ଦୁନିଆର ସବୁ ଦୁଃଖଠୁ ବଳିଗଲା ରାନୀର ଦୁଃଖ… ୭ ଦିନ ଭିତରେ ହୋଇଗଲା କିଛି ଏମିତି କି ଜାଣି ଆପଣ ବି କାନ୍ଦି ପକାଇବେ… ଦେଖନ୍ତୁ ଭାଇରାଲ Video

କରୋନା ମହାମାରୀ କାରଣରୁ କିଛି ଲୋକମାନେ ନିଜର ପ୍ରାଣ ହରାଉଛନ୍ତି । ଏମିତିରେ ଥରେ ଚିନ୍ତା କରନ୍ତୁ କି ଯଦି କୌଣସି ପରିବାରର କାହାର ମୃତ୍ୟୁ ହୋଇ ଯାଉଛି ତେବେ ସେହି ପରିବାରର ଅନ୍ୟ ସଦସ୍ୟମାନଙ୍କର ସ୍ଥିତି କେମିତି ଥିବ । ସେମାନଙ୍କର ଭବିଷ୍ୟତ କହିବାକୁ ଗଲେ ଅନ୍ଧାର । ଅର୍ଥାତ ଯଦି କୌଣସି ପରିବାର ପିତା ମାତା ଚାଲିଯିବେ ତେବେ ଯଦି ତାଙ୍କର କୁନି ଝିଅ କିମ୍ବା ପୁଅ

ଥିବ ତେବେ ତାଙ୍କ କଥା କିଏ ବୁଝିବ । କହିବାକୁ ଗଲେ ଏହିଭଳି ମାମଲା ପୁଣି ଠାରେ ସାମ୍ନାକୁ ଆସିଛି । ଅନୁଗୁଳ ବଂରପାଳ କୁକୁଡାଙ୍ଗ ଗାଁର ମଳୟ ବସନ୍ତ ଦେହୁରି କରୋନାର ଦ୍ଵିତୀୟ ଲହରୀ ମଧ୍ୟରେ ମେ ୨୪ରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା । କିନ୍ତୁ ଅବସ୍ଥା ଅଧିକ ଗୁରୁତ୍ଵର ହେବା ପରେ ତାଙ୍କୁ ଭୁବନେଶ୍ଵରର ସ୍ଥାନାନ୍ତରିତ କରାଗଲା ।

ଏହା ପରେ ତାଙ୍କର ସ୍ତ୍ରୀ ମଧ୍ୟ କରୋନାରେ ପଜିଟିବ ହୋଇଥିଲେ ଓ ତାଙ୍କୁ କଟକର କୋବିଡ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏମିତିରେ ଏହି ଦମ୍ପତ୍ତିଙ୍କ କୁନି ଝିଅକୁ ମାମୁଁ ଘରେ ରଖାଗଲା । ଏତିକିରେ ଏମାନଙ୍କର ଦୁଃଖ ସମାପ୍ତ ହେଉ ନାହିଁ ଏହି କୁନି ଝିଅର ଜେଜେ ମା ଅର୍ଥାତ ମଳୟଙ୍କ ମା ବି କରୋନାରେ ଆକ୍ରାନ୍ତ ହୋଇଥିଲେ । ମାନେ ଏହି ପରିବାର ସମସ୍ତ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଏହି କୁନି ଝିଅ ଜଣକ କରୋନା ଯୁଧ୍ୟରେ ଜିତି ଯାଇଛି ।

କିନ୍ତୁ କରୋନା ଠାରୁ ଜିତିବା ପରେ କୁନି ଝିଅ ଭାଗ୍ୟରେ ବିଧାତା ସବୁଠୁ ବଡ ଦୁଃଖ ଲେଖିଦେଇଛି ବୋଲି କିଏ ବା ଜାଣିବା । ଦୁଃଖର ପାହାଡ ସେତେବେଳେ ଭାଙ୍ଗିଲା ଯେତେବେଳେ ଜୁନ ୭ କରୋନା ଆକ୍ରାନ୍ତ ଏହି କୁନି ଝିଅର ମା ର ମୃତ୍ୟୁର ଖବର ସାମ୍ନାକୁ ଆସିଥିଲା । ଏହା ପରେ ମା ର ମୃତ୍ୟୁର ଠିକ ୭ ଦିନ ପରେ ଉଭୟ ବାପା ଓ ଜେଜେ ମା ବି କରୋନାରେ ପ୍ରାଣ ହରାଇଲେ । ପରିବାରର ମୋଟ ସଦସ୍ୟ ୪ ଜଣ ଥିଲେ । କିନ୍ତୁ ୩ ଜଣ ବର୍ତ୍ତମାନ ଆର ପାରିକୁ ଚାଲି ଯାଇଛନ୍ତି ଓ ଏହି କୁନି ଏହି ସଂସରାରେ ଝିଅକୁ ଏକୁଟିଆ ଛଡାଇ ଦେଇ ଯାଇଛନ୍ତି ।

କହିଦେଉଛୁ କି ମଳୟଙ୍କ ବିବାହର ୭ ବର୍ଷ ପରେ ତାଙ୍କ ଘରେ ଏହି କୁନି ଝିଅ ଜନ୍ମ ନେଇଥିଲା । ଏହା ପରେ ଏହି ପରିବାରରେ ଖୁସିର ଲହରୀ ଖେଳିଗଲା ଓ ଏପ୍ରିଲ ମାସରେ କୁନି ଝିଅ ରାନୀର ପ୍ରଥମ ଜନ୍ମଦିନକୁ ମାତା ପିତା ବହୁତ ଧୁମଧାମରେ ପାଳନ କରିଥିଲେ । କିନ୍ତୁ ୩ ମାସ ଭିତରେ ହିଁ ୩ ଜଣ ମାତା, ପିତା ଓ ଜେଜେମା ତାକୁ ଏକୁଟିଆ ଛାଡି ଚାଲିଗଲେ । ଏମିତିରେ କୁନି ଝିଅ ରାନୀର ଦାୟିତ୍ଵ ନେଇଛି ମାମୁଁ ଘର ଲୋକମାନେ । ଅର୍ଥାତ ସେହି କୁନି ଝିଅର ନିଜ ମାଉସୀ ।

ଯେଉଁ ସମୟରେ ମାର ହାତ ଧରି ଚାଲିବା ଶିଖିଥାନ୍ତା ଏହି କୁନି ଝିଅ ଆଜି ମାଉସୀର ହାତ ଧରି ଚାଲୁଅଛି । ରାନୀ ନିଜ ମା ର ମାମତା କଣ ଜାଣିବା ପୂର୍ବରୁ ହିଁ ଭଗବାନ ତାର ମାକୁ ନିଜ ପାଖକୁ ନେଇଗଲା । ବାଲେଶ୍ଵର ଭୋଗରାଇର ୮ ବର୍ଷର କ୍ରିଷ୍ଣା ଓ ଅନୁଗୁଳର ୧୪ ମାସ ରାନୀର କାହାଣୀ ସମାନ । ଏମାନଙ୍କର କାହାଣୀ ସତରେ ଆଖିରୁ ଲୁହ ନେଇ ଆସୁଛି । ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ଏହି କୁନି ଝିଅକୁ ଭଲ ଲାଳନ ପାଳନ ମିଳୁ ।

https://www.facebook.com/KanakNews/videos/320799023041019

Leave a Reply

Your email address will not be published. Required fields are marked *