ନମସ୍କାର ବନ୍ଧୁଗଣ, ଟି-୨୦ ବିଶ୍ଵକପ ରେ ବଡ ବଡ ଟିମ ବିପର୍ଯ୍ୟୟ ର ସାମନା କରିଲେଣି । ପ୍ରଥମେ ୱେଷ୍ଟ ଇଣ୍ଡିଜ ଲିଡ ପର୍ଯ୍ୟାୟରୁ ବିଦା ହୋଇଥିବା ବେଳେ ସୁପର ବାର ପର୍ଯ୍ୟାୟରୁ ମୁକାବିଲାରେ ମାତ ଖାଇଛି ଶକ୍ତିଶାଳୀ ଇଙ୍ଗଲାଣ୍ଡ । ଆଉ ସବୁଠାରୁ ବଡ କଥା ହେଲା ଉଭୟ ଟିମ କୁ ପରାଜିତ କରିଛି ଅପେକ୍ଷାକୃତ ଦୁର୍ବଳ ଟିମ ଆୟରଲ୍ୟାଣ୍ଡ । ଚଳିତ ଟି-୨୦ ବିଶ୍ଵକପ ରେ ଆୟରଲ୍ୟାଣ୍ଡ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି ।
ସୁପର ବାର ପର୍ଜ୍ଯାୟ ର ପ୍ରଥମ ମ୍ଯାଚରେ ଆୟରଲ୍ୟାଣ୍ଡ ପରାଜିତ ହୋଇଥିଲେ ମଧ୍ୟ ଦ୍ଵିତୀୟ ମ୍ଯାଚରେ ଇଂଲଣ୍ଡକୁ ମାତ ଦେବାରେ ସକ୍ଷମ ହୋଇଛି । ବାଧା ପ୍ରାପ୍ତ ଏହି ମ୍ଯାଚରେ ୫ ରନ ରେ ମାତ ଦେଇଛି ଆୟରଲ୍ୟାଣ୍ଡ । ଟି-୨୦ ଫର୍ମାଟରେ ପରୋକ୍ଷକୃତ ଦୁର୍ବଳ ଥିବା ଆୟରଲ୍ୟାଣ୍ଡ ଟିମର ପ୍ରତେକ ଖେଳାଳୀ ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଦଳକୁ ବିଜୟ ଭେଟି ଦେଇଛନ୍ତି । ଆଉ ଏହି ଖେଳାଳିଙ୍କ ମଧ୍ୟରେ ଭାରତୀୟ ଖେଳର ମୂଳ ଖେଳାଳି ସିମି ସିଂ ରହିଛନ୍ତି ।
ଯିଏ ଆୟରଲ୍ୟାଣ୍ଡ ଦଳରେ ଏବେ ଷ୍ଟାର ବୋଲର ଭାବେ ଉଭା ହୋଇଛନ୍ତି । ୩୫ ବର୍ଷୀୟ ସିମି ସିଂ କେବେ ଭାରତ ପାଇଁ କ୍ରିକେଟ ଖେଳିବା ସ୍ଵପ୍ନ ଦେଖିଥିବା ଏବେ ଆୟରଲ୍ୟାଣ୍ଡ କ୍ରିକେଟ ଦଳର ନିୟମିତ ସଦସ୍ୟ । ପଞ୍ଜାବର ସିମି ସିଂ କେବେ ଆୟରଲ୍ୟାଣ୍ଡ ପାଇଁ କ୍ରିକେଟ ଖେଳିବେ ତାହା କେବେ ସ୍ଵପ୍ନ ରେ ସୁଧା ଭାବି ନ ଥିଲେ । କିନ୍ତୁ ସମୟ ଚକ୍ରରେ ସିମି ଙ୍କ ଭାରତ ପାଇଁ ଖେଳିବା ସ୍ଵପ୍ନ ମଳୁଥିଲା । କାରଣ ଭାରତୀୟ ଟିମ ରେ ସ୍ଥାନ ପାଇବା ଏତେ ସହଜ ନ ଥିଲା । ଯାହା ପାଇଁ ଜଣେ ସାଙ୍ଗଙ୍କ ପରାମର୍ଶ କ୍ରମେ ଆୟରଲ୍ୟାଣ୍ଡ ଅଭିମୁଖେ ସିମି ସିଂ ଭରିଥିଲେ ସ୍ଵପ୍ନର ଉଡାଣ ।
ଆୟରଲ୍ୟାଣ୍ଡରେ ପାଠ ପଢିବା ଏକ ବାହାନା ଥିଲା କିନ୍ତୁ ଇଚ୍ଛା ଥିଲା ଆନ୍ତର୍ଜାତୀୟ କ୍ରିକେଟ ଖେଳିବା । ତେବେ ଆୟରଲ୍ୟାଣ୍ଡ ରେ ସିମି ଙ୍କ ପାଇଁ କ୍ରିକେଟ ଯାତ୍ରା ଏତେ ସହଜ ନ ଥିଲା । ସେଠାରେ ଚଳିବାକୁ ତାଙ୍କୁ ପାର୍ଟ ଟାଇମ ଚାକିରି କରିବାକୁ ପଡିଥିଲା । ଯେଉଁଠି ମାଲିକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଟଏଲେଟ ସଫା କରିବାକୁ ପଡିଥିଲା । ଯାହା ତାଙ୍କ ପାଇଁ କଷ୍ଟକର ସମୟ ଥିଲା । କ୍ରିକେଟ ପାଇଁ ପାଗଳ ଥିବା ସିମି ଆୟରଲ୍ୟାଣ୍ଡ ପକ୍ଷରୁ ଖେଳିବାକୁ ସବୁ ପ୍ରକାରର କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିଲେ ।
କାରଣ ଆୟରଲ୍ୟାଣ୍ଡ ରୁ ଥରେ ବାହାରିଗଲେ ତାଙ୍କର ଆନ୍ତର୍ଜାତୀୟ କ୍ରିକେଟ ଖେଳିବାର ସ୍ଵପ୍ନ କେବେ ପୁରା ହେବ ନାହି ବୋଲି ସିମି ଜାଣିସାରିଥିଲେ । ଯାହା ପାଇଁ ଟଏଲେଟ ସଫା କରି ସ୍ଵପ୍ନର ପଥରେ ଆଗକୁ ବଢିଥିଲେ । ଅନେକ ପ୍ରତିବନ୍ଧକ ପାର କରି ୨୦୧୭ରେ ଆୟରଲ୍ୟାଣ୍ଡ ର ଲିଷ୍ଟରେ ଏଣ୍ଟ୍ରି ମାରିଥିଲେ ସିମି । ଆଉ ଏହା ପରେ ପଛକୁ ଫେରି ନାହାନ୍ତି ସିମି ।
ନିଜର ଦମଦାର ପ୍ରଦର୍ଶନ ବଳରେ ଶେଷରେ ୨୦୨୦ରେ ଆୟରଲ୍ୟାଣ୍ଡରେ ଆନ୍ତର୍ଜାତୀୟ ଖେଳିବାକୁ ସୁଯୋଗ ପାଇଥିଲେ । ନିୟୁଜଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଛନ୍ତି ସିମି । ବନ୍ଧୁଗଣ ଆପଣଙ୍କର ସିମି ସିଂ ଙ୍କ ସଂଘର୍ଷମୟ ଜୀବନ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।