ଇତିହାସ ପାଲଟି ଯିବ ବଡ ପରଦା, ଦିନେ ସିନେମା ଚାଲୁଥିଲା ଆଜି ଲାଗିଛି TO- LET

ବର୍ତ୍ତମାନର ବଡ ଖବର ହେଉଛି ସାଲେପୁର ର ନିଶ୍ଚିନ୍ତକୋଇଲି ଅଞ୍ଚଳରେ ସିନେମା ହଲରେ ମାଲିକ ମାନେ ସିନେମା ବନ୍ଦ କରିବା ପାଇଁ ନିସ୍ପତି ନେଇଛନ୍ତି । କାରଣ ସିନେମା ହଲକୁ ଆଗକୁ ନେବା ପାଇଁ ଆଉ ସେମାନଙ୍କ ପାଖରେ ସମ୍ବଳ ମାହି । ଦିନ ଥିଲା ଏହି ରଙ୍ଗୀନ ପରଦାରେ ସିନେମା ଚାଲୁଥିଲା । ସତ ଲାଗୁଥିଲା ମିଛ କାହାଣୀ । ଦର୍ଶକ କହୁଥିଲେ ଏହା ଥିଲା ରୁପେଲି ପରଦା । ଦର୍ଶକ ମାନେ ହଲର ସିଟରେ ବସି କେତେବଳେ କାନ୍ଦି ପକାଉଥିଲେ ତ କେତେବେଳେ ନିଜକୁ ହିରୋ ବୋଲି ଭାବୁଥିଲେ ।

ଦର୍ଶକ ମାନଙ୍କ ମନୋରଜନ କରାଉଥିବା ସିନେମା ଏବେ ପାଲଟି ଯାଉଛି ଭୂତକୋଠି । ସିନେମା ହଲର ପ୍ରଚାରକ କହିଛନ୍ତି ଯେ ସେ ଦୀର୍ଘ ୪୦ ବର୍ଷ ହେବ ଯେଉଁ ଲୋକପ୍ରିୟ ଫିଲ୍ମ ପ୍ରଚାର କରି ଆସୁଛନ୍ତି । କିନ୍ତୁ ଆଜି ସିନେମା ହଲ ଗୁଡିକ ବନ୍ଦ ପଡିଛି କାରଣ କୌଣସି ଦର୍ଶକ ମାନେ ଆଉ ଆସୁ ନାହାନ୍ତି । ସେ ପୁରା ବେକାର ହୋଇ ଯାଇଛନ୍ତି ବୋଲି ମତ ଦେଇଛନ୍ତି । ସିନେମା ହଲର ମେସିନ ଚଲାଉଥିବା ଓଝ ମହାରଣା ଯିଏ ମେସିନ ଚାଳାଇଲେ ଦର୍ଶକ ମାନେ ରଙ୍ଗୀନ ପରଦାରେ ଫିଲ୍ମ ଦେଖନ୍ତି । ଦୀର୍ଘ ୧୫ ବର୍ଷ ହେଲା ଏହି ହଲରେ ସେ କାମ କରୁଛନ୍ତି ।

କିନ୍ତୁ ବର୍ତ୍ତମାନ ହଲର ଏପରି ଦୁରାବସ୍ଥା ହେବା କାରଣରୁ ତାଙ୍କର ଆର୍ଥିକ ଅଭାବ ଦେଖା ଯାଉଛି ଯାହା ପାଇଁ ତାଙ୍କ ପରିବାର ଚାଲିବା ମୁସ୍କିଲ ହୋଇ ଗଲାଣି । ଏହି ହଲରେ ଫିଲ୍ମ ଦେଖିବା ପାଇଁ ଦିନେ ଗାଁ ର ହଜାର ହଜାର ଲୋକେ ଆସୁଥିଲେ । କିନ୍ତୁ ବର୍ତ୍ତମାନ ସାଲେପୁର ଏହି ସିନେମା ହଲରେ ଟିକେଟ କାଉଣ୍ଟର ଫାଙ୍କା ପଡିବା ସହ ସୋ କେସ ବାକ୍ସ ଖାଲି ପଡିଛି । ହଲ ବନ୍ଦ ହେବା ସହ ଚେୟାର ସବୁ ଭାଙ୍ଗି ରୁଜି ଗଲାଣି । ଲକ୍ଷ ଲକ୍ଷ ତାଙ୍କର ମେସିନ ଖରାପ ହୋଇ ଗଲାଣି । ହଲରେ ପରଦା ଅଛି କିନ୍ତୁ ତା ଉପରେ ଆଉ ଫିଲ୍ମ ଖେଳୁ ନାହି ।

ତେଣୁ ମାଲିକ ମାନେ ହଲ ଭାଙ୍ଗି ଅନ୍ୟ ବ୍ୟବସାୟ ଆରମ୍ଭ କରିଲେଣି । ସେଥିପାଇଁ ଅନେକ ସ୍ଥାନରେ ଘର ଭଡା ଦେବା ପାଇଁ ପୋଷ୍ଟର ଲାଗିଲାଣି । ବର୍ତ୍ତମାନ ସିନେଲ ହଲର ସ୍ଥିତି ବଦଳି ଯାଇଛି । ଧୀରେ ଧୀରେ ହଲ ଗୁଡିକ ପାଲଟି ଯିବ ଇତିହାସ । ବର୍ତ୍ତମାନର ସ୍ଥିତି ଦେଖିଲେ ଲାଗୁଛି ଏମିତି ବି ଦିନ ଆସିପାରେ ଯେ ହଲ ଗୁଡିକ ବନ୍ଦ ହୋଇଯିବ ଯେଉଁଠାରେ ଦିନେ ପରିବାର ଲୋକଙ୍କ ଠାରୁ ଆରମ୍ଭ ସାଙ୍ଗ ସାଥି ମାନେ ମନୋରଞ୍ଜନ ପାଇଁ ହଲକୁ ଆସୁଥିଲେ ।

ତେବେ କୋରୋନା ମହାମାରୀ ପାଇଁ ସିନେମା ହଲ ଗୁଡିକ ପୁରାପୁରି ଅଚଳ ହୋଇ ପଡିଛି ବୋଲି ସିନେମା ମାଲିକ ମତ ଦେଇଛନ୍ତି । ତେବେ ସେମାନେ ସରାକର କୁ ନିବେଦନ କରିଛନ୍ତି ଯେ ଆଗକୁ କେମିତ ସିନେମା ହଲ ଗୁଡିକ ପୂର୍ବ ଭଳି କାର୍ଯ୍ୟକାରୀ ହେବ ତାହା ପ୍ରତି ବିଶେଷ ଦ୍ରୁଷ୍ଟି ଦେବା ପାଇଁ ।

ବନ୍ଧୁଗଣ ସିନେମା ହଲକୁ ନେଇ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *