ଦିନେ ମତେ ସିରିୟଲରେ କାମ ଦେଇନଥିଲେ, ହେଲେ ଆଜି ମୁଁ ଭାରତ ସୁନ୍ଦରୀ…. Priyanka Mohapatraଙ୍କ ସଫଳତାର କାହାଣୀ ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ କରୁଥିବା ଜବରଦସ୍ତ କଳାକାର ମାନେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । କେବଳ ଅଭିନୟ ପାଇଁ ନୁହେଁ ବରଂ ଓଡିଆ ଜଗତର ସେଲିବ୍ରେଟି ମାନେ ନିଜର ଅନ୍ଦାଜ, ଲୁକ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ “ନୂଆ ବୋହୁ” ସିରିଏଲରେ ନୟନା ତାରା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ମିସ ଇଣ୍ଡିଆ ଆୱାର୍ଡ ହାସଲ କରିବାରେ ତାଙ୍କ ଜୀବନର ସଂଘର୍ଷର କାହାଣୀ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ତରଂଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ନୂଆ ବୋହୁ” ନିଶ୍ଚୟ ଦେଖୁଥିବେ । ଏହି ସିରିଏଲରେ ସାତ୍ଵିକଙ୍କ ବନ୍ଧୁ ଚରିତ୍ରରେ ନୟନା ତରା ଭୂମିକାରେ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ନଜର ଆସୁଥିଲେ ।

କିନ୍ତୁ ଏମିତି ଏକ ସମୟ ଥିଲା ଯେଉଁଥି ପାଇଁ ପ୍ରିୟଙ୍କାଙ୍କୁ ଅଭିନୟ କରିବା ପାଇଁ ଗୋଟେ ଭଲ ଚରିତ୍ରର ସୁଯୋଗ ମିଳୁ ନ ଥିଲା କିନ୍ତୁ ଆଜିକା ଡେଟରେ ସେ ମିସ ଇଣ୍ଡିଆ ଆୱାର୍ଡ ଜିତିଛନ୍ତି । ବଲିଉଡରୁ ତାଙ୍କୁ ସହ ସହ ଅଫର ଆସୁଛି ଅଭିନୟ କରିବା ପାଇଁ । ପ୍ରିୟଙ୍କା ପ୍ରଥମେ ଓଡିଶାର ବେସ୍ଟ ସିକିନେ ଷ୍ଟାରର ଖୋଜରୁ ନିଜର ଅଭିନୟ କ୍ଯାରିୟର ଜି ସାର୍ଥକ ଚ୍ୟାନେଲ ରୁ ଆରମ୍ଭ କରିଥିଲେ । କିନ୍ତୁ ଏଥିରେ ସେ ସଫଳ ହୋଇ ପାରି ନ ଥିଲେ । ସେ ୟୁଟୁବ ଚ୍ଯାନେଲରେ ନିଜର କମେଡି ଦ୍ଵାରା ଲୋକ ମାନଙ୍କର ହୃଦୟକୁ ଜିଣି ପାରିଥିଲେ ।

ଏହା ଛଡା ସେ ଟିଭି ଜଗତରେ ଅନେକ ଆଙ୍କରିଙ୍ଗ ଓ ହୋଷ୍ଟ କରିବାର ନଜର ଆସିଛନ୍ତି । କିନ୍ତୁ ଏଥିରେ ସେ ସନ୍ତୁଷ୍ଟ ନ ଥିଲେ । ସେ ଏହା ଠାରୁ ବି କିଛି ବଡ କରିବାକୁ ଇଚ୍ଛା କରୁଥିଲେ । ନିଜ ଭିତରେ ଥିବା ଅନ୍ତନିହିତ ଗୁଣାବଳୀକୁ ସମସ୍ତଙ୍କ ଆଗରେ ପ୍ରକାଶ କରିବାକୁ ଚାହୁଥିଲେ ।

ଏହା ପରେ ସେ ମଡେଲିଙ୍ଗ ଓ ଅଭିନୟରେ ଫୋକସ କରିବାଲୁ ଲାଗିଲେ । ଅନେକ ଚେଷ୍ଟା ପରେ ପ୍ରିୟଙ୍କା ୨୦୨୦ ରେ ତରଙ୍ଗ ଟିଭିର ସିରିଏଲ “ନୂଆ ବୋହୁ”ରେ ନୟନା ତାରା ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଲେ ।

କିଛି ଦିନ ଅଭିନୟ କରିବା ପରେ ମଧ୍ୟ ସେ ନିଜ ଅଭିନୟରେ ସନ୍ତୁଷ୍ଟ ନ ଥିଲେ । ସେଥିପାଇଁ ସେ “ନୂଆ ବୋହୁ” ସିରିଏଲ ଛାଡି ଦେଇଥିଲେ । ଏହା ପରେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ସେ ମିସ ଇଣ୍ଡିଆ କଣ୍ଟେଷ୍ଟରେ ଯୋଗ ଦେଇଥିଲେ । ପ୍ରିୟଙ୍କା ନିଜ ଖୋର୍ଦ୍ଧା ମାଟିର ବୀରତ୍ଵର ଗାଥା ମନେ ପକାଇ ଖୋର୍ଦ୍ଧା ଗାଁ ଛାଡି ନିଜ ପୋଷାକ ତିଆରି କରିଲେ ।

ପ୍ରିୟଙ୍କାଙ୍କର ମଥାରେ ଥିଲା ମୟୂରଚୁlଳ ଓ ଧୋତି ପିନ୍ଧିଥିଲେ ଓ ହାତରେ ଥିଲା ତରବାରୀ ଓ ଢାଲ ଯାହା ସଭିଙ୍କ ଠାରୁ ତାଙ୍କୁ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭିନ୍ନ କରିଥିଲା । ତାଙ୍କର ଏଭଳି ଗେଟପ ପାଇଁ ପ୍ରିୟଙ୍କା ୨୦୨୦ର ମିସ ଇଣ୍ଡିଆ ବିଜେତା ଭାବେ ସଫଳ ହୋଇଥିଲେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *