ଦ୍ରୌପଦୀଙ୍କର ଏହି ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ମହାଦେବ ଯଦି ଏମିତି କିଛି କରିନଥାନ୍ତେ, ତାହେଲେ ଦ୍ରୌପଦୀଙ୍କର ପାଞ୍ଚଟି ପତି ବଦଳରେ ୧୪ ଟି ପତି ହୋଇଥାନ୍ତେ । ମହାଭାରତ ବିଶ୍ଵର ସବୁଠୁ ବିଶାଳ ଗ୍ରନ୍ଥ, ମହାଭାରତରେ ଏମିତି ବହୁତ ଗ୍ରନ୍ଥ ଉଲେଖ ରହିଛି, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏମିତି ଏକ ଘଟଣା ଦ୍ରୌପଦୀଙ୍କ ସହ ମଧ୍ୟ ଜଡିତ, ଯାହାକୁ ଅନେକ ଲୋକ ଜାଣିନାହାନ୍ତି । ତେବେ ଆସନ୍ତୁ ଜାଣିବା ସେ ଘଟଣା ସମ୍ପର୍କରେ । ମହାଭାରତରେ ଦ୍ରୌପଦୀଙ୍କ ଚରିତ୍ର ଅତ୍ୟନ୍ତ ବିଚିତ୍ର ଓ ରୋମାଞ୍ଚକର । ଦ୍ରୌପଦୀଙ୍କର ଜନ୍ମ ଅଗ୍ନିରୁ ହୋଇଥିଲା, ସେଥିପାଇଁ ତାଙ୍କୁ ଅଗ୍ନି କନ୍ୟା ମଧ୍ୟ କୁହାଯାଏ ।

Image Courtesy: Google

ଦ୍ରୌପଦୀଙ୍କର ୫ ଜଣ ସ୍ଵାମୀ ଥିଲେ, ଯେଉଁଥି ପାଇଁ ତାଙ୍କୁ ପାଞ୍ଚାଳି ମଧ୍ୟ କୁହାଯାଏ । ପାଞ୍ଚଜଣ ସ୍ଵାମୀଙ୍କ ଠାରୁ ସନ୍ତାନ ମଧ୍ୟ ଥିଲେ । ତେବେ ଦ୍ରୌପଦୀଙ୍କ ପାଞ୍ଚଜଣ ସ୍ଵାମୀ ହେବା ପଛରେ ତାଙ୍କର ପୂର୍ବ ଜନ୍ମର ତପସ୍ୟା ରହିଛି । ପୂର୍ବଜନ୍ମର ତପସ୍ୟା ବଳରେ ତାଙ୍କୁ ୫ଜଣ ସ୍ଵାମୀ ମିଳିଥିଲେ । କିନ୍ତୁ ଯଦି ତାଙ୍କ ତପସ୍ୟାର ଫଳ ସମ୍ପୂର୍ଣ ମିଳିଥାନ୍ତ, ତେବେ ଦ୍ରୌପଦୀଙ୍କର ୧୪ ଜଣ ସ୍ଵାମୀ ଥାନ୍ତେ ।

Image Courtesy: Google

ଭବିଷ୍ୟ ପୁରାଣରେ ଉଲେଖ ରହିଛିଯେ ପୂର୍ବ ଜନ୍ମରେ ଦ୍ରୌପଦୀ ଜଣେ ଧର୍ମ ପରାୟଣ ମହିଳା ଥିଲା । ସେ ବିଧବା ହୋଇଯାଇଥିଲେ, ବିଧବା ହେଲାପରେ ସେ ଅଖଣ୍ଡ ସୌଭାଗ୍ୟବତୀ ହେବାପାଇଁ ମହାଦେବଙ୍କୁ ଘୋର ତପସ୍ୟା କରିଥିଲେ ।ଦ୍ରୌପଦୀଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ କହିଥିଲେ କଣ ମାଗୁଛ ମାଗ । ଦ୍ରୌପଦୀ ଏମିତି ବାର ମାଗିଲେ ଯାହା ମହାଦେବଙ୍କୁ ବିଚଳିତ କରିଦେଲା ।

Image Courtesy: Google

ଦ୍ରୌପଦୀ ମହାଦେବଙ୍କୁ ଏମିତି ବର ମାଗିଲେ ଯାହା ଭିତରେ ୧୪ଟି ଗୁଣ ରହିଥିବ ।ମହାଦେବ ଦ୍ରୌପଦୀଙ୍କୁ ବୁଝାଇଥିଲେ ଯେ ୧୪ ଟି ଗୁଣ ଜଣେ ପୁରୁଷ ଭିତରେ ପାଇବା ଅସମ୍ଭବ । ସେଥିପାଇଁ ୧୪ଟି ଗୁଣରୁ କମ କରି ମାଗନ୍ତୁ । ତାପରେ ଦ୍ରୌପଦୀ ୧୪ ଗୁଣ ବଦଳରେ ପଞ୍ଚଗୁଣ ଥିବା ସ୍ଵାମୀ ମାଗିଥିଲେ । ସେହି ପାଛୋଟି ଗୁଣ ହେଲା ଧର୍ଯ୍ୟବାନ, ଧାର୍ମିକ,ଶକ୍ତିଶାଳୀ, ମହାନ ଧନୁର୍ଦ୍ଧାରୀ, ଏବଂ ରୂପବାନ ।

Image Courtesy: Google

ପରବର୍ତୀ ଜନ୍ମରେ ସେ ଦ୍ରୌପଦୀ ଭାବେ ଜନ୍ମ ହେଲେ, ଏବଂ ତାଙ୍କ ବିବାହ ପାଣ୍ଡବଙ୍କ ସହିତ ହୋଇଥିଲା । ଯଦି ମହାଦେବ ୧୪ ଟି ଗୁଣ ପାଇଁ ଦ୍ରୌପଦୀଙ୍କୁ ବର ଦେଇଥାନ୍ତେ, ତାଙ୍କର ୫ ସ୍ଵାମୀ ବଦଳରେ ୧୪ ସ୍ଵାମୀ ହୋଇଥାନ୍ତେ । ସେ ପାଞ୍ଚଜଣଙ୍କୁ ବିବାହ କରିବା ନେଇ ସେ ବିଚଳିତ ହୋଇପଡିଥିଲେ । ସେତେବେଳେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ମନେ ପକାଇଦେଇଥିଲେ ଯେ ଏହା ତାଙ୍କର ପୂର୍ବଜନ୍ମର ତପସ୍ୟାର ଫଳ । ଯେଉଁ ବର ସେ ଭଗବାନ ଶିବଙ୍କୁ ମାଗିଥିଲେ ।

Leave a Reply

Your email address will not be published. Required fields are marked *