Special Report: ଲିଭିଗଲା ଜ୍ୟୋତି, ଭାବିଥିଲେ ବଡ ହୋଇ ଡାକ୍ତର ହେବେ…. କିନ୍ତୁ ଡ୍ରେନରେ ଭାସିଗଲା ଡାକ୍ତର ହେବାର ସ୍ଵପ୍ନ

ଭୁବନେଶ୍ଵରର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତି ପ୍ରକାଶ ବେହେରା ଆଜି ଆଉ ଆମ ଗହଣରେ ନାହିଁ । ସମସ୍ତେ ବର୍ତ୍ତମାନ ଜ୍ୟୋତିକୁ ହରାଇବାର ଦୁଃଖରେ ଅଛନ୍ତି । ଜ୍ୟୋତିର ସାର ଓ ମାଡଙ୍କ ଆଖିରୁ ଲୁହ ଶେଷ ହେଉ ନାହିଁ । କହିଦେଉଛୁ କି ଜ୍ୟୋତି ପ୍ରକାଶ ବେହେରା ଉର୍ଫ ରାଜା ଭଲ ପାଠ ପଢି ଭଲ ଡାକ୍ତର ହେବେ ବୋଲି ସ୍ଵପ୍ନ ଦେଖିଥିଲା । ଏଥିପାଇଁ ସେ ବହୁତ ପରିଶ୍ରମ ବି କରୁଥିଲା । ଶିକ୍ଷକ ଓ ଶିକ୍ଷୟତ୍ରିଙ୍କୁ ବି ରାଜା ନିଜର ସ୍ଵପ୍ନ ବିଷୟରେ କହୁଥିଲା କି ସେ ବଡ ହୋଇ ଜଣେ ଭଲ ଡାକ୍ତର ହେବ ।

କିନ୍ତୁ ରାଜାର ସ୍ଵପ୍ନକୁ ଏହି ନିଷ୍ଠୁର ସମୟ ଭାଙ୍ଗି ଦେଲା । ଓଡିଶାର ରାଜଧାନୀ ଭୁବନେଶ୍ଵରର ଡ୍ରେନ ମଧ୍ୟରେ ଭସାଇ ଦେଲା ରାଜାର ଡାକ୍ତର ହେବାର ସ୍ଵପ୍ନକୁ । ରାଜା ପଢୁଥିବା ସ୍କୁଲର ଶିକ୍ଷୟତ୍ରୀ ରାଜାକୁ ମନେ ପକାଇ କାନ୍ଦି କାନ୍ଦି କହିଲେ କି ଆଖିରୁ ଲୁହ ଶୁଖୁ ନାହିଁ ।

ରବିବାର ଠାରୁ କେମିତି କଣ ହେଉଛି କିଛି ବି ଜଣା ପଡୁ ନାହିଁ । ବିଶ୍ଵାସ ବି ହେଉ ନାହିଁ କି ସେ ଆମ ପାଖରେ ନାହିଁ । ଭଗବାନଙ୍କୁ ମୁଁ ପ୍ରାର୍ଥନା କରୁଛି କି ସେ ପୁଣି ଥରେ ଭଲ ମଣିଷ ହୋଇ ଜନ୍ମ ପାଉ । ଆଉ ଜଣେ ଶିକ୍ଷୟତ୍ରୀ କହିଲେ କି ମୋତେ ଏବେ ବି ବିଶ୍ଵାସ ହେଉ ନାହିଁ କି ରାଜା ଆମ ପାଖରେ ନାହିଁ । ଏବେ ବି ମୁଁ ତାର ଫଟୋ ନିଜ ଫୋନରେ ଦେଖୁଛି । ଗତକାଲି ଯେତେବେଳେ ମୁଁ ରୋଲ କଲ କରୁଥିଲି, ରାଜାର ରୋଲ ନମ୍ବର ଥିଲା ୧୩ । ୧୩କୁ ୩ ଥର ଡାକିଲି ତେବେ କେହି ବି ଉତ୍ତର ଦେଲେ ନାହିଁ ।

ପିଲାମାନେ କହିଲେ କି ଗୁରୁମା ସେହି ରୋଲ ନମ୍ବର ଜ୍ୟୋତି ଭାଇଙ୍କର । ମୁଁ ସପ୍ଦ ହୋଇଗଲି ଓ ଆଉ ରୋଲ କଲ କରିଲି ନାହିଁ । ବହୁତ ସମୟ ପର୍ଯ୍ୟନ୍ତ ମୁଁ ଚୁପଚାପ ବସିଲି । ସେହି ସମୟରେ ମୋ ଆଖିରେ ଲୁହ ଚାଲି ଆସିଲା । ରାଜାର ସେହି ହସ ହସ ଚେହେରା ଆମକୁ ବହୁତ ଦିନ ପର୍ଯ୍ୟନ୍ତ କନ୍ଦେଇ ରଖିବ । ରାଜାର ହସ ଆଜି ବି ଆମ ମନରେ ଅଛି ଓ କାଲି ବି ଆମ ମନରେ ରହିବ ।

ଅସମୟରେ ଓ ଅଚାନକ ମୃତ୍ୟୁ ହେବା କାରଣରୁ ରାଜାର ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା । ରାଜା ଦଶମ ଶ୍ରେଣୀର ଛାତ୍ର ହୋଇଥିବା ସମୟରେ ବହୁତ ପ୍ରତିଭାର ଅଧିକାରୀ ଥିଲା । କ୍ଳାସରେ ସବୁବେଳେ ରାଜା ଚୁପଚାପ ବସିଥାଏ । ୟୁନିଟ ୮ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାଜାକୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ସମସ୍ତେ ରାଜାକୁ ମନେ ପକାଇ ଝୁରି ଝୁରି କାନ୍ଦିଛନ୍ତି ।

Leave a Reply

Your email address will not be published. Required fields are marked *