ଦ୍ଵିତୀୟ ଟେଷ୍ଟ ରେ ଅଶ୍ୱିନ ଓ ଜଡେଜା ଙ୍କ ମଧ୍ୟରୁ କାହାକୁ ମିଳିବ ମଉକା, ରହାଣେ ଦେଇଥିଲେ ସଂକେତ

ନ୍ୟୁଜଲ୍ୟାଣ୍ଡ ବିରୋଧରେ ଭାରତୀୟ ଟିମ ପ୍ରଥମ ଟେଷ୍ଟ ମ୍ୟାଚରେ ୧୦ ୱିକେଟରେ ହାରି ଯାଇଥିଲେ । ଦୁଇଟି ଟେଷ୍ଟ ମ୍ୟାଚ ସିରିଜ ର ପ୍ରଥମ ମୁକାବିଲାରେ ଭାରତୀୟ ଟିମର ଶୀର୍ଷ ବ୍ୟାଟସ ମ୍ୟାନ କ୍ରମ ମେଜବାନଙ୍କ ସାମ୍ନାରେ ସମ୍ପୂର୍ଣ ହାରି ଓ ଦୁଇଟି ଯାକ ପର୍ଯ୍ୟାୟ ରେ କ୍ୟାପଟେନ ବିରାଟ କୋହିଲିଙ୍କ ନେତୃତ୍ୱର ଟିମ 200 ରନ ପାର କରିପାରିନଥିଲେ । କ୍ୟାପଟେନ କୋହଲି, ସଲାମୀ ବ୍ୟାଟସ ମ୍ୟାନ ପୃଥ୍ବୀ ଶାହ, ଚେତେଶ୍ୱର ପୁଜାରା 20 ରନ କୁ ବି କାଟି ପାରିନଥିଲେ ।

ଟେଷ୍ଟରେ ବିଶେଷଜ୍ଞ ପୂଜାରା ବହୁତ ସଂଘର୍ଷ କରିବାର ନଜର ଆସିଥିଲେ । ଯାହା କାରଣରୁ ତାଙ୍କୁ ବହୁତ ସମାଲୋଚନାର ସାମ୍ନା କରିବାକୁ ପଡୁଛି ।

ପ୍ରଥମ ପର୍ଯ୍ୟାୟ ରେ ପୁଜାରା 42 ବଲରେ 11 ରନ ଓ ଦ୍ଵିତୀୟ ରେ 81ବଲରେ 11 ରନ କରିଥିଲେ । ଯାହାଫଳରେ ତାଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା । ହେଲେ ଉପକ୍ୟାପଟେନ ଅଜିଙ୍କ୍ୟ ରହାଣେଙ୍କୁ ବଞ୍ଚେଇବାକୁ ତାଙ୍କ ସାଥ ଦେଇଥିଲେ । କହିବାକୁ ଗଲେ ନ୍ୟୁଜଲ୍ୟାଣ୍ଡର ବୋଲିିଂ ମ୍ୟାନ ଭଲରେ ଖେଳିଥିଲେ ଓ ପୁଜାରା ରନ ପାଇଁ ଚେଷ୍ଟା କରୁଥିଲେ । ସେ ଦ୍ଵିତୀୟ ଟେଷ୍ଟ ସିରିଜ ମ୍ୟାଚ ପୂର୍ବରୁ ଅଶ୍ୱିନ ଓ ଜାଡେଜାଙ୍କ ସହ କଥା ହେଇଥିଲେ ।  କାରଣ ଅଶ୍ୱିନ 99 ରନରେ 3 ୱିକେଟ ନେଇଥିଲେ ।

ଦ୍ଵିତୀୟ ଟେଷ୍ଟର ପୂର୍ବରୁ ରାହଣେ କହିଛନ୍ତି ସବୁ ମେଜବାନଙ୍କୁ ସବୁ ବୋଲିିଂମ୍ୟାନ ଗୋଟେବି ଖରାପ ବଲ ପକେଇନଥିଲେ । ସେ କହିଛନ୍ତି କି ପ୍ରଥମ ଟେଷ୍ଟ ବିଷୟରେ ଅଧିକ ଭାବିବା ଉଚିତ ନୁହେଁ ।

ଟେଷ୍ଟରେ ଅଧିକ ଭଲ ଥିଲା ୱିକେଟ

ଏହି ୱିକେଟ୍ ପ୍ରଥମଥର ଇଣ୍ଡିଆ ଟିମ ଖେଳିଥିଲେ । ହନୁମା ବିହାରୀ, ରାହଣେଙ୍କୁ କହିଥିଲେ ଯେ ପ୍ରଥମେ ଟେଷ୍ଟ ମ୍ୟାଚ ପାଇଁ ଖେଳିବା ହିସାବରେ ୱିକେଟ ଭଲ ଥିଲା । ୱିକେଟରେ ଦ୍ରୁତତା ଓ ଉତ୍ସାହ ଥିଲା । ସେ କହିଛନ୍ତି କି ଆଗ ନିଜ ଉପରେ ବିଶ୍ୱାସ ରଖିବା ଦରକାର, ପ୍ରଥମ ଟେଷ୍ଟ ବିଷୟରେ ଭାବନ୍ତୁନାହିଁ । ସେ କହିଛନ୍ତି କି ଅଶ୍ୱିନ ଓ ଜାଡେଜାଙ୍କ ମଧ୍ୟରୁ କାହାକୁ ଏଯାଏ ବାଛିବା ସ୍ଥିର ହୋଇନି । ସେ କହିଥିଲେ ମୋହମଦ ସମ୍ମି ଓ ଯଶପ୍ରିତ ବୁମରାହଙ୍କ ପାଇଁ ବେଶୀ ଚିନ୍ତା ନାହିଁ । ସେ କହିଛନ୍ତି ଯଦି ଆମ ଟିମ ପ୍ରଥମେ ବ୍ୟାଟିଂ କରିବ ତ ଏକ ସକାରାତ୍ମକ ଭାବନାରେ ଖେଳି ପାରିବା ।

Leave a Reply

Your email address will not be published. Required fields are marked *