ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଅଜଗର ସାପଟି ବୃଦ୍ଧଙ୍କୁ ଗିଳି ଦେଇଥିବାର ଚର୍ଚ୍ଚା ଲଗାଇ ରହିଛି । ସବୁଆଡେ ଖବର ପ୍ରସାର ହେବା ପରେ ଜଣା ପଡିଥିଲା ତଳେ ପଡିଥିଲା ଲୁନା ଗାଡି ଆଉ ଚପଲ । ଗୋଟେ ପଟେ ବୃଦ୍ଧ ନିଖୋଜ ଥିବା ବେଳେ ଅଜଗର ପେଟରେ ଏତେ ବଡ ଜନ୍ତୁ ରହିଛି । ଜନ୍ତୁ ନା ରହିଛନ୍ତି ବୃଷ ଅଜଗର ପେଟରେ ଯାହାକୁ ନେଇ ଗାଁ ରେ ବି ଚର୍ଚ୍ଚା ଲାଗିଛି । ଗାଁ ଲୋକେ ନିଶ୍ଚିନ୍ତ ନାହାନ୍ତି ସତରେ ଅଜଗର ପେଟରେ ବୃଦ୍ଧ ଅଛନ୍ତି ନା ଆଉ କିଛି । ଯଦି ବୃଦ୍ଧ ନାହାନ୍ତି ତେବେ ଲୋକଙ୍କ କହିବା କଥା ସେହି ବୃଦ୍ଧ ଜଣକ ଗଲେ କୁଆଡେ ?
ପୋଲିସ ଷ୍ଟେସନରେ ମାମଲା ବି ରୁଜୁ ହୋଇଛି । ଏ ଯାଏଁ ପୋଲିସ ବୃଦ୍ଧଙ୍କୁ ଖୋଜିବାରେ ଅସଫଳ ହୋଇଛି । ଅନ୍ୟ ପକ୍ଷରେ ବନ୍ୟା ବିଭାଗ କହିଛନ୍ତି ଅଜଗର ଯେଉଁ ସ୍ଥାନରେ ରହିଛି ଆଉ ବୃଦ୍ଧଙ୍କର ଲୁନା ଗାଡିଟି ଯେଉଁଠି ପଡିଛି ତାର ଦୂରତା ପାଖାପାଖି ୨୦୦ ମିଟରରୁ ଅଧିକ ହେବ । ଆଉ ଅଜଗର ଯଦି ବୃଦ୍ଧଙ୍କୁ ଗିଳିଥାଏ ତେବେ ସେ ଏତେ ବାଟ ଯାଇପାରିବ ନାହି ।
ଯାହାକି ଆକଳନ କରି ବନ ବିଭାଗର ଜଣେ ଅଧିକାରୀ ଏପରି କହିଛନ୍ତି । ତେବେ ଏହି ସବୁ କଥାକୁ ନେଇ ସୁନିଶ୍ଚିନ୍ତ କରାଯାଇ ନ ପାରେ କି ଅଜଗର ପେଟରେ କଣ ରହିଛି । ବୃଦ୍ଧ ରହିଛନ୍ତି ନା କୌଣସି ବନ୍ୟା ଜନ୍ତୁ ଯାହା ଏ ଯାଏଁ ନିଶ୍ଚିନ୍ତ ହୋଇପାରି ନାହି । ଅଜଗରକୁ ଉଧାର କରଯାଇ ତାର ପେଟକୁ ସ୍କାନ ଓ ଏକ୍ସରେ କରାଯାଇ ନାହି ନା କୌଣସି ସୂତ୍ରରେ ଚେକ କରାଯାଇଛି କି ଅଜଗର ପେଟରେ କଣ ରହିଛି ।
ତେବେ କେମିତି ଜଣା ପଡିବ ବୃଦ୍ଧ ଜଣକ କୁଆଡେ ଗଲେ ? ସେଥିପାଇଁ କେବଳ ଗୋଟିଏ ଚର୍ଚ୍ଚା ହେଉଛି କି ଅଜଗର ପେଟରେ ରହି ଯାଇଛନ୍ତି ବୃଦ୍ଧ ଜଣକ ବା ଅଜଗର ଗିଳି ଦେଇଛି ବୃଦ୍ଧ ଜଣଙ୍କୁ । ତେବେ ସତ ସେତେବେଳେ ସାମନା କୁ ଆସିବ ଯେବେ ଅଜଗର ପେଟକୁ ଏକରେ ବା ସ୍କ୍ଯାନ କରାଯିବ ।
ନଚେତ ପୋଲିସ ବୃଦ୍ଧଙ୍କୁ ଯେତେ ଜଲ୍ଦି ଖୋଜି ଗାଁ ଲୋକଙ୍କୁ ହସ୍ତାନ୍ତର କରିବେ ସେତେବେଳେ ଯାଇ ସତ ଜଣା ପଡିବ ଯେ ବୃଦ୍ଧ କୁଆଡେ ଯାଇଛନ୍ତି ଆଉ ତାଙ୍କର କଣ ହୋଇଛି କେଉଁ ଭଳି ଭାବେ ନିଖୋଜ ହୋଇଛନ୍ତି । ଅନ୍ୟ ପକ୍ଷରେ ନିଜ ସ୍ଵାମୀଙ୍କୁ ନ ପାଇ ଗଣ ମାଧ୍ୟମରେ ଖବର ପାଇ କେମିତି କାନ୍ଦୁଛନ୍ତି ଅସହାୟ ସ୍ତ୍ରୀ । ତେବେ ବୃଦ୍ଧଙ୍କ ନାନ ହେଉଛି ନନ୍ଦ ବେହେରା । ରବିବାର ଦିନ ଲୁଗା ବ୍ୟବସାୟ କରିବାକୁ ବାହାରିଥିଲେ ହେଲେ ଆଉ ଘରକୁ ଫେରି ନ ଥିଲେ ।
ଗୋଟେ ଦିନ ପରିବାର ତାଙ୍କୁ ଖୋଜିଥିଲେ ହେଲେ ଡମାପଡା ଅଭୟାରଣ୍ୟ ମଧ୍ୟରେ ରହିଥିବା ଜରିଆ ଅଞ୍ଚଳରୁ ବୃଦ୍ଧ ବ୍ୟବସାୟ କରୁଥିବା ଏକଶିଳ ଗାଡି ଓ ଲୁଗାପଟା ମିଳିଥିଲା ଆହାକୁ ପୋଲିସ ଶିଚ କରିଥିଲା । ଅନ୍ୟ ପକ୍ଷରେ ସନ୍ଧାନୀ କୁକୁର ବି ଫେଲ ମାରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।