ଦିନେ ଥିଲେ ଷ୍ଟେସନରେ କୁଲି, ଆଜି ହେଲେ IAS ଅଫିସର…. ସାରା ଦୁନିଆ ପାଇଁ ବନିଲେ ଉଦାହରଣ, କିଛି ଏମିତି ଅଟେ ତାଙ୍କ ସଂଘର୍ଷର କାହାଣୀ

କୁଲିରୁ ପ୍ରଶାସନିକ ଅଧିକାରୀ । ପରିବାର ପୋଷିବା ପାଇଁ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଘୁରି ବୁଲୁଥିଲେ । ବଡ ବଡ ଲୋକଙ୍କ କଥା ଶୁଣିବା ପରେ ମଧ୍ୟ ହାର ମାନି ନ ଥିଲେ । ସେହି ସମୟ ମଧ୍ୟରେ ପାଠ ପଢି ଆଜି ଆଇଏସ ଅଫିସର ହୋଇଛନ୍ତି । ଟ୍ରେନ ପ୍ଲାଟଫର୍ମରେ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଆଜି ଆଇଏସ ଅଫିସର । ଦୁନିଆରେ ଦୃଢ ମନୋବଳ ଓ ଇଚ୍ଛା ଶାକ୍ତ ଥିଲେ କୌଣସି କାମ ଅସମ୍ଭବ ନୁହେଁ ।

ସିଭିଲ ପରୀକ୍ଷାରେ ପାସ ହେବା ପାଇଁ ପିଲା ମାନେ କଠିନ ପରିଶ୍ରମ କରିବା ସହ ଏକରୁ ଅଧିକ କୋଚିଙ୍ଗ ନେଇଥାନ୍ତି । କିନ୍ତୁ କେରଳର ଶ୍ରୀନାଥ ନାମକ ବ୍ୟକ୍ତି ବିନା କୋଚିଙ୍ଗରେ ୟୁପିଏସ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ସେ ପ୍ରଥମେ କେରଳର ଜନସେବା ଆୟୋଗରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ୟୁପିଏସୀରେ ସଫଳତା ପାଇଥିଲେ । ତାଙ୍କ ସଫଳତାର ଯାତ୍ରା ଏତେ ସହଜ ନ ଥିଲା ।

ମୁନ୍ନାରର ନିବାସୀ ଶ୍ରୀନାଥଙ୍କ ଜନ୍ମ ଏକ ଗରିବ ପରିବାରରେ । ଚାଳ ଛପର ଘରେ ରହି ବଡ ବାବୁ ହେବା ପାଇଁ ସ୍ଵପ୍ନ ଦେଖିବା ପାଇଁ ତାଙ୍କ ପାଖରେ ସମୟ ନ ଥିଲା । ପିଲାଦିନୁ ସେ ବହୁତ ମେଧାବୀ ଥିଲେ । ପାଠ ପଢିବା ସହ ପରିବାରର ଜୀବିକା ନିର୍ବାହ କରିବା ପାଇଁ ପ୍ରତିଦିନ ସଂଘର୍ଷ ଜାରି ରଖିଥିଲେ । ଅଭାବ ଅନାଟନରେ ପାଠ ପଢିବା ସହ ଷ୍ଟେସନରେ କୁଲି କାମ କରୁଥିଲେ ଶ୍ରୀନାଥ ।

ଏ ଷ୍ଟେସନରୁ ଅନ୍ୟ ଷ୍ଟେସନକୁ ଦଉଡି କେତୋଟି ଟଙ୍କା ରୋଜଗାର କରି ନିଜର ଜୀବିକା ନିର୍ବାହ କରନ୍ତି ଶ୍ରୀନାଥ । ଯେତେ ରୋଜଗାର କରିଲେ ମଧ୍ୟ ପରିବାରରେ ଆର୍ଥିକ ଅନାଟନ ଦେଖା ଯାଉ ଥିବାରୁ ସେ ଦୁଇ ସିଫ୍ଟରେ କୁଲି କାମ କରୁଥିଲେ । ପରିବାରର ବୋଝ ମୁଣ୍ଡାଇ ଥକି ଯାଇଥିଲେ ମଧ୍ୟ ଷ୍ଟେସନରେ ବସି ପାଠ ପଢୁଥିଲେ ।

ଷ୍ଟେସନରେ ମାଗଣାରେ ମିଳୁଥିବା ୱାଇଫାଇ ତାଙ୍କ ପାଇଁ ସୁଯୋଗ ଆଣିଦେଲା । ୨୦୧୮ରେ ସେ କଠିନ ପରିଶ୍ରମ କରି କିଛି କରିବା ପାଇଁ ସ୍ଥିର କରିଥିଲେ । ଆର୍ଥିକ ଅଭାବ ଭିତରେ ଥାଇ ମଧ୍ୟ ସେ ସିଭିଲ ପରୀକ୍ଷା ଦେବା ପାଇଁ ମନସ୍ଥ କରିଥିଲେ ।

ସେ କୋଚିଙ୍ଗ ଫି ଦେଇ ପାରିବେ ନାହି ଜାଣି ଏକ ଉପାୟ ଅବଲମ୍ବନ କରିଥିଲେ । ଜାନୁଆରୀ ୨୦୧୬ରେ ମୁମ୍ବାଇ ରେଳ ଷ୍ଟେସନରେ ମାଗଣାରେ ୱାଇଫାଇ ସେବା ଆରମ୍ଭ ହୋଇଥିଲା । ଏହାର ଫାଇଦା ଉଠାଇ ଶ୍ରୀନାଥ ପାଖରେ ଥିବା ଅଧା ଫଟା ସ୍ମା ର୍ଟ ଫୋନରେ ମାଧ୍ୟମରେ ଅଧ୍ୟୟନ ଆରମ୍ଭ କରିଥିଲେ ।

ମାଗଣା ୱାଇଫାଇ ସେବା ଉପୋଯୋଗ କରିବା ସହ ରେଳ ଷ୍ଟେ ସନରେ କାମ କରିବା ସମୟରେ ଅନ ଲାଇନ ଲେକ୍ଚର ଶୁଣୁଥିଲେ । ଚତୁର୍ଥ ଥର ପ୍ରୟାସ କରିବା ପରେ ୟୁପିଏସୀ ପରୀକ୍ଷା କ୍ଲିୟର କରି ସେ ଆଇଏସ ପରୀକ୍ଷାରେ ସଫଳ ହୋଇଥିଲେ । ଆଜି ଆଇଏସ ଶ୍ରୀନାଥ ଲକ୍ଷ ଲକ୍ଷ ଛାତ୍ରଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଶ୍ରୀନାଥଙ୍କ ଜୀବନ ସଂଘର୍ଷକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *