ଦାନ ଦେବା ଦ୍ଵାରା ବ୍ୟକ୍ତିକୁ ଜୀବନରେ ବହୁତ କିଛି ସମସ୍ୟାରୁ ମୁକ୍ତି ମିଳିଥାଏ । ମନୁଷ୍ୟ ଭୁଲରେ ଏମିତି କିଛି ଜିନିଷର ଦାନ କରିଥାଏ ଯାହା ଫାଇଦା ଜାଗାରେ କ୍ଷତି ହୋଇଥାଏ । ଆଜି ଆମେ ଆଲୋଚନା କରିବା କଣ ସେହି ସବୁ ଜିନିଷ ହୋଇଥାଏ ଯାହା ଦାନ କରିବା ଦ୍ଵାରା ପୂଣ୍ୟ ଜାଗାରେ ପାପ ହୋଇଥାଏ । ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ । ପ୍ରଥମ ଜିନିଷଟି ହେଲା ଝାଡୁ ।
ଝାଡୁ – କୁହାଯାଏ କେବେବି ଝାଡୁର ଦାନ କରିବା ଠିକ ହୋଇନଥାଏ, ଏଥିରେ ଘରେ ପଇସା ରୁହେ ନହିଁ । ଝାଡୁ ଦେବା ଦ୍ଵାରା ଲକ୍ଷ୍ମୀ ମା ରାଗିଥାନ୍ତି । ବ୍ୟାପାରରେ କ୍ଷତି ହୋଇଥାଏ ଓ ସେଭିଙ୍ଗବି ସରିଯାଇଥାଏ ।
ଲୁହ ଜିନିଷ -ଧାରୁଆ ଜିନିଷ ଯେମିତିକି ଛୁରୀ, କଇଁଚି, ତଲବାର, ପନିକି ଆଦିର ଦାନ କରିବା ଅନୁଚିତ ହୋଇଥାଏ । ଏହାକୁ ଦାନ କରିବା ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ ଓ ପରିବାରରେ ଶାନ୍ତି ଭଙ୍ଗ ହୋଇଥାଏ ।
ଖାଦ୍ୟ – ତାଜା ଖାଦ୍ୟ ଦାନ କରିବା ଭଲ ହୋଇଥାଏ କିନ୍ତୁ ଯେଉଁ ଖାଦ୍ୟ ବସି ହୋଇକି ଖରାପ ହୋଇଥାଏ ତାର ଦାନ କରିବା ଅଶୁଭ ହୋଇଥାଏ । ବସି ଓ ଖରାପ ଖାଦ୍ୟ ଦାନ କରିବା ଦ୍ଵାରା ଘରର ସଦସ୍ୟ ରୋଗରେ ପଡ଼ିପାରନ୍ତି । କେସ ଓ କୋର୍ଟ କଚେରୀରେ ପଇସା ଖର୍ଚ ହେବାକୁ ଲାଗିଥାଏ ।
ପଣ୍ଡିତ ମାନଙ୍କୁ ପୁରୁଣା କପଡା ଦାନ – କୌଣସି ପଣ୍ଡିତଙ୍କୁ ପୁରୁଣା କପଡା ଦାନ କରିବା ଅଶୁଭ ହୋଇଥାଏ । କିନ୍ତୁ ଯିଏ ଗରିବ ଓ ତାକୁ ଆବଶ୍ୟକ ଅଛି କପଡାର ତାକୁ ପୁରୁଣା କପଡା ଦେଇପାରିବେ । କିନ୍ତୁ ଧ୍ୟାନ ରଖିବେ ପଣ୍ଡିତ ମାନଙ୍କୁ କେବେବି ପୁରୁଣା କପଡା ଦେବା ଆବଶ୍ୟକ ନୁହେଁ । ଏମିତି କରିବା ଦ୍ଵାରା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିପରାନ୍ତି ଓ ଆପଣଙ୍କ ଘରୁ ଦୂରକୁ ଯାଇ ପାରନ୍ତି ।
ପ୍ଲାଷ୍ଟିକ ଜିନିଷ – ଆଜି କାଲି ପ୍ଲାଷ୍ଟିକ ଜିନିଷ ବହୁତ ବ୍ୟବହାର ହେଉଛି ଯଦି ପ୍ଲାଷ୍ଟିକ ଜିନିଷ ନିଜେ କିଣୁଛନ୍ତିତ ଠିକ ଅଛି କାହାକୁ ଦାନ କରିବା ପାଇଁ ଠିକ ନୁହେଁ । ଏମିତି କରିବା ବ୍ୟବସାୟ ପାଇଁ ଅଶୁଭ ହୋଇଥାଏ ।
ସ୍ଟୀଲ ବାସନ – ଶାସ୍ତ୍ରରେ କେଉଁଠିବି ଷ୍ଟିଲର ଦାନ କରିବା ଉଲେଖ ନହିଁ । ଷ୍ଟିଲ ଜିନିଷ କାହାକୁବୀ ଦେବା ଅନୁଚିତ ହୋଇଥାଏ । ଷ୍ଟିଲ ଜିନିଷ ଦାନ କରିବା ଦ୍ଵାରା ଘରେ ସୁଖ ଶାନ୍ତି ଖତମ ହୋଇଥାଏ । ବ୍ୟବହାର କରାଯାଇଥିବା ତେଲ – ସନୀଙ୍କ ଶାନ୍ତି କରିବା ପାଇଁ ତେଲ ଦାନ କରିବା ବହୁତ ଠିକ ହୋଇଥାଏ କିନ୍ତୁ ବ୍ୟାହାର କରିଥିବା ତେଲ ଦାନ କରିବା ଦ୍ଵାରା ବହୁତ ଖରାପ ପ୍ରଭାବ ପଡିଥାଏ । ଏମିତି କରିବା ଦ୍ଵାରା ଶନିଦେବ ପ୍ରସନ୍ନ ହେବ ପରିବର୍ତେ ରାଗିଯାଇଥାନ୍ତି ।
ଯଦି ଆପଣ ଜନତାରେ ହେଉକି ଅଜାଜତରେ ହେଉ ଯଦି ଏହି ଭୁଲ କରୁଛନ୍ତି ଆପଣଙ୍କୁ ଧନ ହାନି ମଧ୍ୟ ହୋଇଥାଏ । ସଂସାର ସବୁ ବ୍ୟକ୍ତି ଧନୀ ହେବାର ଇଛା ରଖିଥାନ୍ତି ଶେଥି ପାଇଁ ସେ ଦିନ ରାତି ପରିଶ୍ରମ ମଧ୍ୟ କରିଥାନ୍ତି କିନ୍ତୁ ତାଙ୍କୁ ମନ ମୁତାବକ ସଫଳତା ମିଳିନଥାଏ । ଏହାର ମୁଖ୍ୟ କାରଣ ଆପଣଙ୍କ ଦ୍ଵାରା କରାଯାଇଥିବା ଭୁଲ ମଧ୍ୟ ହୋଇପାରେ । ଆପଣଙ୍କ ପାଖକୁ ଧନ ଆସୁଛି କିନ୍ତୁ ରହିପାରୁନି, ଅଧିକ ଖରଚ ହେଉଛି ତା ମାନେ ସର୍ବଦା ଅଲକ୍ଷ୍ମୀ ଆପଣଙ୍କ ଦ୍ଵାରରେ ରହିଛନ୍ତି । ଯଦି ଘରର ସୋଭା ବଢାଇବାକୁ ଚାହୁଁଛନ୍ତି ତେବେ ଏହି ସବୁ କାମ ରୁ ଦୂରେଇ ରୁହନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।