ଶୀତଦିନେ କେମିତି ରଖିବେ (Dry Skin) ତ୍ଵଚାର ଧ୍ୟାନ- Acharya Balkrishna

ଥଣ୍ଡା ଦିନ ଆସିଗଲାଣି ଓ ସମସ୍ତଙ୍କ ସ୍କିନ ଡ୍ରାଇ ହବାକୁ ଆରମ୍ଭ କରି ଦେଇଛି ଏହାର କାରଣ ଓ ଉପଚାର ବିଷୟରେ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କୁ ଜାଣି ରଖିବା ବହୁତ ଆବଶ୍ୟକ ଅଟେ ।

ଡ୍ରାଇ ସ୍କିନ ବହୁତ କାରଣରୁ ହୋଇଥାଏ ଥଣ୍ଡା ଦିନରେ ବାତାବରଣରେ ହ୍ୟୁମିଡିଟି ଅଧିକ ଥାଏ ଯାହା ତୁଳନାରେ ଆମ ଶରୀରରେ ପାଣି ମାତ୍ରା କମ ରହିବା ଦ୍ଵାରା ଆମ ଶରୀର ଶୁଷ୍କ ହବାକୁ ଲାଗିଥାଏ । ତେବେ କଣ ଆପଣ ଜାଣିଛନ୍ତି ଏହା ଛଡା ବହୁତ କାରଣ ଅଛି ଯାହା ଦ୍ଵାରା ସ୍କିନ ଡ୍ରାଇ ବା ଶୁଷ୍କ ହୋଇଥାଏ ।

Image Courtesy: Google

ଥଣ୍ଡା ଦିନରେ ଶରୀର ଗରମ ଓ ବାତାବରଣ ଥଣ୍ଡା ହବା ଦ୍ଵାରା ମଣିଷ ପାଣି ପିବା ବହୁତ କମ କରି ଦେଇଥାନ୍ତି ଯାହା ଫଳ ସ୍ୱରୂପ ଆମ ଶରୀରରେ ପାଣି ମାତ୍ରା କମିଯାଇଥାଏ ଓ ଆମ ଶରୀର ସ୍କିନ ଡ୍ରାଇ ହବାକୁ ଲାଗିଥାଏ । ତେବେ କଣ ଆପଣ ଜାଣିଛନ୍ତି ଯଦି ଆପଣ ଡେଡ ଡାଇଟ ନଉଛନ୍ତି ତେବେ ଆପଣଙ୍କ ସ୍କିନ ବହୁତ ଶୀଘ୍ର ଡ୍ରାଇ ହୋଇଥାଏ ତେବେ ଡେଡ ଡାଇଟ କଣ ଯେମିତିକି ଆଇଂଷ,

Image Courtesy: Google

ଫାଷ୍ଟ ଫୁଡ ଇତ୍ୟାଦି ଜିନିଷ ଡେଡ ଫୁଡ ଯେଉଁଥିରେ ପାଣି ମାତ୍ରା ବହୁତ କମ ରହିଥାଏ ଓ ଲାଇଭ ଡାଇଟ ଫୁଡ ହେଲା ପନି ପାରିବା ଓ ଫଳ ଯେଉଁଥିରେ ପାଣି ମାତ୍ରା ବହୁତ ପରିମାଣରେ ରହିଥାଏ । ତେବେ ଥଣ୍ଡା ଦିନରେ ଲୋକଙ୍କୁ ଲାଇଭ ଡାଇଟ ରଖିବା ଆବଶ୍ୟକ ଏହା ଦ୍ଵାରା ଆପଣଙ୍କ ଶରୀରରେ ପାଣି ମାତ୍ରା ଠିକ ରହିବ ଓ ଆପଣଙ୍କ ସ୍କିନ ଡ୍ରାଇ ସମସ୍ଯା କମିଯିବ ତେବେ ଆସନ୍ତୁ ଘରୋଇ ଉପଚାର ବିଷୟରେ ଚର୍ଚା କରିବା । ତେବେ ଆସନ୍ତୁ ଉପାୟ ଗିଉଡିକ ବିଷୟରେ ଜାଣି ରଖିବା ।

Image Courtesy: Google

୧. ଆପଣ ପ୍ରତିଦିନ ଗୋଟେ ଗ୍ରାମ ଚୂନ ସେବନ କରନ୍ତୁ ଯେଉଁ ଚୂନ ଆପାନ ପାନରେ ଖାଇବା ପାଇଁ ବ୍ୟବହାର କରନ୍ତି ଆମେ ସେଇ ଚୂନ କଥା କହୁଛୁ । ଏହାକୁ ଆପଣ କୌଣସି ଫଳ ବା ତରକାରୀ ବା ପାଣି ଯାହା ଆପନାଙ୍କୁ ପସନ୍ଦ ସେଥିରେ ପକାଇ ସେବନ କରି ପାରିବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ ।

Image Courtesy: Google

୨. ଆପଣ ଗୋଟେ ଚାମଚ ନଡିଆ ତେଲ, ଗୋଟେ ଚାମଚ ମହୁ ଓ ଗୋଟେ ଚାମଚ କମଳା ରସ ନିଅନ୍ତୁ ଓ ଏହାକୁ ନିଜ ଶରୀର ଉପରେ ଭଲ ଭାବରେ ମାଲିସ କରନ୍ତୁ ଯଦି ଏହା ଆପଣଙ୍କ ଶରୀର ପାଇଁ କମ ହୋଇଥାଏ ତେବେ ଆପଣ ଦୁଇ ଦୁଇ ଚାମଚ ସବୁ କିଛି ନେଇ ପାରନ୍ତି ।

ସବୁଠାରୁ ବିଶେଷ କଥା ଏହା ଅଟେ ଯେ ଏହା ଆପଣ ରାତିରେ ଶୋଇବା ଆଗରୁ କରିବେ ଓ ଏହି ମାଲିସ କରିବା ପରେ ଆପଣ କୌଣସି ସୂତା କପଡାରେ ନିଜ ଶରୀର ପୋଛି ଦେଇ ସୋଇ ପଡିବେ ମନେ ରଖନ୍ତୁ ଦିନରେ କରିବାର କିଛି ଲାଭ ନାହିଁ ଓଲଟା କେତେ ଲୋକଙ୍କୁ ଋଆକ୍ସନ ହୋଇଥାଏ ସେଥିପାଇଁ ଦିନରେ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *