ବନ୍ଧୁଗଣ ନିଜ ଗାଁ ମାଟିକୁ ଫେରିଛନ୍ତି ଶେଷା କିଶାନ । ଯିଏ ଦିନେ ମୁଢି ମୁଠାଏ ଖାଇବାକୁ ପାଉନ ଥିଲେ ସେ ଆଜି ସ୍ଵପ୍ନର ଘର ତିଆରି କରିପାରିଛନ୍ତି । ୩୦ ଲକ୍ଷ ଖର୍ଚ୍ଚ କରି ନୂଆ ଘର ତୋଳିଥିବା ବେଳେ ଆଉ ଦିନ କେତେଟା ଗଲେ ହାତକୁ ଡି ହାତ ହେବାକୁ ଯାଉଛନ୍ତି କିଶାନ । ସେ ତାଙ୍କ ଜୀବନସାଥି ବାଛି ସରାଇଛନ୍ତି । ସେ ଚାହିଁଥିଲେ ବିଦେଶରେ ହେଉ ବା ଦେଶର ତାରକା ହୋଟେଲରେ ବିବାହ କରିପାରି ଥାନ୍ତେ । କିନ୍ତୁ ସେ ଗାଁକୁ ଫେରିଛନ୍ତି ଆଉ ସେଠାରେ ବାହା ହେବେ । ଆଉ ଓଡିଆ ଝିଅ ଶେଷ କିସାନଙ୍କ ହାତ ଧରିବେ ।
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାଲାଶିଙ୍ଘା ଗାଁର ପୁଅ କିଶାନ । ପିଲାବେଳୁ ବାପା-ମାଙ୍କୁ ହରାଇଛନ୍ତି ଆଉ ସଂଘର୍ଷମୟ ଜୀବନରେ ଗାଈ ଚରାଇଛନ୍ତି । ମୂଳ ମଜୁରି ଲାଗି ପାଠ ପଢିବାର ନିସାକୁ ସେ ପୂରଣ କରିଛନ୍ତି । ଏଇ ଶେଷ କିଶାନ ଏତେ ଭଲ ପାଠ ଢିଲେ କି ୪ ବର୍ଷ ତଳେ ଜର୍ମାନୀର ଗୋଟିନ ଜେନ ବିଶ୍ଵବିଦ୍ୟାଳୟରେ ବୈଜ୍ଞାନିକ ହେବେ କାର୍ଯ୍ୟ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏବେ ସେ ଯୋଗ୍ୟ ଓ ରୋଜଗାରକ୍ଷମ । ନିଜେ ବଞ୍ଚିବା ସହ ଗାଁର ପିଲାଙ୍କ ପାଇଁ ସେ ସାହାରା ପାଲଟିଛନ୍ତି ।
ତାଙ୍କର ପ୍ରୟାସରେ ପ୍ରାୟ ୧୭୦ ଜଣ ପିଲା ପଢିବାର ସୁଯୋଗ ପାଇଛନ୍ତି । ସେ ସମଗ୍ର ରାଜ୍ୟ ପାଇଁ ଗର୍ବ ଅଟନ୍ତି । କିଶାନ ଏଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏନେଇ ବୈଜ୍ଞାନିକ କିଶାନ କହିଛନ୍ତି କି “ଦିନେ ନବୀନକୁ ଭେଟିବା ପାଇଁ ଛିଣ୍ଡା ଚପଲ ହଳେ ପିନ୍ଧି ଯାଇଥିବା କଥା ମନେ ପକାଇ ସେ ଭାବବିହ୍ଵଳ ହୋଇପଡିଛନ୍ତି ଆଉ କହୁଛନ୍ତି ଆଜି ଓ ପାଖରେ ଘର, ଗାଡି, ବ୍ଯାଙ୍କ ବାଲାନ୍ସ ସବୁ କିଛି ଅଛି । ହେଲେ ଏସବୁ ଦେଖିବା ପାଇଁ ମୋ ପାଖରେ କେହି ନାହାନ୍ତି ।
ଏ କୁନି ପିଲା ମୋର ସବୁ କିଛି ଗାଁ ପିଲାଙ୍କୁ ପାଠ ପଢାଇ ତାଙ୍କୁ ସମର୍ଥ କରିବି । ମୁଁ ଦିନେ ଫିଚର ଫୋନ କିଣିବାକୁ ଅସମର୍ଥ ଥିଲି ଆଜି ମୋ ହାତରେ ଆଇଫୋନ । ଭଗବାନଙ୍କ କୃପାରୁ ସବୁ ସମଭାବ ହୋଇପାରିଛି । ମୁଁ ଯେଉଁଠି ବିବାହ କରିବି ସେ ବାଲେଶ୍ଵର ଝିଅ ଆଉ ନଭେମ୍ବର ୨୨ ତାରିଖରେ ହେବ । ବିବାହ ପରେ କିଛି ଦିନ ପାଇଁ ଜର୍ମାନୀ ଯିବୀ ଆଉ କିଛି ଦିନ ଭିତରେ ଫେରି ଆସିବି । ମୁଁ ନିହାତି ଭାବେ ଓଡ଼ିଶାକୁ ଫେରିବି ଆଉ ଓଡିଶା ପାଇଁ କାମ କରିବି ।
ମୁଁ ତ ସ୍ଵପ୍ନରେ ସୁଧା ଭାବି ନ ଥିଲି କି ମୋର ଯେମିତି ଅବସ୍ଥା ଥିଲା । ଆମ ଘରେ କେବେ ମୁଢି ଭଜା ହୁଏ ନାହି କି ଘରେ ଖାଇ ନାହି । ସାହି ପଡିଶାର ପିଲା ଖାଇଲେ ମୁଢି ମୁଁ ଭାବେ ମୋ ଭାଗ୍ୟରେ ମୁଢି ଖାଇବାର ନାହି ତ ଦେଖିକି ଏଞ୍ଜୋଏ କରିପାରିବି ।
ମୁଁ ଗୋଟେ ମହଲ ପିଲାଙ୍କ ପଢିଲା ପାଇଁ ଡୋନେଟ କରିଛି ଯେଉଁଠି ସେମାନେ ପଢୁଛନ୍ତି ” । ବନ୍ଧୁଗଣ ଆପଣଙ୍କର ଶେଷ କିଶାନ ଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।