ଦୁଇବୁନ୍ଦାରେ ଉଠି ବସୁଛି କରୋନା ରୋଗୀ! ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ବର୍ତ୍ତମାନ ସମୟରେ କରୋନାର ଔଷଧକୁ ନେଇ ଚାରିଆଡେ ଚର୍ଚା ଚାଲିଛି । କୁହାଯାଉଛି କି ଆନ୍ଧ୍ରପ୍ରଦେଶର କ୍ରୀଷ୍ଣାପଟନମ ଜିଲ୍ଲାରେ ଜଣେ ଆୟୁର୍ବେଦ ବିଜ୍ଞାନୀ କରୋନାର ଔଷଧ ବାହାର କରି ଦେଇଛନ୍ତି । ଯେତେବେଳେ ଏହି ଖବର ଚାରିଆଡେ ବ୍ୟାପିଗଲା ତେବେ ସେହି ସମୟରୁ ହିଁ

ହଜାର ହଜାର ସଂଖ୍ୟାରେ କରୋନାରେ ପୀଡିତ ବ୍ୟକ୍ତି କ୍ରୀଷ୍ଣାପଟନମ ଗାଁକୁ ଯାଇ ଔଷଧ ନେଉଛନ୍ତି । ଏହି ସ୍ଥାନର କିଛି ଭିଡିଓ ବି ଭାଇରାଲ ହେଉଛି ଓ ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକମାନେ କୋବିଡ ନିୟମକୁ ଉଲଂଘନ କରି ଔଷଧ ନେବା ପାଇଁ ଲାଇନ କରି ଛିଡା ହୋଇଛନ୍ତି । ଏହି ସମୟରେ କାହା ମୁହଁରେ ମାସ୍କ ଅଛି ତ କାହା ମୁହଁରେ ମାସ୍କ ନାହିଁ ଓ ସାମାଜିକ ଦୂରତା ବିଷୟରେ ବୋଧେ ସମସ୍ତେ ଭୁଲି ଯାଇଛନ୍ତି । ଏହିଭଳି ସ୍ଥିତିକୁ ପୋଲିସ ମଧ୍ୟ ସମ୍ଭାଳି ପାରୁ ନାହିଁ । ଏହି ସମସ୍ତ ଭିଡିଓରେ ଗୋଟିଏ ଭିଡିଓ ବହୁତ ଭାଇରାଲ ହେଉଛି । ସୂଚନା ଅନୁସାରେ ଏହି ଭିଡିଓ ସେହି କ୍ରୀଷ୍ଣାପଟନମ ସ୍ଥାନର ଅଟେ ।

ଯେଉଁ ସ୍ଥାନରେ ପ୍ରବଳ ଭିଡ ଲାଗିଛି । ସେହି ସମୟର ହଠାତ ଜଣେ କରୋନା ରୋଗୀ ଗୁରୁତ୍ଵର ଅବସ୍ଥାରେ ତଳେ ପଡିଗଲା । ଏମିତିରେ ମୃତ୍ୟୁ ସୁନିଶ୍ଚିତ ଜାଣି ତାଙ୍କର ପତ୍ନୀ କନ୍ଦିବା ଆରମ୍ଭ କରିଦେଲେ । କିନ୍ତୁ ଏହି ସମୟରେ ଭିଡ ମଧ୍ୟରେ ହଠାତ ଜଣେ ବ୍ୟକ୍ତି ଆସି ଗୋଟିଏ ଛୋଟ କାଚ ବୋତଲରୁ ଅଳ୍ପ କିଛି ପାଣି ସେହି ବ୍ୟକ୍ତିର ଆଖିରେ ପକାଇ ଦେଉଛି । ଏହା ପରେ ଦେଖୁ ଦେଖୁ ବ୍ୟକ୍ତି ଜଣକ ଅଚାନକ ଉଠି ବସୁଛନ୍ତି ।

ଏହା ଦେଖି ସେଠି ଥିବା ସବୁ ବ୍ୟକ୍ତି ତାଳି ମାରୁଛନ୍ତି । କହିବାକୁ ଗଲେ ଏହି ସମସ୍ତ ଦୃଶ୍ୟ ଆନ୍ଧ୍ରପ୍ରଦେଶର କ୍ରୀଷ୍ଣାପଟନମ ଗାଁର ଅଟେ । ଏହି ସ୍ଥାନର ଜଣେ ବ୍ୟକ୍ତିଙ୍କ ଦ୍ଵାରା ନିର୍ମିତ କରୋନା ଔଷଧକୁ ନେଇ ଜୋରଦାର ଚର୍ଚା ଚାଲିଛି । ଏହି ଔଷଧରେ ସମସ୍ତ କରୋନା ରୋଗୀ ସୁସ୍ଥ ହୋଇ ଯାଉଛନ୍ତି ବୋଲି ଖବର ପ୍ରଚାର ହେବା ପରେ ଏହି ସ୍ଥାନରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । କୁହାଯାଉଛି କି ଏହି ଜିଲ୍ଲାର ସମସ୍ତ କୋବିଡ ହସ୍ପିଟାଲର ରୋଗୀମାନେ ହସ୍ପିଟାଲ ଛାଡି ଏହି କ୍ରୀଷ୍ଣାପଟନମ ଗାଁକୁ ଯାଉଛନ୍ତି ।

କହିଦେଉଛୁ କି କ୍ରୀଷ୍ଣାପଟନମ ଗ୍ରାମର ବି ଆନନ୍ଦଦୟା ନାମକ ଜଣେ ବ୍ୟକ୍ତି ଏହି କରୋନା ଔଷଧକୁ ପ୍ରସ୍ତୁତ କରିଛନ୍ତି । ବି ଆନନ୍ଦଦୟା ଜଣେ ଆୟୁର୍ବେଦିକ ଡାକ୍ତର ଅଟନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କର ଏହି ଔଷଧକୁ ଆନ୍ଧ୍ର ପ୍ରଦେଶରେ ଶାସନ କରୁଥିବା YSR ଦଳର ବିଧାୟକ ଓ ଜିଲ୍ଲା ସଭାପତି ଗୋବର୍ଦ୍ଧନ ରେଡ୍ଡୀ ଉଦ୍ଘାଟନ କରିବା ସହ ଏହାର ବିତରଣକୁ ବି ପ୍ରୋତ୍ସାହନ କରୁଛନ୍ତି ।

ଏହି ଔଷଧ ବିଷୟରେ ସମସ୍ତେ ଜାଣିବା ପରେ ଦିନକୁ ୫୦ ରୁ ୬୦ ହଜାର ଲୋକମାନେ କୋବିଡ ନିୟମ ଉଲଂଘନ କରି ଏହି ଗାଁ କୁ ଆସୁଛନ୍ତି । ଏମିତିରେ ଯେତେବେଳେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ ତେବେ ରାଜ୍ୟ ସରକାର ଔଷଧ ବିତରଣକୁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *