ଦିନେ ଘର ଲୋକଙ୍କ ମାଡଗାଳି ସାହୁଥିଲେ, କିନ୍ତୁ ଏବେ ବିଶ୍ଵ ଚର୍ଚ୍ଚିତ ଚେହେରା ଏହି Transgender ଅଭିନେତ୍ରୀ…. ବନିଲେ ସମସ୍ତଙ୍କ ପାଇଁ ଉଦାହରଣ

ଘର ଠାରୁ ବାହାର ସବୁଠାରେ ଲାଗୁଥିଲା ଭୟ । ଘର ଲୋକଙ୍କ ଠାରୁ ମିଳୁଥିଲା ମାଡ ଗାଳି । ଏ ସବୁ ସହ୍ୟ ନ କରିପାରି ମାତ୍ର ୧୩ ବର୍ଷ ବୟସରେ ଘର ଛାଡିଥିଲେ ମଧ୍ୟ ବାହାରର ସ୍ଥିତି କିଛି ଭଲ ନ ଥିଲା । ଅନେକ ଯନ୍ତ୍ରଣା ସାହି ବଞ୍ଚିଥିବା ମଣିଷଟି ଆଜି ଦେଶରେ ଜଣେ ଚର୍ଚ୍ଚିତ ଚେହେରା । ପାକିସ୍ତାନର ଟ୍ରାନ୍ସ ଜେଣ୍ଡର ଅଭିନେତ୍ରୀ ଆଲିନା ଖାନ । ଚଳିତ ବର୍ଷ କାନ ଫେଷ୍ଟିଭାଲରେ ଖୁବ ପ୍ରଶଂସା ସାଉଁନ୍ଟିଛନ୍ତି । ଆଲିନାଙ୍କ ଅଭିନୀତ ଫିଲ୍ମ ଜାଏଲାଣ୍ଡ ହେଉଛି ପ୍ରଥମ ପାକିସ୍ତାନ ଫିଲ୍ମ ଯାହାକୁ ଆନ୍ତର୍ଜାତୀୟ କାନ ଫେଷ୍ଟିଭାଲରେ ଖୁବ ପ୍ରଶଂସା ମିଳିଛି ।

ଏତିକି ନୁହେ କାନ୍ସ ଫେଷ୍ଟିଭାଲରେ ଜଏଲ୍ୟାଣ୍ଡକୁ ଜୁରିନକ ଷ୍ଟାଣ୍ଡିଂ ମିଳିଛି । ଫିଲ୍ମରେ ଆଲିନାଙ୍କ ଅଭିନୟ ସମସ୍ତଙ୍କ ହୃଦୟ ଚୂନିଛି । ଫିଲ୍ମରେ ଆଲିନାଙ୍କ ସଫଳତା ସହ ଫିଲମକୁ ମିଳିଛି ଅହେତୁକ ସଫଳତା । କିନ୍ତୁ ତାଙ୍କ ଜୀବନରେ ପୁବରୁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ଟ୍ରାନ୍ସ ଜେଣ୍ଡର ହୋଇଥିବାରୁ ତାଙ୍କ ଘରେ ଏକ ପ୍ରକାରର ଅତ୍ୟାଚାର ହେଉଥିଲା ।

ପିଲାବେଳୁ ଘରର ସବୁ କାମ ଝିଅ ଭଳି କରିବାକୁ ଆଗ୍ରହୀ ଥିଲେ ଆଲିନା । ମା ଓ ବଡ ଭଉଣୀଙ୍କ ପୋଷାକ ଦେଖିଲେ ପିନ୍ଧିବାକୁ ଆଗ୍ରଭରା ହେଉଥିଲେ । ତାଙ୍କର ଏଭଳି ବ୍ଯବହାର, ଚାଲି ଚାଳନ, କଥା କହିବାର ଶୈଳୀ ଘର ଲୋକଙ୍କ ଆଖିରେ ଯାଉ ନ ଥିଲା । ତାଙ୍କ ମା ଆଲିନାଙ୍କୁ ସମ୍ଭାଳି ନେଉଥିଲେ କିନ୍ତୁ ତାଙ୍କର ଭାଇ ଭଉଣୀ ମାଡ ମାରି ଗାଳି କରୁଥିଲେ । ଏପରିକି ଘରେ ରହିବାକୁ ଜାଗା ଦେଉ ନ ଥିଲେ ।

ତେଣୁ ୧୩ ବର୍ଷ ବୟସରେ ଘର ଛାଡିବା ପରେ ଆଲିନା ଅସହାୟ ହୋଇ ବୁଲିବାକୁ ଲାଗିଲେ । କାରଣ ତାଙ୍କ ପାଖରେ ଯେତେ ପଇସା ଥିଲା ତାହା ଗୋଟେ ଦିନରେ ସଋ ଯାଇଥିଲା । ପିଲାଦିନୁ ଭଲ ପାଠ ପଢିବାର ସ୍ଵପ୍ନ ମଉଳି ଯାଇଥିଲା । ଏମିତିକି ଘର ଓ ମା ଙ୍କ ଠାରୁ ଅଲଗା ହେବା ପରେ ଆଲିନା ଭାଙ୍ଗି ପଡିଥିଲେ । ସମୟ ଗାଡି ଚାଲିଲା ଆଉ ଜୀବନରେ ଜଟିଳ ସମସ୍ୟାକୁ ସମାନ କରିଥିଲେ ଆଲିନା ।

ଆଉ ପେଟ ପୋଷିବାକୁ ବିଭିନ୍ନ ସହରକୁ ଯାଇ ନୃତ୍ଯୁ ପରିବେଷଣ କରୁଥିଲେ । ଏହାରି ମଧ୍ୟରେ ତାଙ୍କର କିସ୍ମତ ସାଥ ଦେଲା । ଏକ ଥିଅଟର ରେ ଅଭିନୟ ପାଇଁ ସେ ଅଡିସନ ଦେଇଥିଲେ । ଏହା ପରେ ସେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମର ନାଁ ଥିଲା “ଡାର୍ଲିଂ” ଯାହାକୁ ଦର୍ଶକ ମାନେ ଖୁବ ପ୍ରଶଂସା କରିଥିଲେ ।

ଏହି ଫିଲ୍ମରେ ତାଙ୍କୁ ଟ୍ରାନ୍ସଜେଣ୍ଡର ଭୂମିକରେ ଦେଖିବାକୁ ମିଳିଥିଲା । ଏହା ପରେ ସେ ଆଉ ପଛକୁ ଫେରି ନାହାନ୍ତି । ପରେ ପରେ ତାଙ୍କୁ ମିଳିଲା ଜଏଲ୍ୟାଣ୍ଡ ଯେଉଁଥିରେ ଲୀନାଙ୍କୁ କେବଳ ଦେଶରେ ନୁହେଁ ବରମ ବିଦେଶରେ ମଧ୍ୟ ମିଳିଛି ପ୍ରସିଦ୍ଧି । ଏହି ଫିଲ୍ମରେ ତାଙ୍କୁ ମିଳିଛି କାନ୍ସର କ୍ୟୁର ପାମ ଆୱାର୍ଡ ।

ତାଙ୍କର ସଫଳତା ଦେଖି ଘରେ ଲୋକେ ତାଙ୍କୁ ଆପଣେଇବାକୁ ପ୍ରସ୍ତୂତ ହୋଇଛନ୍ତି ଯାହା ଆଲିନାଙ୍କ ଖୁସିକୁ ଦୁଇ ଗୁଣା କରିଛି । ବନ୍ଧୁଗଣ ଆପଣଙ୍କର ଆଲିନାଙ୍କ ସଫଳତା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *