ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯେବେ ଆମେ କାହାକୁ ଭଲ ପାଇଥାଉ କିମ୍ବା ଆମକୁ କେହି ଜଣେ ଭଲ ପାଇଥାଏ, ତେବେ ଆମ ମନରେ ପ୍ରଥମ ପ୍ରଶ୍ନ ଆସିଥାଏ ଯେ, ସେହି ବ୍ୟକ୍ତି ଆମକୁ ସତରେ ଭଲ ପାଉଛି ଅଥବା ନୁହେଁ । ଏହି ପ୍ରଶ୍ନ ମନରେ ଏକ ଡର ସୃଷ୍ଟି କରିଥାଏ । କାରଣ ବର୍ତ୍ତମାନ ସମୟରେ ପ୍ରାୟ ବ୍ୟକ୍ତି ଅଛନ୍ତି ଯେଉଁମାନେ କେବଳ ଭଲ ପାଇବାର ନାଟକ ହିଁ କରିଥାନ୍ତି ଏବଂ ଭଲ ପାଇବାର ମିଛ ପ୍ରତିଶ୍ରୁତି ଦେଇଥାନ୍ତି । ଏହି ନାଟକ କୁ ନିରୀହ ବ୍ୟକ୍ତି ବୁଝି ପାରି ନଥାନ୍ତି ଏବଂ ତାଙ୍କ ମିଛ ଭଲ ପାଇବାକୁ ସତ ବୋଲି ଭାବି ନିଅନ୍ତି ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି ୩ ଟି ପ୍ରଶ୍ନ ସମ୍ବନ୍ଧରେ । ଯାହା ଆପଣ ନିଜ ପାର୍ଟନର ଙ୍କୁ ପଚାରିବେ ଏବଂ ଆପଣଙ୍କ ପାର୍ଟନର ଉତ୍ତର ହିଁ କହିବ ଯେ, ସେ ଆପଣଙ୍କୁ ସତରେ ଭଲ ପାଉଛନ୍ତି ଅଥବା ଭଲ ପାଇବାର କେବଳ ନାଟକ କରୁଛନ୍ତି । ତେବେ ଆସନ୍ତୁ ସେହି ୩ଟି ପ୍ରଶ୍ନ ସମ୍ବନ୍ଧରେ ଜାଣିବା ଏବଂ ଏହା ମଧ୍ୟ ଜାଣିବା ଯେ ସେହି ପ୍ରଶ୍ନ ର ଉତ୍ତର କଣ ହେଲେ ଆପଣ ଜାଣିବେ ଯେ ଆପଣଙ୍କ ପାର୍ଟନର ଙ୍କ ଭଲ ପାଇବା ସତ ଅଟେ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମ ପ୍ରଶ୍ନ ଯାହା ଆପଣ ନିଜ ପାର୍ଟନର ଙ୍କୁ ପଚାରିବେ ତାହା ହେଉଛି, ତୁମେ ମୋତେ କାହିଁକି ଭଲ ପାଉଛ?
ଆପଣଙ୍କ ପାର୍ଟନର ଏହି ପ୍ରଶ୍ନ ର ବହୁତ ଗୁଡ଼ିଏ ଉତ୍ତର ଦେବେ । ଆପଣଙ୍କ ପାର୍ଟନର କହିବେ ସେ ଆପଣଙ୍କ ସୁନ୍ଦରତା କୁ ଦେଖି ପ୍ରଥମ ନଜର ରେ ଭଲ ପାଇ ବସିଥିଲେ, ଆପଣ ତାଙ୍କୁ ବହୁତ ଭଲ ଲାଗନ୍ତି ଏହି କାରଣରୁ ସେ ଆପଣଙ୍କୁ ଭଲ ପାଉଛନ୍ତି । କିନ୍ତୁ ଏହା ସଠିକ ଉତ୍ତର ନୁହେଁ । ଯଦି କୌଣସି ବ୍ୟକ୍ତି ଆପଣଙ୍କ ସୁନ୍ଦରତା କୁ ଦେଖି ଆପଣଙ୍କୁ ଭଲ ପାଉଛନ୍ତି ତେବେ ଭବିଷ୍ୟତରେ ଯଦି ଆପଣଙ୍କ ସୁନ୍ଦରତା କମିଯିବ ତେବେ ତାଙ୍କ ଭଲ ପାଇବା ମଧ୍ୟ କମିଯିବ ।
ଯଦି ଆପଣଙ୍କ ପାର୍ଟନର ଏହି ପ୍ରଶ୍ନ ର ଉତ୍ତର ରେ କହିବେ ଯେ, ସେ ଆପଣଙ୍କୁ ଭଲ ପାଇବାର କାରଣ ଜାଣି ନାହାନ୍ତି କିନ୍ତୁ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଏବଂ ଏହି ଭଲ ପାଇବା ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ବଜାୟ ରହିବ । ତେବେ ଆପଣ ଜାଣିବେ ଯେ, ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।
୨. ଦ୍ଵିତୀୟ ପ୍ରଶ୍ନଟି ପଚାରିବେ, ତୁମର ଅନ୍ତିମ ୨୪ ଘଣ୍ଟା ରେ ତୁମେ ମୋ ସହିତ କଣ କରିବାକୁ ଚାହିଁବ?
ଏହି ପ୍ରଶ୍ନ ର ବହୁତ ଗୁଡ଼ିଏ ଉତ୍ତର ମିଳିବ । ଆପଣଙ୍କ ପାର୍ଟନର କହିବେ ସେ ନିଜର ଅନ୍ତିମ ସମୟରେ ଆପଣଙ୍କୁ ଦେଖା କରିବାକୁ ଚାହିଁବେ ଏବଂ ଆପଣଙ୍କ ସହ ସମୟ ବିତାଇବାକୁ ଚାହିଁବେ । କିନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ ସେ କହିବ ଯେ, ତାଙ୍କ ଅନ୍ତିମ ସମୟରେ ସେ ଆପଣଙ୍କ କୋଳରେ ଶୋଇ ନିଜର ଶେଷ ନିଶ୍ୱାସ ତ୍ୟାଗ କରିବେ ବୋଲି । ସ୍ୱୟଂ ଶ୍ରୀ ରାଧାରାଣୀ ଶ୍ରୀକୃଷ୍ଣ ଙ୍କ କୋଳରେ ଶୋଇ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
୩. ତୃତୀୟ ପ୍ରଶ୍ନ ଟି ପଚାରିବେ, ଯଦି ତୁମ ପରିବାର ଲୋକ ତୁମର ଅନ୍ୟ କାହା ସହିତ ବିବାହ କରିବେ ତେବେ ତୁମେ କଣ କରିବ?
ଏହି ପ୍ରଶ୍ନ ର ମଧ୍ୟ ବହୁତ ଗୁଡ଼ିଏ ଉତ୍ତର ମିଳିବ । ଆପଣଙ୍କ ପାର୍ଟନର ଆପଣଙ୍କ କହିବେ ଯେ, ସେ ଅନ୍ୟ କାହାକୁ ବିବାହ କରିବା ପରେ ମଧ୍ୟ ଆପଣଙ୍କୁ ହିଁ ଭଲ ପାଇବେ । କିନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କୁ ସତ ଭଲ ପାଉଥିବେ ସେ ଆପଣଙ୍କୁ ଏହି ପ୍ରଶ୍ନ ର ଉତ୍ତର ରେ କହିବେ ଯେ, କୌଣସି ବ୍ୟକ୍ତି ର ଏତେ ସାହାସ ନାହିଁ ଯେ, ଆମ ଦୁହିଁଙ୍କୁ ପରସ୍ପର ଠାରୁ ଅଲଗା କରିବେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଚେଷ୍ଟା କରିବେ ଆପଣଙ୍କୁ ପାଇବା ନିମନ୍ତେ । ଏହି ଉତ୍ତର ଦ୍ଵାରା ଆପଣ ଜାଣିଯିବେ ଯେ, ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଏବଂ କେବେବି ଆପଣଙ୍କ ଠାରୁ ଦୂରରେ ରହି ପାରିବେ ନାହିଁ ।