2 ଦିନ ପରେ ବାହାରିବ +2 Science ଓ Commerce ରେଜଲ୍ଟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୁଲାଇ ୩୧ ତାରିଖରେ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ୩୧ ତାରିଖ ସନ୍ଧ୍ୟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପରବର୍ତ୍ତୀ ପର୍ଯ୍ୟାୟରେ କଳା ଓ ଧନ୍ଦା ମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ୍ନ ବୋଲି ସୂଚନା ମିଳିଛି । ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାହା ସ୍ପଷ୍ଟ ହେଉ ନଥିଲା ।

କିନ୍ତୁ ସୁପ୍ରିମ କୋର୍ଟର ନିର୍ଦେଶ ଅନୁସାରେ ସମସ୍ତ ଯୁକ୍ତ ୨ ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ । ସେଥିପାଇଁ ଆଜି କିଛି ସମୟ ପୂର୍ବରୁ ଗଣ ଶିକ୍ଷା ମନ୍ତ୍ରୀଙ୍କ ଅଧକ୍ଷ୍ୟରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଗଣ ଶିକ୍ଷା ବିଭାଗର ସଦସ୍ୟ ମାନେ ଉପସ୍ଥିତ ରହି ପରିସ୍ଥିତି କଣ ରହିଛି ବା କେତେ ଦୂର ପରୀକ୍ଷା ଖାତା ଦେଖା ସରିଛି ତାହାକୁ ନେଇ ଆଲୋଚନା ହୋଇଥିଲା । ଆଗରୁ ଯୁକ୍ତ+୨ ପରୀକ୍ଷା ବାତିଲ କର ଯାଇଥିଲା । ପରେ ଏହାର ବିକଳ୍ପ ବ୍ୟବସ୍ଥା କଥା କୁହା ଯାଇଥିଲା ।

ପରେ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଆପଣେଇ ବିଦ୍ୟାର୍ଥୀଙ୍କୁ ମୂଲ୍ୟାୟନ କରା ଯାଇଛି । ଯୁକ୍ତ +୨ ପରୀକ୍ଷା ଫଳ ଅଗଷ୍ଟ ଦିତୀୟ ସପ୍ତାହ ସୁଦ୍ଧା ପ୍ରକ୍ଷ ପାଇବ ବୋଲି ବିଭାଗ ତରଫରୁ କୁହା ଯାଇଥିଲା । ଏହା ପରେ ସୁପ୍ରିମ କୋର୍ଟ ଜୁଲାଇ ୩୧ ସୁଧା ପରୀକ୍ଷା ଫଳ ପ୍ରକାଶ କରିବା ନିର୍ଦେଶ ଦେବା ପରେ ରାଜ୍ୟ ସରକାର ଏଥିପାଇଁ ତତ୍ପରତା ହୋଇଥିଲେ । ସୁପ୍ରିମ କୋର୍ଟର ଗାଇଡ ଲାଇନ ଅନୁସାରେ ପରୀକ୍ଷା ଫଳ ପ୍ରକାଶ କରାଯିବ କିନ୍ତୁ ଏବେ ବାଧକ ସାଜିଛି ଯେ ଏତେ କମ ସମୟ ମଧ୍ୟରେ ଯୁକ୍ତ+୨ ର ସମସ୍ତ ପରୀକ୍ଷା ଫଳ ପ୍ରକାଶ କରାଯିବା ସମ୍ଭବ ନୁହେ ।

ତେଣୁ ଉଚ୍ଚ ମାଧ୍ୟମ ଶିକ୍ଷା ବିଭାଗ ତରଫରୁ ଏକ ପିଟିସନ ଦାଖଲ କରା ଯାଇଛି ଯେଉଥିରେ ଜୁଲାଇ ୩୧ ରେ କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହା ପରତେ ଅଗଷ୍ଟ ଦିତୀୟ ସପ୍ତାହ ସୁଦ୍ଧା ଧନ୍ଦା ମୂଳକ ଓ ଯୁକ୍ତ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ । ଯେଉଁ ଛାତ୍ରଛାତ୍ରୀ ମାନେ ବିକଳ୍ପ ବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରିବେ ସେମାନଙ୍କ ପାଇଁ ଗଣ ଶିକ୍ଷା ବିଭାଗ କଣ ବ୍ୟବସ୍ଥା କରିଛି ତାହା ଦେଖିବା ବାକି ରହିବ ।

କାରଣ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ଯେମିତି ଯୁକ୍ତ +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନ ହେଉ । ଯେ ହେତୁ ପିଲା ମାନଙ୍କର ପାଠପଢା ଭଲ ଭାବେ ନ ହୋଇ ପରୀକ୍ଷା ଦେଇଛନ୍ତି ସେମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବ ତାହାକୁ ନେଇ ଚିନ୍ତାର ବିଷୟ ହୋଇ ପଡିଛି । ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଜଣା ପଡିବ ଯେ କଣ ପରିସ୍ଥିତି ରହିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *