ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବୁଧବାର ରାତି ରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ହୋଇଛି । ଯାହା ପାଇଁ ଏବେ ସାରା ଓଡିଶା ବାସୀ ତଥା ଓଡିଆ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇ ପଡିଛି । ତାଙ୍କର ମୃ-ତ୍ୟୁ ରେ ଶୋ-କର ବାଦଲ ଖେଳି ଯାଇଛି । ତେବେ ପିଣ୍ଟୁ ଙ୍କ ସ୍ତ୍ରୀ ତାଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି ଏ କଥା ହୁଏ ତ ଖୁବ କମ ଲୋକ ଜାଣିଥିବେ ।
ଏ ନେଇ ପିଣ୍ଟୁ ଙ୍କ ସହକର୍ମୀ ବିକାଶ ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ପୁରା ଖବର ବିଷୟରେ । ବିକାଶ କହିଛନ୍ତି ଯେ “ଡିଭୋର୍ସ ପରେ ସ୍ଵାମୀ ଆଉ କଣ ? ଭାଉଜ ଆଉ କାହିଁକି ଆସିବେ ? ଭାଉଜ ଏବେ ନୂଆ ଚାକିରି କରିଛନ୍ତି । ସ୍ଵାମୀ ଥିଲା ବେଳେ ତ ଆସୁ ନ ଥିଲେ ଏବେ କାହିଁକି ଆସିବେ ।
ଆଉ ଆସିବେନି ଭାଉଜ । ପିଣ୍ଟୁ ଭାଇ ସ୍ତ୍ରୀ ଆଉ କାହିଁକି ଆସିବ ? ଆଉ ଗୋଟେ କଥା କହୁଛି । ହଁ ଭାଉଜ ଆସିଥିଲେ ଦିଲ୍ଲୀ ଯାଇଥିଲେ । ଏମିତିକି ହାଇଦ୍ରାବାଦ ଯାଇଥିଲେ । ଭାଇ ଭାଉଜ ସାଙ୍ଗ ହୋଇ ରହୁ ନ ଥିଲେ । ଦୁହେଁ ଅଲଗା ହୋଇ ଯାଇଥିଲେ । ଭାଉଜ ବି ଦିନକୁ ଅନେକ ଥର ଫୋନ କରନ୍ତି ବାପି ଭାଇ ଙ୍କ ପାଖକୁ ପିନତୁ ଭାଇ ଙ୍କ କଥା ବୁଝିବା ପାଇଁ ।
ପିଣ୍ଟୁ ଭାଇ ଯାଇଥିଲା ତାକୁ ଜଣ୍ଡିସ ହୋଇଛି ତଥାପି ସେ ଭଲରେ ଖିଆପିଆ କରେନି କି ମେଡ଼ିସିନ କହେନି । ପିଣ୍ଟୁ ଭାଇ ଲଭ ମ୍ୟାରେଜ କରିଥିଲେ ଶିଳ୍ପା ଭାଉଜ ଙ୍କୁ । ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି । ହଠାତ ବର୍ଷେ ଦେଢ ବର୍ଷ ହେବ କଣ ହେଲା ଦୁହିଙ୍କ ମଧ୍ୟରେ କିଛି ମୁଁ ଜାଣି ପାରିଲି ନାହି । ପିଣ୍ଟୁ କହିଛି ମତେ ଭାଉଜ ଛାଡି ଦେଇଛି ମୋତେ କିନ୍ତୁ ଏ କଥା କେହି ବିଶ୍ଵାସ କରନ୍ତି ନାହି ।
ପିଣ୍ଟୁ ଘର କଥା କାହାକୁ କୁହେ ନାହି । କିନ୍ତୁ ସମସ୍ତେ ଜାଣିଛନ୍ତି ସେ ତା ସ୍ତ୍ରୀ କୁ ବହୁତ ଭଲ ପାଏ । ମୁଁ ପିଣ୍ଟୁ ର ପୁଅ ସାଇ କୁ ମୋର ସକ୍ଷମ ଅନୁଯାୟୀ ସାହାଜ୍ଯ କରିବି । ଯେବେ ବି ଦରକାର ପଡିବ ମୁଁ ନିଶ୍ଚୟ ସାହାଜ୍ଯ କରିବାକୁ ଆଗେଇ ଆସିବି । ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ତା ଆତ୍ମା ର ସଦଗତି ହେଉ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।