ସରକାରଙ୍କ ବଡ ନିଷ୍ପତ୍ତି: 2 ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ୟୁପିର ମୁଖ୍ୟମନ୍ତ୍ରୀ ସବୁବେଳେ ନିଜର ରାଜ୍ୟରେ ନୂଆ ନୂଆ ଆଇନ ଓ ନିଜର କାମ ଯୋଗୁ ସବୁବେଳେ ଚର୍ଚାରେ ରହିଥାନ୍ତି । ଏମିତିରେ ସେ ପୁଣି ଥରେ ଏକ ନୂଆ ଆଇନ ଆଣିଛନ୍ତି । କହିବାକୁ ଗଲେ ୟୁପିରେ ୨୦୨୨ରେ ନୂତନ ନିର୍ବାଚନ ହେବ । ଏମିତିରେ ଏଠି ଏକ ନୂଆ ଜନସଂଖ୍ୟା ବିଲ ପ୍ରସ୍ତୁତ ହୋଇଛି ।

ଏହାର ଡ୍ରାଫ୍ଟ ଅନୁସାରେ ଯଦି ଆପଣଙ୍କର ଦୁଇରୁ ଅଧିକ ସନ୍ତାନ ଅଛି ତେବେ ଆପଣ ସ୍ଥାନୀୟ ନିର୍ବାଚନ ଲଢି ପାରିବେ ନାହିଁ । ସେହିଭଳି ସରକାରୀ ଚାକିରିର ଆବେଦନ ଉପରେ ବି କିଛି କଡା ନିୟମ ଲାଗୁ କରାଯାଇଛି । ଯେମିତି କି ଯଦି ଆପଣ ସରକାରୀ ଚାକିରି କରୁଛନ୍ତି ତେବେ ଆପଣଙ୍କୁ ପଦନ୍ନୋତି ମିଳିବ ନାହିଁ । ଏତିକି ନୁହେଁ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସବସିଡିରୁ ଆପଣ ବଞ୍ଚିତ ରହିବେ ।

ଉତ୍ତର ପ୍ରଦେଶ ଆଇନ କମିସନ କହିଛନ୍ତି କି uttar pradesh population control stabilisation and welfare bill 2021 ମାଧ୍ୟମରେ ଏହି ସବୁ ସୂଚନା ଜାରି କରାଯାଇଛି । କମିସନଙ୍କ ୱେବଇଟେରେ କୁହାଯାଇଛି କି ରାଜ୍ୟରେ ଜନସଂଖ୍ୟାକୁ ନିୟନ୍ତ୍ରଣରେ ଆଣିବା ପାଇଁ ଜନସଂଖ୍ୟାକୁ ସ୍ଥିର ରଖିବା ଓ ସେମାନଙ୍କ ବିକାଶ ଦିଗରେ ଆମେ ସଦା ସର୍ବଦା କାର୍ଯ୍ୟ କରୁଛୁ । ଏହି ସମସ୍ତ ଜିନିଷକୁ ବିଚାର କରି ଏହି ବିଲ ପ୍ରସ୍ତୁତ କରାଯାଇଛି ।

ୟୁପି ସରକାର ଜନତାଙ୍କୁ ଏହା ମଧ୍ୟ କହିଛନ୍ତି କି ଯଦି କାହାର ଏହି ବିଲ ଉପରେ ଓ ସମସ୍ତ ବ୍ୟବସ୍ଥା ଉପରେ କାହାର ଆପତ୍ତି ଅଛି କିମ୍ବା କୌଣସି ପରାମର୍ଶ ଅଛି ତେବେ ଆପଣ ଜୁଲାଇ ୨୧ ସୁଧା ନିଜର ମତ ରଖି ପାରିବେ । ସରକାରୀ ଚାକିରି କରୁଥିବା ଅଫିସରଙ୍କୁ ଉଲ୍ଲେଖ ରଖି ଏହି ବିଲରେ କୁହାଯାଇଛି କି ଯେଉଁ କର୍ମଚାରୀମାନେ ଏହି ବିଲକୁ ମାନିବେ ସେମାନଙ୍କୁ ତାଙ୍କର ପୁରା କ୍ୟାରିୟରରେ ଅତିରିକ୍ତ ଦୁଇ ଥର ଇନକ୍ରିମେଣ୍ଟ ମିଳିବ ।

ଏହା ଛଡା ଯଦି କୌଣସି ସରକାରୀ କର୍ମଚାରୀଙ୍କ ମହିଳା ଗର୍ଭବତ୍ତୀ ଅଛନ୍ତି ତେବେ ସେହି ସମୟରେ ଉଭୟ ମହିଳା ଓ ପୁରୁଷଙ୍କୁ ୧୨ ମାସ ଛୁଟି ବି ମିଳିବ ଓ ସେହି ସମୟରେ ତାଙ୍କୁ ତାଙ୍କର ସ୍ୟାଲେରୀ ବି ମିଳିବ । ଜାତୀୟ ପେନସନ ଯୋଜନାରେ ସରକାରୀ କର୍ମଚାରୀଙ୍କ ଅଂସ ୩ ପ୍ରତିଶତ ବୁଦ୍ଧି ପାଇବ । ଉତ୍ତର ପ୍ରଦେଶର ମନ୍ତ୍ରୀ ମୋସିନ ରାଜା କହିଛନ୍ତି କି ଏହି ଆଇନ ଲାଗୁ କରିବା ବହୁତ ଜରୁରୀ ଅଟେ । କିନ୍ତୁ ଜନତାଙ୍କ ରାୟ ପରେ ଅର୍ଥାତ ଜନତା ଯଦି ଏହି ବିଲ ଉପରେ ମୋହର ଲଗାଇବେ ତେବେ ଏହି ଆଇନ ଲାଗୁ ହେବ ।

ଏହି ବିଲରେ କୁହାଯାଇଛି କି ଉତ୍ତର ପ୍ରଦେଶର ଆର୍ଥିକ ସ୍ଥିତି ସେହିଭଳି ସମ୍ବଳ ନୁହେଁ । ପ୍ରତ୍ୟକ ବ୍ୟକ୍ତିକୁ ଭଲ ଖାଦ୍ୟ, ପିଇବା ପାଣି, ଭଲ ଘର, ଭଲ ଶିକ୍ଷା ଯୋଗାଇବା ଜରୁରୀ ଅଟେ । ଏହା ସହିତ ସମସ୍ତଙ୍କୁ ଆର୍ଥିକ ରୂପରେ ସମ୍ବଳ, ସମସ୍ତଙ୍କୁ ବିଜୁଳି ଓ ଭଲ ଜୀବନୀ ଦେବା ବି ଆବଶ୍ୟକ । ସମସ୍ତଙ୍କୁ ସୁରକ୍ଷିତ ଓ ଭଲ ଜୀବନ ଉପଲବ୍ଧ କରିବା ପାଇଁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି ।

ସାମୁହିକ ବିକାଶ, ଜନସଂଖ୍ୟା ନିୟନ୍ତ୍ରଣ ଓ ଜନସଂଖ୍ୟାରେ ସ୍ଥିରତା ଆଣିବା ପାଇଁ ଏହି ବିଲକୁ ତିଆରି କରାଯାଇଛି । କିନ୍ତୁ ଅନ୍ୟ ପଟେ ଏହାକୁ ମୁସ୍ଲିମ ବିରୋଧୀ ଆନ୍ଦୋଳନ ବୋଲି କହି କେତେକ ସ୍ଥାନରେ ଆନ୍ଦୋଳନ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *