ଏବେ ଏବେ ଆସିଲା ବଡ ଖବର, ବଲୀଉଡର ବରିଷ୍ଠ ସଙ୍ଗୀତକାରଙ୍କର ହେଲା ପରଲୋକ- ସଲମାନଙ୍କର ଥିଲେ ଅତି ପ୍ରିୟ

ବଲିଉଡରୁ ଆଉ ଏକ ଖରାପ ଖବର ଶୁଣିବାକୁ ମିଳୁଛି, ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ଦେହାନ୍ତ ହୋଇଛି । ୱାଜିଦ୍, ତାଙ୍କ ସାଥୀ ସାଜିଦ ଖାନଙ୍କ ସହ ସାଜିଦ-ୱାଜିଦଙ୍କ ଯୁଗଳ ନାମରେ ପ୍ରସିଦ୍ଧ ସଙ୍ଗୀତକାର ଥିଲେ । ସାଜିଦ-ୱାଜିଦ ସଲମାନ ଖାନଙ୍କର ଅନେକ ଫିଲ୍ମରେ ହିଟ୍ ମ୍ୟୁଜିକ୍ ଦେଇଛନ୍ତି । ୱାଜିଦଙ୍କ ମୃତ୍ୟୁ ସହ ବଲିଉଡରେ ଶୋକର ଲହରୀ ଖେଳିଯାଇଛି ।  ପିଟିଆଇ ରିପୋର୍ଟ ଅନୁଯାୟୀ, 42 ବର୍ଷିୟ ୱାଜିଦ ସୋମବାର ସକାଳେ ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି ।

ଏହି ରିପୋର୍ଟରେ ସଂଗୀତ ନିର୍ଦେଶକ ସଲିମ ମର୍ଚାଣ୍ଟଙ୍କ କହିଛନ୍ତି ଯେ ୱାଜିଦଙ୍କୁ ଗତ କିଛି ଦିନ ହେବ ଚେମ୍ବୁରର ସୁରାନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା – “ତାଙ୍କର ଅନେକ ସମସ୍ୟା ଥିଲା”। ତାଙ୍କର କିଡନୀ ସମସ୍ୟା ଥିଲା । ତାଙ୍କୁ କିଛି ସମୟ ପୂର୍ବରୁ ସ୍ଥାନାନ୍ତର କରାଯାଇଥିଲା । ନିକଟରେ ତାଙ୍କୁ କିଡନୀ ସଂକ୍ରମଣରେ ବିଷୟରେ ଜଣା ପଡିଥିଲା । ସେ ଗତ ଚାରି ଦିନ ଧରି ଭେଣ୍ଟିଲେଟରରେ ଥିଲେ । ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଲା । କିଡନୀ ସଂକ୍ରମଣ ଆରମ୍ଭ ହେଲା ଏବଂ ପରେ ଅବସ୍ଥା ଗୁରୁତର ହେଲା ।

କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ୱାଜିଦ୍ ଖାନ୍ ପରେ କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ । ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ୱାଜିଦ୍ ଖାନ୍ 1998 ମସିହାରେ ଚଳଚ୍ଚିତ୍ର ପ୍ୟାର୍ କିୟା ତୋ ଡରନା କିୟା ରେ ସାଜିଦଙ୍କ ସହ ସଙ୍ଗୀତ ରଚନା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ସଲମାନଙ୍କ ସହ ଅନେକ ଚଳଚ୍ଚିତ୍ର କରିଥିଲେ। ଗର୍ବ, ତେରେ ନାମ, ତୁମକୋ ନା ଭୁଲ ପାଏଙ୍ଗେ,  ପାର୍ଟନର ଏବଂ ସର୍ବଶେଷ ଦବଙ୍ଗ ଫ୍ରାଞ୍ଚାଇଜ୍ । ୱାଜିଦ୍ କିଛି ଚଳଚ୍ଚିତ୍ରରେ ଗୀତା ମଧ୍ୟ ଗାଇଥିଲେ । ସେ ମେରା ହି  ଜାଲୱା, ଫେଭିକୋଲ ସେ ଏବଂ ଅକ୍ଷୟଙ୍କ ପାଇଁ  ଚିନ୍ତା ତା ଚିନ୍ତା ଚିନ୍ତା ଗୀତ ପାଇଁ ସ୍ୱର ଦେଇଥିଲେ ।

ଲକଡାଉନରେ ମୁକ୍ତିଲାଭ କରିଥିବା ସଲମାନଙ୍କ ଗୀତ ପ୍ୟାର କରୋ ନା ଏବଂ ଭାଇ ଭାଇକା ସଙ୍ଗୀତ ସାଜିଦଙ୍କ ସହ ୱାଜିଦ ମିଶି ରଚନା କରିଥିଲେ । ଏହି ଗୀତଟି ୟୁଟ୍ୟୁବରେ ମୁକ୍ତିଲାଭ କରିଥିଲା । ୱାଜିଦ୍ ସାଥୀ ସାଜିଦଙ୍କ ସହ ସିଗିଙ୍ଗ୍ ରିଆଲିଟି ସୋ ସାରେରାମାପା 2012 ଏବଂ ସରେଗାମ୍ପା ସିଙ୍ଗି ସୁପରଷ୍ଟାରରେ ଜଣେ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ । ଏହି ଯୋଡି ଆଇପିଏଲ୍ ର ଚତୁର୍ଥ ସିଜନ୍ ପାଇଁ ଥିମ୍ ଗୀତ ଧୁମ୍ ଧମ୍ ଧଡକ୍ ରଚନା କରିଥିଲେ, ଯାହା ୱାଜିଦଙ୍କ ଦ୍ୱାରା ସ୍ୱର ଦିଆ ଯାଇଥିଲା । ୱାଜିଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କିଛି ଟ୍ୱିଟ୍-

Leave a Reply

Your email address will not be published. Required fields are marked *