ଦୀପାବଳି ଦିନ କରନ୍ତୁ ଏହି ଉପାୟ ଘରକୁ ଆସିବ ସୁଖ ଓ ଧନ

ଚଳିତ ବର୍ଷ ଆସନ୍ତା ନଭେମ୍ବର ମାସ ୪ ଗୁରୁବାର ଦିନ ଦୀପାବଳି ପଡିବାକୁ ଯାଉଛି । ପ୍ରତିବର୍ଷ ଦୀପାବଳି ପୁରା ଦେଶରେ ଧୂମଧାମରେ ପାଳନ କରାଯାଏ । ଏହି ଦିନ ବିଶେଷ ଭାବେ ମା ଲକ୍ଷ୍ମୀଙ୍କର ବିଧି ବିଧାନ ସହ ପୂଜା ପାଠ କରାଯାଏ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଦୀପାବଳି ଦିନ କେଉଁ ସରଳ ଓ ସହଜ ଉପାୟ କରିଲେ ମା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ଦୀପାବଳି ଦିନ ଓସ୍ତ ଗଛର ଏକ ପତ୍ର ଆଣନ୍ତୁ । ଯେଉଁ ପତ୍ର ଆଣିବେ ତାହା କଟା ହୋଇ ନ ଥିବ କି ଫଟା ହୋଇ ନ ଥିବ । ଏହା ପରେ ଓସ୍ତ ପତ୍ର ରେ ଆପଣ କୁକୁମ ଦ୍ଵାରା ଓମ ମା ଲକ୍ଷ୍ମୀ ନମହ ଲେଖି ଦିଅନ୍ତୁ । ଲେଖି ସାରିବା ପରେ ଓସ୍ତ ପତ୍ର କୁ ମା ଲକ୍ଷ୍ମୀଙ୍କ ପାଦ ତଳେ ରାତି ସମୟରେ ରଖି ଦିଅନ୍ତୁ । ଯେଉଁ ସମୟରେ ଆପଣ ପ୍ରଭୁ ଗଣେଶ ଓ ମା ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ଏହି ଉପାୟ ଟି ଅବଲମ୍ବନ କରନ୍ତୁ । ଦୀପାବଳି ଦିନ ମା ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିବା ପୂର୍ବରୁ ଲବଙ୍ଗ ଓ ମିଶ୍ରିର ପାଉଡର ପ୍ରସ୍ତୁତ କରନ୍ତୁ ।

ଏହା ପରେ ଏହି ମିଶ୍ରଣ ଦ୍ଵାରା ସବୁ ଦେବାଦେବୀଙ୍କୁ ଟୀକା ଲାଗନ୍ତୁ । ଯଦି ଆପଣ ଦୀପାବଳି ଦିନ କୌଣସି କିନ୍ନରଙ୍କୁ ଦେଖୁଛନ୍ତି ତେବେ ଅତଙ୍କୁ କିଛି ଟଙ୍କା ଓ ମିଠା ଦାନ ଭାବେ ଦିଅନ୍ତୁ । ଏହା ପରେ ତାଙ୍କ ଠାରୁ କିଛି କମ ଟଙ୍କାର ମୁଦ୍ରା ମାଗି ନିଜର ଟଙ୍କା ରଖୁଥିବା ସ୍ଥାନ ରେ ରଖି ଦିଅନ୍ତୁ । ଏହା ଦ୍ଵାରା ଧନର ବର୍ଷା ହୋଇଥାଏ । ଏହା ବ୍ଯତୀତ ଦିପାବଳି ଦିନ ବର ଗଛର ପତ୍ରରେ ହଳଦୀରେ ସ୍ଵସ୍ତିକ ଚିହ୍ନ କରି ନିଜର ଟଙ୍କା ରଖୁଥିବା ଜାଗାରେ ରଖିବା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ ।

ଦୀପାବଳି ଦିନ ଘରେ ରାତି ସମୟରେ ଦୀପ ଲଗାଇବା ସହ ଶ୍ରୀଯନ୍ତ୍ର ସ୍ଥାପନ କରନ୍ତୁ । ଏହା ଦ୍ଵାରା ଘରେ ସୁଖ ଶାନ୍ତିର ବାତାବରଣ ରହିବା ସହ ଧନର ଅଭାବ ରହିବ ନାହି । ଏହା ସହ ଆପଣ ଜୀବନରେ ସଫଳତା ମଧ୍ୟ ହାସଲ କରିବେ । ଏହି ସବୁ ଉପାୟ ଗୁଡିକ ଦୀପାବଳି ଦିନ ପାଳନ କରିଲେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବା ସହ ମା ଲକ୍ଷ୍ମୀଙ୍କର ଘରକୁ ଆଗମନ ହୋଇଥାଏ ।

ଏହି ଉପାୟ ଗୁଡିକ ଉପଯୋଗୀ ଅଟେ । ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ୟା ରହିଛି ବା ଧନ ସହ ଜଡିତ କିଛି ସମସ୍ଯା ରହିଛି ତେବେ ତାହା ତୁରନ୍ତ ଦୂର ହେବ । ଦିପାବଳି ଦିନ ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ନିମନ୍ତେ ରୀତିନୀତି ଅନୁସାରେ ପୂଜା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *