ହଟାତ ଦୁଇ ଛାତ୍ରଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଆସିଲା 960 କୋଟି, ଯାହା ଦେଖି ସେମାନେ ରହିଗଲେ ଚକିତ

ନମସ୍କାର ବନ୍ଧୁଗଣ । ଅଚାନକ ବ୍ଯାଙ୍କ ଆକାଉଣ୍ଟ କୁ ଆସିଲା ୯୬୦ କୋଟି ଟଙ୍କା । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଛାତ୍ର ମାନେ । ଆପଣ ମାନେ କେବେ ଭାବିଛନ୍ତି ଯେ ଗୋଟିଏ ମିନିଟ ରେ କୋଟି କୋଟି ଜମା ହୋଇଯିବ । ଯଦି ଆପଣ ମାନେ କେବେ ଭାବି ନାହାନ୍ତି ତେବେ ଆଜିର ଆମର ଏହି ଲେଖା ରେ ଏମିତି କିଛି ଘଟଣା ରହିଛି । ସୂଚନା ଅନୁସାରେ ଦୁଇ ଜଣ ଛାତ୍ର ଙ୍କ ବ୍ଯାଙ୍କ ଆକାଉଣ୍ଟ କୁ ଆସିଲା ଅଚାନକ ୯୬୦ କୋଟି ଟଙ୍କା । ଛାତ୍ର ମାନେ ନିଜ ଆକାଉଣ୍ଟ ରେ ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହେବା ସହ ବ୍ଯାଙ୍କ ଅଧିକାରି ଏମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲେ ।

କେହି କିଛି ବି ଜାଣି ପାରିଲେ ନାହି କି ହଟାତ ଏତେ ଗୁଡା ଟଙ୍କା କେଉଁଠୁ ଆସିଲା । ଏହି କଥା ଜାଣିବା ପରେ ଅନ୍ୟ ଲୋକ ମାନେ ନିଜ ଆକାଉଣ୍ଟ ଚେକ କରିବା ପାଇଁ ଲମ୍ବା ଲାଇନ ଲାଗିଗଲା । ବ୍ଯାଙ୍କରେ ଭିଡ ହେବା ହେତୁ ବ୍ଯାଙ୍କରେ ବହୁତ ସମସ୍ଯା ସୃଷ୍ଟି ହେଲା । ଏକ ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ବିହାର ସରକାର ଙ୍କ ଦ୍ଵାରା ସରକାର ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପଇସା ପଠା ଯାଇଥିଲା । ଯେତେବେଳେ ସ୍କୁଲ କାହାତ୍ର ଦୁଇ ଜଣ ବ୍ଯାଙ୍କ ଯାଇଥିଲେ ସେହି ସମୟରେ ଜାଣିବାକୁ ପାଇଲେ କୁ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଛି ।

ଜଣେ ଛାତ୍ର ଙ୍କ ଆକାଉଣ୍ଟ କୁ ୯୬୦ କୋଟି ଟଙ୍କା ଆସିଥିବା ବେଳେ ଅନ୍ୟ ଜଣେ ଛାତ୍ର ଅସିତ କୁମାର ଙ୍କ ଖାତା କୁ ୯୦୦ କୋଟି ଟଙ୍କା ଆସିଛି । ବ୍ଯାଙ୍କ ମ୍ୟାନେଜର ଏହି ଘଟଣା ବାବଦରେ ଜାଣିବା ପରେ ତୁରନ୍ତ ଖାତା ର ଲେନ ଦେନ ପ୍ରକ୍ରିୟା କୁ ବନ୍ଦ କରି ଦେଇଛନ୍ତି । ଏହା ପରେ ବ୍ଯାଙ୍କ ମ୍ୟାନେଜର ଏହି ଘଟଣା ବିଷୟରେ ଉଚ୍ଚ ଅଧିକାରୀ ଙ୍କୁ ଅବଗତ କରାଇ ଥିଲେ । ଏହି ଘଟଣା ପ୍ରଥମ ଥର ପାଇଁ ଘଟିନୀ ବରଂ ପୂର୍ବ ରୁ ମଧ୍ୟ ବିହାର ରେ ଜଣେ ବ୍ୟକ୍ତି ଙ୍କ ବ୍ଯାଙ୍କ ଆକାଉଣ୍ଟ କୁ ୫ ଲକ୍ଷ ୫୦,୦୦୦ ଟଙ୍କା ଆସିଥିଲା ।

ସେହି ବ୍ୟକ୍ତି ଜଣକ ପିଏମ ମୋଦୀ ରାଶି ସହାୟତା ଭାବି ଟଙ୍କା ସବୁ ଖର୍ଚ୍ଚ କରି ଦେଇଥିଲେ । ପରେ ବ୍ଯାଙ୍କ ଅଧିକାରୀ ସେହି ବ୍ୟକ୍ତି ଜଣଙ୍କୁ ଟଙ୍କା ମାଗିବା ପରେ ସେ ଟଙ୍କା ଦେବାକୁ ମନା କରିଥିଲେ । ଏହା ପରେ ବ୍ଯାଙ୍କ ଅଧିକାରୀ ପୋଲିସରେ ଅଭିଯୋଗ କରିବା ପରେ ସେହି ବ୍ୟକ୍ତି ଙ୍କୁ ଗି-ର-ଫ କରା ଯାଇଥିଲା ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *