ଏହାର କେବଳ 1 ଚାମଚ, ଅଜୀର୍ଣ୍ଣ ଭଳି ସମସ୍ୟାକୁ ସବୁଦିନ ପାଇଁ କରିବ ଭଲ… Health Tips

ଏମିତି ବହୁତ କାରଣ ଅଛି ଯେଉଁ କାରଣରୁ ପ୍ରାୟତଃ ସମସ୍ତଙ୍କୁ ଇନଣ୍ଡାଇଜେସନ ଭଳି ସମସ୍ୟା ହୋଇଥାଏ । ଏହିଭଳି ସମସ୍ୟାର ସାମ୍ନା କରୁଥିବା ବ୍ୟକ୍ତି ନା ସଠିକ ସମୟରେ ଖାଇ ପାରେ ଓ ନା ହିଁ ତାକୁ ଭୋକ ଲାଗିଥାଏ । ଇନଣ୍ଡାଇଜେସନ କିମ୍ବା ଅଜୀର୍ଣ୍ଣ କାରଣରୁ ଆପଣଙ୍କୁ ପେଟରେ କଷ୍ଟ ହେବା ସହ ଆପଣଙ୍କ ପେଟ ମଧ୍ୟ ଫୁଲିଯାଏ । ଆପଣ ବହୁତ ଔଷଧର ସେବନ କରନ୍ତି । କିନ୍ତୁ ଔଷଧ ଦ୍ଵାରା କେବେ ବି ଆପଣ ଏହି ସମସ୍ୟାକୁ ଦୂର କରି ପାରିବେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ସେବନ କରି ଆପଣ ନିଜର ଇନଣ୍ଡାଇଜେସନ କିମ୍ବା ଅଜୀର୍ଣ୍ଣ ଭଳି ସମସ୍ୟାକୁ ସବୁଦିନ ପାଇଁ ଦୂର କରି ପାରିବେ ।

ଏହି ଘରୋଇ ଉପଚାର ପାଇଁ ଶୁଖିଲା ଅଦା କିଣି ଆଣି ତାକୁ ପାଉଡର କରି ଦିଅନ୍ତୁ । ଆପଣ ପ୍ରଥମେ ଗୋଟିଏ ପାତ୍ରରେ ଦୁଇ ଚାମଚ ଶୁଖିଲା ଅଦାର ପାଉଡର ନିଅନ୍ତୁ । ପିପଲି (Long Pepper)କୁ ବି ବଜାରରୁ କିଣି ଆଣି ଏହାର ପାଉଡର କରି ଦିଅନ୍ତୁ । ଏହି ପାତ୍ରରେ ଦୁଇ ଚାମଚ ପିପଳି ପାଉଡର ନିଅନ୍ତୁ । ଏଥିରେ କଳାଜୀରାକୁ ବି ସେହିଭଳି ଗ୍ରାଇଡିଙ୍ଗ କରି ତାର ୩ ଚାମଚ ପାଉଡର ଏହି ମିଶ୍ରଣରେ ମିଶାନ୍ତୁ । ସେହିଭଳି ଜୁଆଁଣୀକୁ ଗ୍ରାଇଡିଙ୍ଗ କରି ତାହାର ୩ ଚାମଚ ଏହି ମିଶ୍ରଣରେ ନିଅନ୍ତୁ ।

ଏହା ପରେ ହରିଡା ନିଅନ୍ତୁ । ପ୍ରଥେମ ଏହି ହରିଡାର ଭିତରେ ଥିବା ମଞ୍ଜିକୁ ବାହାର କରି ତାହାର ପାଉଡର କରନ୍ତୁ । ଏଥିରେ ଆପଣ ୩ – ୪ ଚାମଚ ହରିଡା ପାଉଡର ପକାନ୍ତୁ । ଏଥିରେ ଗୋଟିଏ ଚାମଚ କଳା ଲୁଣ ମିଶାନ୍ତୁ । ବର୍ତ୍ତମାନ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଆପଣ ସବୁଦିନ ସକାଳେ ଓ ସନ୍ଧ୍ୟା ସମୟରେ ଏକ ଚାମଚ ଏହି ଚୂନ ସେବନ କରିବା ପରେ ଥଣ୍ଡା କିମ୍ବା ଉଷୁମ ପାଣି ପିଇ ଦିଅନ୍ତୁ ।

ଏହିଭଳି କରିବା ଦ୍ଵାରା ଯଦି ଆପଣଙ୍କ ଇନଣ୍ଡାଇଜେସନ କିମ୍ବା ଅଜୀର୍ଣ୍ଣ ଭଳି ସମସ୍ୟା ଅଛି ତେବେ ତାହା ସବୁଦିନ ପାଇଁ ଭଲ ହୋଇଯିବ । ଆପଣଙ୍କ ଖାଦ୍ୟ ହଜମ, ଭୋକ ଲାଗିବ । କିନ୍ତୁ ଏହି ଚୂନକୁ ଆପଣ ୧୫ ଦିନରୁ ଏକ ମାସ ସେବନ କରନ୍ତୁ ।

ଦ୍ଵିତୀୟ ଘରେଲୁ ଉପଚାର ପାଇଁ ଆପଣଙ୍କୁ ଅଦା ଓ ସନ୍ଧବ୍ୟ ଲୁଣ ଦରକାର । ପ୍ରଥମେ ଆପଣ ଅଦାର ଚୋପା ଛଡାଇ ତାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ସେଥିରେ ଅଳ୍ପ ସନ୍ଧବ୍ୟ ଲୁଣ ମିଶାନ୍ତୁ । ଏହାକୁ ଆପଣ ଭୋଜନ କରିବାର ୧ ଘଣ୍ଟା ପୂର୍ବରୁ ଏହି ଅଦା ଓ ଲୁଣର ସେବନ କରୁଛନ୍ତି ତେବେ ଜୀବନରେ କେବେ ବି ଆପଣଙ୍କୁ ଇନଣ୍ଡାଇଜେସନ କିମ୍ବା ଅଜୀର୍ଣ୍ଣ ଭଳି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *