ବର୍ତ୍ତମାନର ଦୁନିଆରେ ଏମିତି କୌଣସି ଜିନିଷ କିମ୍ବା କାମ ନାହିଁ ଯାହା ଅସମ୍ଭବ । ବର୍ତ୍ତମାନ ସବୁକିଛି ସମ୍ଭବ । ଯଦି ଗାଡି ବିଷୟରେ କହିବା ତେବେ ତେଲ ବୁଦ୍ଧି ହେବା କାରଣରୁ ବର୍ତ୍ତମାନ ଲୋକମାନେ ନୂଆ ନୂଆ ଟେକ୍ନୋଲୋଜିକୁ ଅପଣାଇ ନେଉଛନ୍ତି । ଏହି ନୂଆ ଟେକ୍ନୋଲୋଜିରେ ଲୋକମାନେ ଇଲେଟ୍ରିକ ଗାଡି ବ୍ୟବହାର କରିବା ଆରମ୍ଭ କରିଦେଲେଣି । ମାର୍କେଟରେ ଫ୍ଲାଇଙ୍ଗ କାର ମଧ୍ୟ ଚାଲି ଆସିଛି । କିନ୍ତୁ ବର୍ତ୍ତମାନ ନୂଆ ଖବର ଆସିଯାଇଛି ।
ଫ୍ଲାଇଙ୍ଗ କାର ପରେ ବର୍ତ୍ତମାନ ଫ୍ଲାଇଙ୍ଗ ବାଇକ ମଧ୍ୟ ମାର୍କେଟରେ ଲଞ୍ଚ ହୋଇ ସାରିଛି । ଯାହାର ମଜା ସମସ୍ତେ ନେଇ ପାରିବେ । ଡ୍ରୋନ ତିଆରି କରୁଥିବା ଜାପାନର ଏକ ପ୍ରସିଦ୍ଧ କମ୍ପାନୀ ଟେକ୍ନୋଲୋଜି ଦୁନିଆରେ ପ୍ରଥମ ଥର ପାଇଁ ହୋବର ବାଇକ ଲଞ୍ଚ କରିଛି ।

ଏହାର ନାଁ ହେଉଛି ‘XTURISMO’ ଲିମିଟେଡ ଏଡିସନ । ଏହି ବାଇକର ଦୁଇଟି ରଙ୍ଗ ଅଛି କଳା ଓ ନାଲି । ଏହା ସମ୍ପୂର୍ଣ ବାଇକ ଭଳି ଦେଖା ଯାଉଛି । କମ୍ପାନୀ ଜାପାନର ରାଜଧାନୀ ଟୋକୟୋରେ ଏହି ଫ୍ଲାଇଙ୍ଗ ବାଇକର ଟେଷ୍ଟ ମଧ୍ୟ କରିସାରିଛି ।
କମ୍ପାନୀ ଏହି ଫ୍ଲାଇଙ୍ଗ ବାଇକର ବୁକିଙ୍ଗ ମଧ୍ୟ ଆରମ୍ଭ କରିସାରିଛି । ଯଦି ଏହି ହୋବର ବାଇକର ମୂଲ୍ୟ ବିଷୟରେ କହିବା ତେବେ କମ୍ପାନୀ ଏହି ହୋବର ବାଇକର ମୂଲ୍ୟ ୫ କୋଟି ନିର୍ଧାରିତ କରିଛି । ଏହି ବାଇକ ଘଣ୍ଟା ପ୍ରତି ୧୦୦ କିମି ପର୍ଯ୍ୟନ୍ତ ଯାଇ ପାରିବ ।

ଏଥିରେ ପାୱାରଫୁଲ ଇଞ୍ଜିନ ସହ ବ୍ୟାଟେରୀ ବି ଅଛି । ଏହାକୁ ମୋଟର ସାଇକେଲ ଡିଜାଇନ ଦିଆଯାଇଛି । ଗାଡିର ଷ୍ଟାର୍ଟ ବନ୍ଦ ହେବା ପରେ ଏଥିରେ ଲ୍ୟାଣ୍ଡିଂ କରିବାର ଅପସନ ବି ଅଛି । କହିଦେଉଛୁ କି କମ୍ପାନୀ ପ୍ରଥମେ ୨୦୦ ଟି ହୋବର ବାଇକ ତିଆରି କରିବ ବୋଲି ଯୋଜନା କରିଛି । ଯାହାକୁ କମ୍ପାନୀ ୨୦୨୨ ମଧ୍ୟରେ ଲଞ୍ଚ କରିବ । ଏହା ତେଲ ଦର ବୁଦ୍ଧିକୁ ନେଇ ଅନ୍ୟ ସମସ୍ତ ଗାଡିକୁ କଡା ଟକ୍କର ଦେଇ ପାରେ । ଏହି ବାଇକ ଦେଖିବାକୁ ବହୁତ ଜବରଦସ୍ତ ଅଟେ ।

ଆସନ୍ତା ସମୟରେ ଯଦି ଏହା ରାସ୍ତା ଉପରେ ଓଲହାଇ ଯିବ ତେବେ ଲୋକମାନଙ୍କୁ ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳିବ । ଏହି ବାଇକ ଦେଖିବାକୁ ଫିଲ୍ମର ସ୍ପେସକ୍ରାଫ୍ଟ ଭଳି ଅଟେ । ଯାହାର ଲୁକ ଓ ଡିଜାଇନ ବହୁତ ଭଲ ଅଟେ । ୩୦୦ କିଲୋଗ୍ରାମ ଓଜନ ଓ ୪ ମିଟର ଲମ୍ବ ହୋବର ବାଇକରେ ୪ ଟି ଇଲେକ୍ଟ୍ରିକ ବ୍ୟାଟରୀ ଓ ୭ ଟି ରୋଟର ଲାଗିଛି । କମ୍ପାନୀର କହିବା ଅଟେ କି ଏହି ହୋବର ବାଇକ ୩୦ ରୁ ୪୦ ମିନିଟ ପର୍ଯ୍ୟନ୍ତ ପବନରେ ଉଡି ପାରିବ । ଅନ୍ୟ ପଟେ ଏହାର ମ୍ୟାକସିମମ ସ୍ପୀଡ ୧୦୦ KMPH ପର୍ଯ୍ୟନ୍ତ ଅଟେ । କିନ୍ତୁ ଭାରତରେ ଏହାର ଲଞ୍ଚିଙ୍ଗକୁ ନେଇ କୌଣସି ବି ପ୍ରକାରର ଖବର ସାମ୍ନାକୁ ଆସି ନାହିଁ ।
