅ ଓ ଏହା ସହିତ ନଡିଆ, ଭଜା ଯାଇଥିବା ଜୀରା ଓ କିଛି ମସଲା ପକାନ୍ତୁ ।

ଟିକେ ପାଣି ଦେଇ ଭଲଭାବରେ ପେଶୀ ଦିଅନ୍ତୁ ।

ପେଷିବା ପରେ ସେହି ଜୁସକୁ ଛନାରେ ଛାଣିଦେବେ ।

ଏହାପରେ ସେଥିରେ ଗୁଡକୁ ଭାଙ୍ଗିକି ପକାନ୍ତୁ ଓ ଗୋଳେଇ ଦିଅନ୍ତୁ ।

ସ୍ଵାଦ ପାଇଁ ଟିକେ ଲୁଣ ପକାଇ ପିଇ ଦିଅନ୍ତୁ ।

Image Courtesy: Google

ସବୁ ଆୟୁର୍ବେଦିକ ଔଷଧୀ ଭଳି ବ୍ରାହ୍ମୀର ମଧ୍ୟ ବହୁତ ଫାଇଦା ସହିତ କିଛି କ୍ଷତି ମଧ୍ୟ ରହିଛି:-

ଯେଉଁ ଲୋକଙ୍କର ଥାଇରଡ ସମସ୍ଯା ରହିଛି ସେମାନଙ୍କୁ ବ୍ରାହ୍ମୀର ସେବନ କରିବା ଅନୁଚିତ କାରଣ ଏହା ଦ୍ଵାରା ସମସ୍ୟା ବଢି ପରେ । ହାର୍ଟ ରୋଗୀମାନେ ବିନା ଡାକ୍ତରଙ୍କ ପରାମର୍ଶରେ ସେବନ କରିବେ ନାହିଁ । କାରଣ ବହୁତ ବାର ଏହାର ସେବନ କରିବା ଦ୍ଵାରା ହାର୍ଟ ରେଟ କମିଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *