ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା 2ଟି ଲଘୁଚାପ, 2 ଦିନ ପାଇଁ ହେବ ପ୍ରବଳ ବର୍ଷା!

ନମସ୍କାର ବନ୍ଧୁଗଣ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁଇଟି ଲ-ଘୁ-ଚା-ପ ଏକ ସହ ସୃଷ୍ଟି ହୋଇଛି । ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶା, ଉତ୍ତର ଆନ୍ଧ୍ର ପହଞ୍ଚିପାରେ ବୋଲି ଆଶଙ୍କା କରା ଯାଉଛି । ଆସନ୍ତା ୧୬ ଓ ୧୭ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ ଗତ କାଲି ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇଛି । ଏହା ପରେ ଏହି ଘୂର୍ଣ୍ଣୀ ବଳୟ ଲଘୁଚାପର ରୂପ ନେଇଛି । ଏହି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦେଇ ଗତି କରିବ । ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ହୋଇ ସାରିଛି ।

ଯାହା ଦ୍ଵାରା ପଞ୍ଜାବ, ମହାରାଷ୍ଟ୍ରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତି କରିବାରେ ଲାଗିଛି । ଏହି ସମୟରେ ଆରବିୟାନ ସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳ, ଓଡିଶା ଉପକୂଳ ଓ ପଶ୍ଚିମ ଉପକୂଳ ଓଡିଶାରେ ବର୍ଷା ହେବା ଅନୁମାନ କରା ଯାଉଛି । ପବନର ବେଗ ୪୦ରୁ ୫୦କିମି ରହିବା ବୋଲି ପୂର୍ବାନୁମାନ କରା ଯାଉଛି । ଏହି ଲଘୁଚାପ ଗଭୀର ଅବପାତର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷ ରୁ ଆକଳନ କରା ଯାଇଛି । ପୂର୍ବ ରୁ ଯେଉଁ ବାତ୍ୟା ଲାୟନରକ ସୃଷ୍ଟି ହୋଇଥିଲା ତାହା ସମୟ କ୍ରମେ ଦୁର୍ବଳ ହୋଇ ଅନ୍ୟ ଏକ ବାତ୍ୟା ଯୱାଦ ର ରୂପ ନେବ ବୋଲି କୁହା ଯାଉଥିଲା ।

ଏହି ଲଘୁଚାପର ପ୍ରଭାବରେ ଅଧିକାଂଶ ଜିଲ୍ଲା ପ୍ରଭାବିତ ହୋଇ ପାରେ । ଯେମିତି କି ବ୍ରମହାପୁର, ଗଞ୍ଜାମ, ମାଲକାନାଗିରି, ବାଲେଶ୍ଵର ଆଦି ଜିଲ୍ଲା ଗୁଡିକରେ ଅଧିକ ବର୍ଷା ସହ ପବନ ହେବାର ଆକଳନ କରା ଯାଉଛି । ଏହା ସହ ଖୋର୍ଦ୍ଧା ଓ ଜଗତସିଂପୁର ଆଦି ଜିଲ୍ଲା ଗୁଡିକରେ ମଧ୍ୟ ବର୍ଷା ହୋଇପାରେ । ଏହା ବ୍ଯତୀତ ଆଭ୍ୟନ୍ତରଣୀୟ ଓଡିଶାରେ ମଧ୍ୟ ଏହି ଲଘୁଚାପର ପ୍ରଭାବ ରହିବ ବୋଲି ପୂର୍ବ ଅନୁମାନ କରା ଯାଉଛି । ଏଥିପାଇଁ ପୂର୍ବ ରୁ ୧୫ଟି ଜିଲ୍ଲା କୁ ୟେଲୋ ୱା-ର୍ନି-ଙ୍ଗ ଦିଆ ଯାଇଛି । ଆସନ୍ତା କାଲି ୧୬ଟି ଜିଲ୍ଲା କୁ ୟେଲୋ ୱା-ର୍ନି-ଙ୍ଗ ଜାରି କରାଯାଇ ପାରେ ।

ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *