ଦୁନିଆର ସବୁଠାରୁ ବଡ ପାପ ଯାହା ଆପଣ ସବୁଦିନ କରନ୍ତି, ବିବାହିତ ତୁରନ୍ତ ଦେଖନ୍ତୁ

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାର ଲୋକ ରହୁଛନ୍ତି, ତେବେ ସମସ୍ତଙ୍କ ମନ ଭାବନା ବହୁତ ଅଲଗା ହୋଇଥାଏ କେହି ବି ନିଜକୁ କେବେ ଭୁଲ କୁହନ୍ତି ନାହିଁ ଏହାର ଅର୍ଥ ଏହା ନୁହଁ ଯେ ସେ ଭୁଲ କରୁ ନାହାନ୍ତି ଏହାର ଅର୍ଥ ସେ ନିଜ ପାଇଁ ସଠିକ ଅଛନ୍ତି । ତେବେ ସମସ୍ତେ ଏହା କେବେ ନା କେବେ ବିଚାର କରିଥିବେ ଯେ ଦୁନିଆର ସବୁଠାରୁ ବଡ ପାପ କଣ ଆଉ ଏହି ପାପ ଆମେ କରିଛୁ ବା ନାହିଁ । ତେବେ କଣ ଆପଣ ଜାଣିଛନ୍ତି ଦୁନିଆର ସବୁଠାରୁ ବଡ ପାପ କଣ ଆଉ ଏହା ମଣିଷ କେମିତି କରିଥାଏ, ତେବେ ଆସନ୍ତୁ ଏହା ବିଷୟରେ ବିସ୍ତାର ସହ ଜାଣିବା ।

ଶାସ୍ତ୍ରରେ କୁହା ଯାଇଛି ଯେ ଯେଉଁ ମଣିଷ ନିଜ ଜୀବନରେ କେଉଁ ନାରୀ ଆଖିରେ ଲୁହ ଦେଇଥାଏ, ତା ଜୀବନରେ ତାକୁ ବହୁତ କଷ୍ଟ ଭୋଗିବାକୁ ପଡିଥାଏ, ତେବେ ନାରୀ ଆଖିର ଲୁହ ପଡିଲେ ବହୁତ ଖରାପ ବୋଲି କୁହା ଯାଏ । ତେବେ ନାରୀ ମାତାଙ୍କ ରୂପ ହୋଇଥାନ୍ତି ଆଉ ତାଙ୍କ ଆଖିର ଲୁହ ପଡିଲେ ଭଗବାନ ମଧ୍ୟ ଆପଣଙ୍କ ଘରେ ବାସ କରନ୍ତି ନାହିଁ ।

ତେବେ ଭଗବାନ ଶ୍ରୀ କୃଷ୍ଣ ମହାଭାରତରେ ମଧ୍ୟ କହିଥିଲେ ମଣିଷ ବିନାଶ ଆସିଲେ ସେ ନାରୀକୁ ନିନ୍ଦା କରିଥାଏ ଆଉ ଜୀବନରେ ଯଦି ଦୁଃଖ ପାଇବାର ଅଛି ତେବେ ନାରୀ ଆଖିରେ ଲୁହ ଦବ । ଶାସ୍ତ୍ରରେ କୁହା ଯାଇଛି ଯେ ଯେଉଁ ମଣିଷ ନାରୀ ମାନଙ୍କ ମନ କିଣି ପାରନ୍ତି ଆଉ ତାଙ୍କୁ ମାନ ସମ୍ମାନ ଦେଇଥାନ୍ତି ତାଙ୍କ ଜୀବନରେ କିଛି କଷ୍ଟ ଆସିନଥାଏ ମାତା ଲକ୍ଷ୍ମୀ ସେହି ଘରେ ନିଜେ ବାସ କରନ୍ତି । ତେବେ ଆପଣ ମନଧ୍ୟା ନିଜ ଘର ନାରୀ ମାନଙ୍କୁ ସମ୍ମାନ କରନ୍ତୁ ତାଙ୍କ ମନ ଅନୁଯାଇ କାମ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହବ ।

ତେବେ ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଛି ଯେ ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ସକାଳେ ଉଠି ସ୍ନାନ ଇତ୍ୟାଦି ସାରି ଆପଣ ମାତା ଲକ୍ଷ୍ମୀଙ୍କ ଦର୍ଶନ କରନ୍ତୁ ଏହା ପରେ ଗୋଟେ ଘିଅ ଦୀପ ଲଗାନ୍ତୁ, ଦେଖିବେ ଆପଣଙ୍କ ଜୀବନ ସବୁ ସମସ୍ୟା ସମାଧାନ ହବା ସହ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ । ତେବେ ଆପଣ ମାନେ ଘରେ ଧାନ ଆଣି ଭଗବାନ ପାଖରେ ରଖି ପାରିବେ ଆଉ ସବୁ ଦିନ ପୂଜା କରିବେ ଏହା ବହୁତ ଶୁଭ ଫଳ ଦେଇଥାଏ ଆଉ ଜୀବନରେ ଆପଣଙ୍କୁ ଅନ୍ନ ପାଇଁ କେବେ କାନ୍ଦିବାକୁ ପଡିନଥାଏ ।

Leave a Reply

Your email address will not be published. Required fields are marked *