ଏହି 5ଟି ଉପାୟରେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଅଟନ୍ତି ପାଳିତ ପଶୁ

କଣ ଆପଣ କୁକୁର ପ୍ରିୟ ଅଟନ୍ତି ? କଣ ଆପଣ କୁକୁର କି ବିଲେଇ ଓ ପାଳିତ ପଶୁ ରଖିବାକୁ ଭଲପାନ୍ତି ? ତ ଆପଣ ଭାଗ୍ୟଶାଳୀ ଅଟନ୍ତି, କଣ ବୁଝି ପାରେଲେନି … ଆମର କହିବାର ମାନେ ଯଦି ଆପଣ ପାଳିତ ପଶୁ ରଖୁଛନ୍ତି ତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଭାଗ୍ୟଶାଳୀ ହେବ ପାଇଁ କେବଳ ପଇସା କି ନାଁ କମେଇବା ହୋଇନଥାଏ, ଆପଣଙ୍କର ସ୍ୱାସ୍ଥ୍ୟ ଠାରୁ ଭଲ ଧନ ଆଉ କିଛି ନାହିଁ ।

ଯଦି ଆପଣ ଏହି କଥାରେ ଏକମତ କିଛି ପାଳିତ ପଶୁ ରଖନ୍ତୁ । କାରଣ ସେ ଆପଣଙ୍କ ସ୍ଵାସ୍ଥ୍ୟରେ ସୁଧାର ଆଣିପାରେ । ଆସନ୍ତୁ ଜାଣିବା କେମିତି ପାଳିତ ପଶୁ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହି ପାଞ୍ଚୋଟି ଉପାୟରେ ସ୍ଵାସ୍ଥ୍ୟକୁ ଭଲ ରଖିଥାନ୍ତି ପାଳିତ ପଶୁ ।

ହୃଦୟଜନିତ ସମସ୍ୟାକୁ  କମ କରିଥାନ୍ତି

ଯଦି ଆପଣ ଘରେ କୁକୁର ପାଳିଛନ୍ତି, ତ ଏହା ଆପଣଙ୍କୁ ହୃଦୟ ସ୍ଵାସ୍ଥ୍ୟକୁ ବଢାଇଥାଏ । ଏଥିରେ ଆପଣଙ୍କୁ ହୃଦୟ ରୋଗର ସମ୍ବାଭନା କମ ରହିଥାଏ । ଏମିତି ଶେଥିପାଇଁ କାରଣ  କୁକୁରର ମାଲିକ ତାକୁ ବୁଲେଇବା ପାଇଁ ଓ ଫ୍ରେଶ କରିବା ପାଇଁ ତା ସହିତ ଚାଲିଥାଏ, ଯେଉଁଥିରେ ବ୍ୟକ୍ତିର ସକାଳ ବୁଲା ଓ ସନ୍ଧ୍ୟା ବୁଲା ହୋଇଥାଏ ।

ମାନେ କୁକୁରର ମାଲିକ ଅଧିକ ଚାଲିଥାଏ ଓ ସେଥିରେ ହାଇ ବ୍ଲଡ ପ୍ରେସର କମ ହୋଇଥାଏ । ଅଧ୍ୟୟନରୁ ଜଣା ପଡିଛି ହୃଦୟ ଜନିତ ସମସ୍ୟା ଲୋକ, ଯାହାଙ୍କ ପାଖରେ କୁକୁର ଅଛି ସେ ସେହି ହୃଦୟ ସମସ୍ୟା ଲୋକଙ୍କ ତୁଳନାରେ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି ।

ଚିନ୍ତରୁ ମୁକ୍ତି ମିଳିବାରେ ସହାୟକ ହୋଇଥାଏ

ଯେବେ ଆପଣଙ୍କୁ ରାଗ ଆସିଥାଏ, ତ ଆପଣ କଣ କରିଥାନ୍ତି ? ଚିଲେଇଥାନ୍ତି, ରଗକୁ ସାରିବା ପାଇଁ ଜିନିଷ ଭାଙ୍ଗି ଥାନ୍ତି, ଯେଉଁଥିରେ ଆପଣଙ୍କ ରାଗ ଶାନ୍ତ ହୋଇବ । କିନ୍ତୁ ଯଦି ଆପଣଙ୍କ ପାଖରେ କୁକୁର ଓ ବିଲେଇ ଅଛନ୍ତି, ଯେବେ ଆପଣ ଏକେଲା ଲାଗିବ ସେତେବେଳେ ଆପଣଙ୍କ ସବୁଠୁ ଭଲ ସାଙ୍ଗ ଓ ସାହାରା ମିଳିଥାଏ । ଏହା ଆପଙ୍କର ବ୍ଲଡ ପ୍ରେସରକୁ କମ କରିବାରେ ଓ ଶରୀରରେ ରିଲାକ୍ଷ୍ସିଙ୍ଗ ହରମୋନ ତିଆରି କରିବାରେ ସାହାର୍ଯ୍ୟ କରିଥାଏ । ଯେଉଁଥିରେ ଷ୍ଟ୍ରେସ ହରମୋନ କମ ହୋଇଥାଏ ଓ ଆପଣଙ୍କ ଚିନ୍ତା କମ ହୋଇଥାଏ ।

ଅଟିଷ୍ଟିକ ଛୁଆ ମାନଙ୍କ ପାଇଁ

ସାମାନ୍ୟ ଛୁଆମାନେ ନିଜ ବୟସର ଛୁଆ ମାନଙ୍କ ସହିତ ବହୁତ ଭଲ ବନ୍ଧୁତା ରଖିଥାନ୍ତି । କିନ୍ତୁ ଯେଉଁ ପିଲାମାନେ ଅଟିଜିମରେ ପୀଡିତ ଅଛନ୍ତି, ତାଙ୍କ ପାଇଁ ଏହା କଠିନ ଅଟେ । ଏଥିରେ ପାଳିତ କୁକୁର ତାଙ୍କର ଭଲ ସାଙ୍ଗ ହୋଇପାରିବ । ଅଟିଷ୍ଟିକ ଛୁଆମାନଙ୍କ ପାଇଁ  ପାଳିତ ପଶୁଙ୍କ ବାତାବରଣ ଛୁଆକୁ ଠିକ କରିଥାଏ । ସେଇ ଛୁଆମାନେଯେବେ ପଶୁମାନଙ୍କ ସହିତ ଯୋଡି ହୋଇଯାନ୍ତି ତ ଦୁଇଜଣ ଦୁଇଜଣକୁ ସକାରାତ୍ମକ ରୂପରେ ଦେଖିଥାନ୍ତି ଓ ଏକା ସହିତ ବହୁତ ଭଲ କାମ କରିଥାନ୍ତି ।

ସାମାଜିକ  ମେଳାପରେ ସାହାର୍ଯ୍ୟ କରିଥାଏ

ଆପଣଙ୍କ ପାଳିତ କୁକୁରକି, ବିଲେଇ ଆପଣଙ୍କୁ ଅନ୍ୟ ଲୋକ ସହିତ ମିଶିବାରେ ସାହାର୍ଯ୍ୟ କରିଥାଏ । ଉଦାହରଣ ଭାବେ ଆପଣ ଯେତେବେଳେ କୁକୁର ସହିତ ସକାଳେ କି ସନ୍ଧ୍ୟାରେ ବୁଲିବାକୁ ଯାଇଥାନ୍ତି ତ ଆପଣଙ୍କୁ ଆପଣଙ୍କ ଭଳି ଆଉ କେତେକ ବନ୍ଧୁ ମିଳିଥାଏ ।

ବହୁତ ଖୁସି ପାଇଁ :- ପାଳିତ ପଶୁ ରଖିଥିବା ଲୋକ ବହୁତ ଖୁସି ହୋଇଥାନ୍ତି, ଓ ଭରସା କରିଥାନ୍ତି । ଏହାର ଗୋଟେ କାରଣ ଏହା ହୋଇପାରେକି ଆପଣଙ୍କୁ ସେ ନିଜର ଲୋକଭଳି ବ୍ୟବହାର କରୁଛି । ଆପଣ ତାଙ୍କ ସହିତ କଥା ହୋଇପାରିବେ, ଖେଳି ପାରିବେ । ଆପଣଙ୍କ ପାଳିତ କୁକୁର ଆପଣଙ୍କ ଏକେଲା ପଣକୁ ଦୂରକରିପାରିବ । ଆପଣ ତା ସହିତ ଆପଣଙ୍କୁ ଭଲପାଇବା, ଓ  ସମ୍ପର୍କ ଜାଣିପାରିବେ ।

Leave a Reply

Your email address will not be published. Required fields are marked *