ଜାଣନ୍ତୁ କେମିତି 12 କ୍ଲାସ ପାସ କରିଥିବା ଝିଅଟି କେବଳ ୨୮ ବର୍ଷ ବୟସରେ ଛିଡା କରିଦେଲେ ୬୦ କୋଟିର କମ୍ପାନୀ

କୁହାଯାଏ କୌଣସି କଥା ଶିଖିବା ପାଇଁ କିଛି ବି ବୟସ ନଥାଏ । ଖାଲି ଆପଣଙ୍କ ଭିତରେ କିଛି କରିବାର ଇଚ୍ଛା ଥିବା ଦରକାର, ତାହେଲେ ସଫଳତା ନିଜେ ଆସି ତୁମ ପାଖରେ ପହଞ୍ଚିବ । ଏମିତି କିଛି ୨୮ ବୟସର ଝିଅ ଦୀପାଲି ସିଂହ ସହିତ ହୋଇଥିଲା । ଦୀପାଲି ଜୟ ଲକ୍ଷ୍ମୀ ଫୁଡ୍ସ ର ଡ଼ିରେକ୍ଟର ଅଟନ୍ତି ଏବଂ ବର୍ତମାନ ତାଙ୍କ କମ୍ପାନୀର ସମୁଦାୟ ଆୟ ୬୦ କୋଟିରୁ ଅଧିକ ଅଛି । ନିଜ କମ୍ପାନୀକୁ ୬୦ କୋରଡରେ ପହଞ୍ଚେଇବା ପାଇଁ ଦୀପାଲି ବହୁତ କଷ୍ଟ କରିଛନ୍ତି ।

ଆଜି ଆମେ ଆପଣଙ୍କୁ ଦୀପାଲିଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

ଯେତବେଳେ ଦୀପାଲି ଛୋଟ ଥିଲେ ସେ ଆଇପିଏସ ହେବାର ସ୍ଵପ୍ନ ଦେଖୁଥିଲେ । ହେଲେ ଦୁର୍ଭାଗ୍ୟ ଯେ ଯେତବେଳେ ଦୀପାଲି 12th କ୍ଲାସ ରେ ପଢୁଥିଲେ ସେତବେଳେ ତାଙ୍କ ପିତାଙ୍କ ବେପାରରେ ଏକ ବହୁତ ବଡ ସମସ୍ୟା ହୋଇଥିଲା ଏବଂ ତାଙ୍କ ଘରର ଆର୍ଥିକ ପରିସ୍ଥିତି ଖରାପ ହେଇଗଲା । ପଇସା ର କମି ଓ ଘରର ପରିସ୍ଥିତିକୁ ଦେଖି ଦୀପାଲିଙ୍କୁ ଆଗକୁ ପାଠ ପଢିବା ପାଇଁ ଛାଡିବାକୁ ପଡିଥିଲା ।

ଦୀପାଲି ନିଜ ଘରର ଆର୍ଥିକ ସ୍ଥିତିକୁ ସୁଧାରିବା କୁ ଚାହୁଁଥିଲେ ସେଥିପାଇଁ ସେ ପାଠପଢା ଛାଡି ଚାକିର କରିବା ପାଇଁ ସ୍ଥିର କଲେ । ଦୀପାଲି ପ୍ରଥମେ ଘରେ ଟିଫିନ ତିଆରି କରି ବିକିଲେ , ଏହା ପରେ ସେ ହଷ୍ଟେଲ ଓ ରେସ୍ତୁରାଣ୍ଟ ବ୍ୟବସାୟରେ ହାତଦେଲେ । ଶେଷରେ ଦୀପାଲି ଇନ୍ଦୋର ର କେପି ଫୁଡ୍ସ ରେ ଚାକିରି କଲେ । ଏହା ପରେ ଦୀପାଲି ଖାଦ୍ୟ କାରବାର ବିଷୟରେ ଅଧିକ ଜାଣି ପାରିଥିଲେ । ଏବେ ଦୀପାଲି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ଇନ୍ଦୋର ମଣ୍ଡୀରେ କାମ କରିବାର ଲାଇସେନ୍ସ ପାଇଁ ଆପ୍ଳାଏ ବି କରିଥିଲେ ।

ଲାଇସେନ୍ସ ମିଳିବା ପରେ ଦୀପାଲି ପଛକୁ ନ ଚାହିଁ ନିଜ ବ୍ୟବସାୟକୁ ଉପରକୁ ପହଁଚେଇବା ପାଇଁ ଦିନ ରାତି ପରିଶ୍ରମ କାଲେ । ଆଜି ଦୀପାଲିଙ୍କ ପରିଶ୍ରମର ଫଳ ସ୍ଵରୂପେ ତାଙ୍କ କମ୍ପାନୀ ୬୦ କୋରଡ ଆୟରେ ପହଁଛି ପାରିଛି । ଦୀପାଲି କହୁଛନ୍ତି କି ସେ ତାଙ୍କ ବ୍ୟବସାୟକୁ ଆହୁରି ଆଗକୁ ନେବା ପାଇଁ ଚାହୁଁଛନ୍ତି । ତାଙ୍କର ବିଶ୍ବାସ ଅଛିକି ଆଗକୁ ସେ ନିଜ କମ୍ପାନୀର ଆୟ ଡବଲ କରି ଦେଖାଇବେ । ଦୀପାଲି କେବଳ ବ୍ୟବସାୟରେ ନୁହେଁ ଖେଳ କୁଦରେ ବି ଆଗରେ । ସେ ଫୁଟବଲ ଖେଳରେ ନେସନାଲ ଚ୍ୟାମ୍ପିୟନ ର ମେଡାଲ ନିଜ ନାମରେ କରାଇ ସାରିଛନ୍ତି । ଦୀପାଲି ସବୁ ଝିଅ ମାନଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟନ୍ତି ।

Leave a Reply

Your email address will not be published. Required fields are marked *