ମେଡ଼ିସିନ୍ ଦେବାକୁ ପରିବାର ପାଖରେ ନଥିଲା ସମ୍ବଳ, କିନ୍ତୁ ଏମିତି ବଞ୍ଚିଲା ଶିଶୁର ଜୀବନ… Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଯେତେବେଳେ କୌଣସି ପରିବାରର କୌଣସି ବି ସଦସ୍ୟ ରୋଗରେ ପଡିଥାନ୍ତି ତେବେ ସେହି ସମୟରେ ସେହି ପରିବାରର ଅବସ୍ଥା କେମିତି ହୋଇଥାଏ ଏହା କେବଳ ସେହିମାନେ ଜାଣି ପାରିବେ ଯେଉଁମାନେ ଏହିଭଳି ପରିସ୍ଥିତି ଦେଇ ଗତି କରିଥିବେ । ଏହା ପରେ ଯେତେବେଳେ ରୋଗ ବହୁତ ବଡ ହୋଇଥିବ ତେବେ ବ୍ୟକ୍ତି ପ୍ରାୟତଃ ଉପାୟ ଶୂନ୍ୟ ହୋଇଯାଏ ।

ହାଇଦ୍ରାବାଦର ଗୋଟିଏ ପରିବାର ବି ଏହିଭଳି ପରିସ୍ଥିତିର ସାମ୍ନା କରିଲେ, ଯେତେବେଳେ ତାଙ୍କୁ ଜଣା ପଡିଲା କି ତାଙ୍କର ତିନି ବର୍ଷର ଶିଶୁ ଏକ ଅସାଧ୍ୟ ରୋଗରେ ପୀଡିତ ଅଛି । ତାହାର ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଦରକାର । କିନ୍ତୁ ଶେଷରେ ଦୁନିଆର ସବୁଠୁ ମହଙ୍ଗା ଔଷଧ ଦ୍ଵାରା ସେହି ପିଲାର ଚିକିତ୍ସା ହେଲା ଓ ଚେହେରାରେ ହସ ଫେରି ଆସିଲା । ଏହି ପିଲାଟି ଅୟାଁଶ ସ୍‍ପାଇନଲ ମସ୍‍କୁଲର ଏଟ୍ରଫୀ (SMA) ଦ୍ଵାରା ପୀଡ଼‍ିତ ଥିଲା । ତାହାର ଉପଚାର ପାଇଁ ୯ ଜୁନରେ ZOLGENSMA ଇଂଜେକସନ ଦିଆଗଲା ।

ଏହା ଏକ ସିଙ୍ଗିଲ ଡୋଜ ଇଂଟ୍ରାୱେନସ ଇଂଜେକସନ ଅଟେ । ଯାହାର ମୂଲ୍ୟ ୧୬ କୋଟି ଟଙ୍କା ଅଟେ । କହିବାକୁ ଗଲେ ଏତେ ବଡ ଆମାଉଣ୍ଟକୁ କ୍ରାଉଡ ଫଂଡିଂଗ ଦ୍ଵାରା ଏକାଠି କରାଗଲା । ଏହି ଔଷଧ ଭାରତରେ ଉପଲବ୍ଧ ନାହିଁ, ସେଥିପାଇଁ ଏହାକୁ ଆମେରିକାରୁ ମଗା ଯାଇଥିଲା । ଯାହା ଉପରେ ପାଖାପାଖି ୬ କୋଟି ଟଙ୍କା ଇମ୍ପୋର୍ଟ ଡିୟୁଟି ଲାଗିଥାଏ । କିନ୍ତୁ ସରକାର ଏହାକୁ ଛାଡ କରି ଦେଲେ । ସିକଂଦରାବାଦର ରେନବୋ ଚିଲ୍‍ଡ୍ରନ୍‍ସ ହସ୍ପିଟାଲରେ ଏହି ଶିଶୁକୁ ଏହି ଇଂଜେକସନ ଦିଆଗଲା ।

ଗତ ୧୦ ମାସ ମଧ୍ୟରେ ବିଶେଷଜ୍ଞମାନେ ଏମିତି ତିନୋଟି ମାମଲାର ଉପଚାର କରିଛନ୍ତି । ପୀଡିୟାଟ୍ରିକ ନ୍ୟୁରୋଲଜିସ୍‍ଟ ଡା. ରମେଶ କୋନାଂକୀଙ୍କ ଦେଖାଶୁଣାରେ ଏହି ଶିଶୁର ଚିକିତ୍ସା ହୋଇଛି । SMA ଏକ ନ୍ୟୁରୋମ‍ସ୍‍କୁଲର ରୋଗ ଅଟେ, ଯେଉଁଥିରେ SMN ଜିନକୁ କ୍ଷତି ପହଞ୍ଚାଇଥାଏ । ଏଥିରେ ପୀଡିତ ଶିଶୁଙ୍କ ଶରୀରର ଉପର ଓ ତଳ ଅଂସର ଲିଂବ୍‍ସର ମାଂସପେଶୀକୁ କମଜୋର ହୋଇଯାଏ । ଯେଉଁ କାରଣରୁ ତାଙ୍କୁ ନିଶ୍ଵାସ ନେବାରେ ଓ ଖାଦ୍ୟ ସେବନ କରିବାର ସମସ୍ୟା ହୋଇଥାଏ ।

ଗୋଟିଏ ରିପୋର୍ଟ ଅନୁସାରେ ୧୦,୦୦୦ରେ ଗୋଟିଏ ଶିଶୁରେ ପୀଡିତ ହୋଇଥାଏ । ବର୍ତ୍ତମାନ ସମୟରେ ଭାରତରେ ପାଖାପାଖି ୮୦୦ ପିଲାମାନେ ଏଥିରେ ପୀଡିତ ଅଛନ୍ତି । ଏହି ରୋଗରେ ପୀଡିତ ଅଧିକାଂଶ ପିଲାମାନେ ଚିକିତ୍ସା ଅଭାବରେ ଦୁଇ ବର୍ଷ ଭିତରେ ନିଜର ପ୍ରାଣ ହରାଇ ଦିଅନ୍ତି ।

ଏହି ଜୀବନରକ୍ଷା ଇଂଜେକସନ ଦିଆଯିବା ପରେ ଅୟାଁଶର ମାତା ପିତାଙ୍କୁ ଖୁସିର ଠିକଣା ନାହିଁ । ପିତା ୟୋଗେଶ ଗୁପ୍ତା ହସ୍ପିଟାଲ ଓ ସମସ୍ତ ଡୋନରଙ୍କୁ ଧନ୍ୟବାଦ ବି କରିଛନ୍ତି । ଯେଉଁ କାରଣରୁ ତାଙ୍କର ଶିଶୁକୁ ନୂତନ ଜୀବନ ମିଳିଛି । ଅୟାଁଶର ମାତା ପିତା କ୍ରାଉଡ ଫଂଡିଂଗ ଜରିଆରେ ଏତେ ବଡ ଆମାଉଣ୍ଟକୁ ଯୋଗାଡ କରିଛନ୍ତି । ଯେଉଁଥିରେ ImpactGuruର ମୁଖ୍ୟ ଯୋଗଦାନ ରହିଛି । କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟ ଏହା ଉପରେ ପାଖାପାଖି ୬ କୋଟି ଟଙ୍କା ଇମ୍ପୋର୍ଟ ଡିୟୁଟିକୁ ବି ଛାଡ କରି ଦେଲେ ।

ImpactGuru ଅୟାଁଶଙ୍କ ପାଇଁ କ୍ରାଉଡ ଫନଡିଙ୍ଗ ଦ୍ଵାରା ୧୪.୮୪ କୋଟି ଟଙ୍କା ଯୋଗାଡ କରିଥିଲେ । ୬୨,୪୫୦ ଡୋନାରମାନେ ଏଥିପାଇଁ ସାହାର୍ଯ୍ୟ କରିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ୫୬ ଲକ୍ଷ ଟଙ୍କା ସବୁଠୁ ଅଧିକ ଟଙ୍କା ଦେଇଛନ୍ତି । କ୍ରିକେଟ ଠାରୁ ନେଇ ଫିଲ୍ମ ଜଗତ ଓ ଅନ୍ୟ କ୍ଷେତ୍ରର ହସ୍ତୀମାନେ ବି ସାହାର୍ଯ୍ୟ କରିଛନ୍ତି । ବିରାଟ କୋହଲୀ, ଅନୁଷ୍କା ଶର୍ମା, ଅର୍ଜୁନ କପୁର, ସାରା ଅଲୀ ଖାନ, ଅଜୟ ଦେବଗନ, ଅନିଲ କପୁରଙ୍କ ଭଳି ଷ୍ଟାରମାନେ ଏହି ଶିଶୁର ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି ।

Leave a Reply

Your email address will not be published. Required fields are marked *