ଟିଭି ସୋ “Taarak Mehta Ka Ooltah Chashmah” ରେ ଅଭିନୟ କରୁଥିବା ଦୟା ବେହେନ ଆଜି ଅଛନ୍ତି ଏମିତି

ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କଳାକାର ମାନଙ୍କର ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ କିଛି କମେଡି ସିରିଏଲ ପ୍ରସାରିତ ହେଉଛି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଶ୍ୟାବ ଟିଭିରେ ପ୍ରସାରିତ ହେଉଥିବା “ତାରକ ମେହେତା କା ଓଲଟା ଚଷମା” ସୋ ରେ ଅଭିନୟ କରୁଥିବା ଅଭିନେତ୍ରୀ ଦୟା ଭାବି ବର୍ତ୍ତମାନ କେମିତି ଅଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଶ୍ୟାବ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “ତାରକ ମେହେତା କା ଓଲଟା ଚଷମା” କମେଡି ସୋ ନିଶ୍ଚୟ ଦେଖୁଥିବେ । ଏହି ସୋ ରେ ଅଭିନୟ କରି କଳାକାର ମାନେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହି ସିରିଏଲରେ ଜଣେ କଳାକାର ଯାହାଙ୍କର ନାଁ ହେଉଛି ଦୟା ବେହେନେ ଯିଏ ନିଜର ଲାଜବାବ ଅଭିନୟ ଓ ଅଲଗା ଶୈଳୀରେ କଥା କହି ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି । ଦୟା ବେହେନ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ରିୟଲ ନାଁ ହେଉଛି ଦିଶା ବକାନି । ତାଙ୍କର ଜନ୍ମ ୧୯୭୮ ଅଗଷ୍ଟ ୧୭ରେ ଗୁଜୁରାଟର ଏହାମଦାବାରେ ହୋଇଥିଲା । ତାଙ୍କର ସମସ୍ତ ପାଠ ପଢା ଅହମଦାବାଦରେ ଶେଷ ହୋଇଛି ।

ସେ ଅଭିନୟ ଦୁନିଆରେ ପାଦ ଦେବା ପାଇଁ ଏକ ବି-ଗ୍ରେଡ ଫିଲ୍ମର ସାହାରା ନେଇଥିଲେ । ଏହି ଫିଲ୍ମରେ ସେ ୧୯୯୭ରେ ରିଲିଜ ହୋଇଥିଲା । ଯେଉଁଥିରେ ସେ ବିଶେଷ ସଫଳତା ପାଇ ନ ଥିଲେ । ୨୦୦୨ରେ ରିଲିଜ ହୋଇଥିବା ଫିଲ୍ମ ଦେବଦାସ ଓ ୨୦୦୮ରେ ରିଲିଜ ହୋଇଥିବା ଯୋଦ୍ଧା ଅକବର ଫିଲ୍ମରେ ଅଭିନୟ କରିବାର ସେ ମୌକା ପାଇଥିଲେ । ଏହି ଦୁଇଟି ଫିଲମରେ ଅଭିନୟ କରିବା ପରେ ତାଙ୍କ କିସମତ ବଦଳି ଯାଇଥିଲା । ଏହା ପରେ “ତାରକ ମେହେତା କା ଓଲଟା ଚଷମା” କମେଡି ସୋ ରେ ଦୟା ବେହେନ ଚରିତ୍ରରେ ମୁଖ୍ୟ ଭୁମିକାରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।

ସେ ଗତ ୭ ବର୍ଷ ହେବ ଏହି ସୋ ରୁ ଦୂରେଇ ଅଛନ୍ତି । ସେ ୨୦୧୫ରେ ମୟୁର ବି ପଡିୟାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବର୍ତ୍ତମାନ ତାଙ୍କର ଗୋଟେ ଝିଅ ଅଛି ଯାହାର ନାଁ ହେଉଛି ସ୍ତୁତି ପଡିୟା । ସେ ତାଙ୍କର ବୈବାହିକ ଜୀବନରେ ବହୁତ ହସ ଖୁସିରେ ଲାଇଫ ବିତାଉଛନ୍ତି । ଏହି କାରଣରୁ ସେ ବର୍ତ୍ତମାନ ଟିଭି ଇଣ୍ଡଷ୍ଟ୍ରି ରୁ ଦୂରେଇ ଅଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ଲୋକପ୍ରିୟତା ହାସଲ ଅକରିବାରେ ସଫଳ ହୋଇଛନ୍ତି । ଦର୍ଶକ ମାନେ ଆଜି ବି ତାଙ୍କୁ ଦୟା ବେହେନ ନାଁ ରେ ଜାଣିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଦିଶା ବକାନି ଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଅମା ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *