ଜୀବନରେ ଯେତେ ଦୁଃଖ ସବୁ ଦେବା ପରେବି ଭାଙ୍ଗିନି ଭଗବାନଙ୍କ ଉପରୁ ଭରସା, ଚାଲିଛି ଡାଏଲିସିସ, ତଥାପି ବନ୍ଦ କରି ନାହାଁନ୍ତି ପ୍ରଭୁଙ୍କ ପୂଜା- ଦେଖନ୍ତୁ Video

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କ ନିକଟରେ ଯେଉଁ ଘଟଣା ଟି ନେଇ ଆସିଛୁ ତାହା ହେଉଛି, ବାଲେଶ୍ଵର ଜିଲ୍ଲାର ର । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ପ୍ରସଙ୍ଗ ସମ୍ବନ୍ଧରେ । ଏହି ଯୁବକ ଜଣକ ଖୁବ ସୁନ୍ଦର ପୂଜା କରୁଛନ୍ତି । ଠାକୁର ଙ୍କ ନାମ ଉଚ୍ଚାରଣ କରିବାକୁ ସେ ଆଦୌ ପଛଉ ନାହାଁନ୍ତି ।

ଯୁବକ ଜଣକ ବେସ ଉଚ୍ଚକଣ୍ଠ ରେ ଯେପରି ଈଶ୍ଵରଙ୍କ ପୂଜାର୍ଚ୍ଚନା କରିବାକୁ ହୋଇଥାଏ, ଠିକି ସେହିଭଳି ପୂଜା କରି ଚାଲିଛନ୍ତି । ଘର ଘର ବୁଲି ପୂଜା କରି ବଞ୍ଚୁଛନ୍ତି । ଚେହେରାରୁ ସୁସ୍ଥ ସବଳ ଜଣା ପଡୁଥିଲେ ମଧ୍ୟ ଏହି ଯୁବକ “ହରିଶଚନ୍ଦ୍ର ପଣ୍ଡା” ବର୍ତ୍ତମାନ ରୋଗାଗ୍ରସ୍ଥ । ହରିଶ ଙ୍କର ଦୁଇଟି ଯାକ କିଡ୍ନି ବର୍ତ୍ତମାନ ଖରାପ ହୋଇସାରିଛି । ବାଲେଶ୍ଵର ର ରେମୁଣା ବ୍ଲକ ସୁତେଇ ବଡ ଗାଁ ରେ ରୁହନ୍ତି ଏହି ଯୁବକ ଜଣକ ।

ଯୁବକ ଜଣକ ପିଲାଦିନୁ ନିଜ ବାପା ମା’ ଙ୍କୁ ହରାଇଛନ୍ତି । ମାମୁଁ ଘରେ ରହି ବଡ ହୋଇଛନ୍ତି ହରିଶ । ମାତ୍ର ଭାଗ୍ୟ ଖରାପ ଯେ, ତାଙ୍କର ୨ ଟି ଯାକ କିଡ୍ନି ଖରାପ ସାଙ୍ଗକୁ ହାର୍ଟ ରେ ମଧ୍ୟ ସମସ୍ୟା ରହିଅଛି । ବର୍ତ୍ତମାନ ସେ ପୂଜାପାଠ କରି ଔଷଧ କିଣି ବଞ୍ଚୁଛନ୍ତି । ତାଙ୍କର ଆର୍ଥିକ ସମସ୍ୟା ମଧ୍ୟ ଠିକ ନାହିଁ । ହରିଶ ଗୁହାରୀ କରୁଛନ୍ତି ଯେ, କେହି ବଦାନ୍ୟ ବକ୍ତି ତାଙ୍କୁ ସାହାର୍ଯ୍ୟ କଲେ, ସେ ସଠିକ ହେବା ସହିତ ବଞ୍ଚିପାରିବେ ।

ହରିଶ କହିଛନ୍ତି ଯେ, ଯଦି ତାଙ୍କୁ କୌଣସି ବ୍ୟକ୍ତି ସାହାର୍ଯ୍ୟ କରନ୍ତି ତେବେ ସେ କିଛି ଔଷଧ କିଣି ଖାଇବା ସହିତ ନିଜର ଚିକିତ୍ସ୍ୟା ମଧ୍ୟ କରାଇ ପାରିବେ । ସେ ବଞ୍ଚିଯାଇ ପାରିବେ ବୋଲି ଆଶା ରଖି ମି-ଡି-ଆ ଆଗରେ ନିଜର ଭାବ ପ୍ରକାଶ କରିଛନ୍ତି । ହରିଶ ଚନ୍ଦ୍ର ଙ୍କର ନିଜ ଘର ବାଲେଶ୍ଵର ଜିଲ୍ଲା ଭୋଗରାଇ ରେ । ବାପା ମା’ ଙ୍କ ଦେହାନ୍ତ ପରେ ସେ ମାମୁଁ ଘରକୁ ଚାଲି ଆସିଥିଲେ ।

ମାମୁଁ ମାନେ ମଧ୍ୟ ପୂଜା ପାଠ କରି ଅତି କଷ୍ଟ ରେ ଘର ଚଳାନ୍ତି । ଏହାପରେ ଭଣଜା ର ଏଭଳି ରୋଗ କଥା ଶୁଣିବା ପରେ ସେମାନେ ଦୁଖରେ ଭାଙ୍ଗି ପଡିଛନ୍ତି । ଆଇ ନିଜ ନାତି ର ଯତ୍ନ ନେଉଅଛି । ମାମୁଁ ଜଣକ ଭଣଜା ର ଡାଏଲେସିସ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ରେ କରାଉଛନ୍ତି । ମାତ୍ର ଔଷଧ ନିମନ୍ତେ ଅର୍ଥ ବାଧକ ସାଜିଛି । ଦଇବ ର ଆଦେଶ ଆଗରେ ସଭିଏଁ ବନ୍ଧା ।

ଭଗବାନ ଚାହିଁଲେ ପ୍ରାଣୀ ଜଗତ କୁ ବଞ୍ଚାଇବେ, ସେ ଚାହିଁଲେ ସମଗ୍ର ବିଶ୍ଵ କୁ ନଷ୍ଟ କରିଦେବେ । ବର୍ତ୍ତମାନ ହରିଶ ଙ୍କ ନିମନ୍ତେ ଆପଣ ମାନଙ୍କର ସାହାର୍ଯ୍ୟ ଲୋଡା ଅଛି । ବନ୍ଧୁଗଣ ଯଦି ଆପଣ ହରିଶ ଚନ୍ଦ୍ର ପଣ୍ଡା ଙ୍କୁ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ,- ୭୭୮୮୯୯୭୨୫୫ ନମ୍ବରରେ ଯୋଗାଯୋଗ କରନ୍ତୁ । ଏହି ପ୍ରସଙ୍ଗରେ ଆପଣ ମାନଙ୍କ ମତାମତ ଦେବାକୁ ଆଦୌ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *