ନୂଆ ଘର କରି ଗୃହପ୍ରବେଶ କଲେ Dutee Chand ଓ ପରିବାର, ଏ ବିଷୟରେ କଣ କହୁଛନ୍ତି Dutee ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । କେତେବେଳେ ନିଜର କ୍ରିଡା ସଫଳତାକୁ ନେଇ ତ କେତେବେଳେ ନିଜ ପରିବାରକୁ ନେଇ ସର୍ବଦା ଚର୍ଚ୍ଚା ରେ ରହୁଥିବା ଜଣାଶୁଣା ଏକ ସ୍ପିଣ୍ଟର ତଥା ଅଲ ଚମ୍ପିୟାନ ଦୁତୀ ଚାନ୍ଦ ତାଙ୍କର ଏକ ପାରିବାରିକ ଘଟଣାକୁ ନେଇ ଏବେ ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ପାରିବାରିକ ସମ୍ପର୍କରେ ଖବର ଟି ହେଉଛି ସେ ତାଙ୍କ ଗାଁ ଯାଜପୁର ଜିଲା ଜାରକାରେ ଏକ ନୂଆ ଘର ନିର୍ମାଣ କରିଛନ୍ତି । ଏହି ସମୟ ମଧ୍ୟରେ ସେ ଗୃହ ପ୍ରବେଶ ଉଶ୍ଚବ ଶେଷ କରିଛନ୍ତି ।

ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ନିଜର ନୂଆ ଘରର ଫୋଟୋ ଓ ଗୃହ ପ୍ରବେଶର ଭିଡିଓ ନିଜର ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି ଦୁତୀ ଚାନ୍ଦ । ସେ ପୋଷ୍ଟ କରି ଲେଖିଛନ୍ତି ଯେ ଭଗବାନଙ୍କ କୃପାରୁ ମୋର ନୂଆ ଘର କାମ ଶେଷ ହୋଇଛି । ଗତ ବର୍ଷ ଦେଇଥିବା କଥା ଅନୁଯାୟୀ ନୂଆ ଘରକୁ ମୁଁ ମୋ ଭାଇକୁ ହସ୍ତାନ୍ତର କରିଛି ।

ସବୁଠାରୁ ଖୁଶିର ଖବର ଥିଲା ମୋ ବାପା ମା ଏହି ଗୃହ ପ୍ରବେଶରେ ଉଶ୍ଚବରେ ଯୋଗ ଦେଇ ଆମକୁ ଆଶୀର୍ବାଦ ଦେଇଥିଲେ । ପୂଜା କାମ ଦୁତୀଙ୍କ ପରିବାର ଲୋକଙ୍କ ଦ୍ଵାରା ହିଁ ସମ୍ପନ୍ନ ହୋଇଥିଲା । ଆହୁରି ଦୁତୀ ଚାନ୍ଦ ଲେଖିଛନ୍ତି ଯେ ପୁରା ପରିବାର ଏହି ପୂଜାରେ ଉପସ୍ଥିତ ଦେଇଥିଲେ । ମା ବିରଜାଙ୍କୁ ପ୍ରାର୍ଥନା କରୁଛି ସେ ଆମ ପରିବାରକୁ ଆଶୀର୍ବାଦ କରନ୍ତୁ, ଜୟ ଜଗନ୍ନାଥ ।

ତେବେ ପୂର୍ବରୁ ଦୁତୀ ଚାନ୍ଦ ନିଜର ସଫଳତା ପାଇଁ ଚର୍ଚ୍ଚା ରେ ରହିଥିଲେ ଏହା ତାଙ୍କ ପାଇଁ ଏକ ନିଶ୍ଚିନ୍ତ ଏକ ଭଲ ଖବର । ପୂର୍ବରୁ ତାଙ୍କ ପରିବାର ସହ ତାଙ୍କର ମନାନ୍ତର ହେବାର ଦେଖିବାକୁ ମିଳିଛି । ଏପରିକି ଦୁତୀଙ୍କ କିଛି ନିଷ୍ପତିୟ ଉପରେ ତାଙ୍କ ବାପା, ମା ଓ ଭଉଣୀ ଗଣ ମାଧ୍ୟମ ଆଗରେ ପ୍ରତିକ୍ତିୟା ରଖିବାର ନଜର ଆସିଥିଲା । ଦୁତୀ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ନିଜର ମତ ରଖିଥିଲେ ।

ତେବେ ତାଙ୍କ ପରିବାର ସହ ଥିବା ମନାନ୍ତର ଶେଷ ହୋଇଥିବା ଏହି ଫୋଟୋ ଓ ଭିଡିଓ ରେ ସ୍ପଷ୍ଟ ହେଉଛି । ଏହି ଗୃହ ପ୍ରବେଶରେ ତାଙ୍କର ସବୁଠାରୁ ପ୍ରିୟ ବାନ୍ଧବୀଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ତାଙ୍କର ଭଉଣୀଙ୍କୁ ଏହି ଭିଡିଓ ରେ ଦେଖିବାକୁ ମିଳି ନାହି । ଦୁତୀଙ୍କର ତାଙ୍କ ପରିବାର ସହ ସମ୍ପର୍କ ଆହୁରି ନିବିଡ ହେଉ ଏହା ଆମର କାମନା । ଆଗାକୁ ଦୁଇ ଚାନ୍ଦ ନିଜର କ୍ରିଡାରେ ମଧ୍ୟ ଉନ୍ନତି କରନ୍ତୁ ଏହା ଆମର ଆସା ।

ବନ୍ଧୁଗଣ ଆପଣ ମାନଙ୍କର ଦୁତୀ ଚାନ୍ଦଙ୍କର ପାରିବାରିକ ସମ୍ପର୍କ ବିଷୟରେ ମତାମତ କଣ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *