ଘରେ ହିଁ କିସମିସ ବନାନ୍ତୁ ଏବେ ଅତି ସହଜରେ, ବିଲକୁଲ ବାଜର ଭଳି- କେମିତି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବହୁତ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସମୟ ରେ ପ୍ରାୟତଃ ଅନେକ ଲୋକ ବାହାର ଜିନିଷ ଖାଇବା କୁ ପସନ୍ଦ କରୁ ନାହାନ୍ତି । କିନ୍ତୁ ଛୋଟ ପିଲା ମାନଙ୍କୁ ବଜାର ରେ ମିଳୁଥିବା ଅନେକ ଖାଦ୍ୟ ପସନ୍ଦ ଆସିଥାଏ । କିନ୍ତୁ ବଜାର ରେ ମିଳୁଥିବା ଖାଦ୍ୟ ରେ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ମିଶା ଯାଉଛି । ଯାହାଫଳରେ ଏହାକୁ ଖାଇବା ଦ୍ବାରା ଆମ ଶରୀର ରେ ବିଭିନ୍ନ ପ୍ରକାର ରୋଗ ଦେଖା ଯାଉଛି । ଏହି ରୋଗ ଗୁଡିକ କବଳରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଅନେକ ଜିନିଷ ନିଜ ଘରେ ହିଁ ପ୍ରସ୍ତୁତ କରି ଖାଉଛନ୍ତି । ଯାହାଦ୍ୱାରା ସେମାନେ ବହୁତ ସୁସ୍ଥ ରହୁଛନ୍ତି ।

ଅନେକ ଜିନିଷ ଥାଏ ଯାହାକୁ ଘରେ ବନାଇବା ଆଦୌ ସହଜ ହୋଇ ନ ଥାଏ । ଯେପରି ଖିସମିସ । ଅନେକ ଲୋକ ଭାବିଥାନ୍ତି କି ଖିସମିସ କୁ ଘରେ ପ୍ରସ୍ତୁତ କରିବା ବହୁତ କଷ୍ଟ ହୋଇଥାଏ କିନ୍ତୁ ଆମେ ଆପଣଂକୁ ଜଣାଇ ଦେଉଛୁ କି ଖିସମିସ ପ୍ରସ୍ତୁତ କରିବା ବହୁତ ସହଜ ହୋଇଥାଏ । ଆସନ୍ତୁ ଜାଣିବା ଘରେ କିପରି ଖିସମିସ ତିଆରି କରିପାରିବେ । ବନ୍ଧୁଗଣ ଘରେ ଖିସମିସ ବନାଇବା ବିଲକୁଲ ସହଜ ହୋଇଥାଏ । ଖିସମିସ ସାଧାରଣତଃ ଅଙ୍ଗୁର ରୁ ତିଆରି ହୋଇଥାଏ । ବର୍ତ୍ତମାନ ସମୟ ରେ ବଜାର କୁ ବହୁତ ଭଲ ଅଙ୍ଗୁର ଆସୁଛି । ତେଣୁ ଆପଣ ଯେତେ ଭଲ ଅଙ୍ଗୁର ନେବେ ଆପଣଙ୍କ ଖିସମିସ ସେତେ ଭଲ ହେବ ।

ବନ୍ଧୁଗଣ ପ୍ରଥମେ ଏହି ଅଙ୍ଗୁର କୁ ଭଲ ଭାବରେ ଧୋଇ ଦିଅନ୍ତୁ । କାରଣ ଅଙ୍ଗୁର କୁ ସତେଜ ରଖିବା ପାଇଁ ଅନେକ ବ୍ୟବସାୟୀ ମାନେ ଏଥିରେ କିଛି ରାସାୟନିକ ଦ୍ରବ୍ୟ ର ପ୍ରୟୋଗ କରିଥାନ୍ତି । ତେଣୁ ଏହାକୁ ଅତି କମ ରେ ଦୁଇ ରୁ ତିନି ଥର ଧୋଇଦିଅନ୍ତୁ । ଏହା ପରେ ସମସ୍ତ ଅଙ୍ଗୁର କୁ ତାର ପେନ୍ଥା ରୁ କାଟି କରି ଅଲଗା କରିଦିଅନ୍ତୁ । ଏହା ପରେ ଚୁଲା ଜଳାଇ ଏକ ପାତ୍ର ରେ କିଛି ପାଣି ନେଇ ତାହାକୁ ଚୁଲା ଉପରେ ରଖି ଗରମ କରନ୍ତୁ । ପାଣି ଗରମ ହୋଇଯିବା ପରେ ସେଥିରେ ସେହି ଅଙ୍ଗୁର କୁ ପକାଇ ଦିଅନ୍ତୁ ।

ମନେ ରଖନ୍ତୁ ଅଙ୍ଗୁର କୁ ପାଣି ରେ ପକାଇବା ପରେ ଏହାକୁ କେବଳ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଗରମ କରିବେ । ଯେତେବେଳେ ଅଙ୍ଗୁର ଗୁଡିକ ଆସି ଉପରେ ଭାସିବାକୁ ଲାଗିବେ ସେତେବେଳେ ଆପଣ ଏହାକୁ ଚୁଲା ଉପରୁ କାଢି ନେବେ । ଏହା ପରେ ସେହି ଅଙ୍ଗୁର କୁ ପାଣି ରୁ ଛାଣି କରି ଏକ ପ୍ଲେଟ ରେ ରଖନ୍ତୁ । ଏହା ପରେ ଏହାକୁ ନେଇ ଖରା ରେ ଦୁଇ ଦିନ ରଖି ଦିଅନ୍ତୁ । ଏହା ପରେ ଆପଣଙ୍କ ର ଖିସମିସ ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଘରେ ଖିସମିସ ବନାଇବା ବହୁତ ସହଜ ଅଟେ ।

ଖିସମିସ ରୁ ଆମକୁ ବିଭିନ୍ନ ପ୍ରକାର ପ୍ରୋଟିନ ମିଳିଥାଏ । ଯେଉଁମାନଙ୍କ ର ହିମାଗ୍ଲୋବିନ କମ ଅଛି ସେମାନେ ପ୍ରତିଦିନ ଖିସମିସ ଖାଇବା ଉଚିତ । ଖିସମିସ ରୁ ଆମକୁ ବହୁତ ପରିମାଣ ରେ ଆଇରନ ମିଳିଥାଏ । ଆଇରନ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ । ଛୋଟ ପିଲା ମାନଂକୁ ମଧ୍ୟ ଖିସମିସ ଖାଇବାକୁ ବହୁତ ଭଲ ଲାଗିଥାଏ । ପିଲା ମାନଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖିସମିସ ବହୁତ ଭଲ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମଧ୍ୟ ନିଜ ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ଏହାକୁ ଖାଆନ୍ତୁ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *