ଏହି ୫ଟି ଖାଦ୍ୟ ଗରମ କରି ଖାଇଲେ ହେବ କ୍ୟାନ୍ସର- ସତର୍କ ରୁହନ୍ତୁ ନଚେତ ଜୀବନ ଯାଇପାରେ…

ନମସ୍କାର ବନ୍ଧୁଗଣ, ଆପଣମାନେ ତ ଜାଣିଥିବେ ଆମେ ମାନେ ବହୁତ ସମୟରେ ଖାଦ୍ଯ ଗରମ କରି ଖାଇଥାଉ । ସକାଳୁ ରୋଷେଇ ହୋଇଥିବା ଖାଦ୍ଯ ଯଦି ଥଣ୍ଡା ହୋଇଯାଇଥାଏ ବା ଫ୍ରୀଜ ରେ ଥିବା ବ୍ବାଲକା ଖାଦ୍ୟକୁ ଆମେ ବାରମ୍ବାର ଗରମ କରିଥାଉ । ଯାହା କରିବା କିନ୍ତୁ ବିଲକୁଲ ବି ଠିକ ନୁହେଁ । ଏହା କରିବା ଦ୍ଵାରା ସେହି ଖାଦ୍ଯ ବିଷରେ ପରିଣତ ହୋଇଯାଏ । ଆଜିକାଲି ଲୋକେ ଟଙ୍କା ପାଇଁ ଏତେ ବ୍ୟସ୍ତ ଯେ ସମସ୍ତେ କେବଳ ଟଙ୍କା ରୋଜଗାର କରିବା ପଟହରେ ନିଜର ସାରା ସମୟ କାଟି ଦେଉଛନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଇ ଯାହା ଯେମିତି ଖାଇ ଦେଉଛନ୍ତି । ଏମିତି କି ସକାଳେ ଯଦି ରୋଷେଇ କରୁଛନ୍ତି ସେଇ ରୋଷେଇକୁ ରାତିରେ ଗରମ କରି ଖାଇ ଦେଉଛନ୍ତି  ।

Image Courtesy: Google

ତେବେ କଣ ଆପଣ ଜାଣିଛନ୍ତି କି ଏଭଳି କରିବା ଦ୍ଵାରା ଏହା ଆପଣଙ୍କ ଶରୀର ପାଇଁ କେତେ ଖରାପ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ କେଉଁ ଖାଦ୍ଯ ଗରମ ହେବା ଦ୍ଵାରା ଆମ ଶରୀର ପାଇଁ ବହୁତ ଖରାପ ହୋଇଥାଏ । ସେଥିପାଇଁ କେବେ ବି କୌଣସି ଖାଦ୍ୟ ଗରମ କରି ଖାଇବା ଅନୁଚିତ । କେତେକ ଜିନିଷ ଏପରି ହୋଇଥାଏ ଯାହାକୁ ଗରମ କଲେ ସେଥିରେ ଥିବା ପ୍ରୋଟିନ୍ ନଷ୍ଟ ହୋଇଯାଇଥାଏ ଏବଂ ଏଥିରେ ଥିବା କିଛି ତତ୍ତ୍ବ କ୍ୟାନସରର କାରକ ଭାବେ ପରିବର୍ତ୍ତନ ହୋଇଥାଏ ।

Image Courtesy: Google

ଏହି ସବୁ ଖାଦ୍ୟ ଗରମ କଲେ ହୋଇଥାଏ ବିଷ

ବିଟ୍ :

Image Courtesy: Google

ବିଟରେ ପ୍ରଚୁର ପରିମାଣରେ ନାଇଟ୍ରେଟ୍ ଥାଏ, ଯାହା କୁ ଦ୍ବିତୀୟ ଥର ଗରମ କରି ଖାଇଲେ ଏଥିରେ ଥିବା ନାଇଟ୍ରେଟ୍ ନଷ୍ଟ ହୋଇଯାଏ । ସେଥିପାଇଁ ବିଟ୍ ପଡ଼ିଥିବା ଖାଦ୍ୟକୁ ଯଦି ଫ୍ରିଜରେ ରଖିଛନ୍ତି ତେବେ ଏହାକୁ ଖାଇବାର କିଛି  ସମୟ ପୂର୍ବରୁ ଫ୍ରିଜରୁ ବାହାର କରି ରଖି ଦିଅନ୍ତୁ ଏବଂ ଗରମ ନକ ରି ଖାଆନ୍ତୁ ।

ଆଳୁ:

Image Courtesy: Google

ଆଳୁ ଯେତିକି ସ୍ୱାସ୍ଥ୍ୟ ପାଇଁ ଭଲ ସେତିକି ଖରାପ ମଧ୍ୟ । ତେଣୁ ଯଦି କୌଣସି ତରକାରୀ ରେ ଆଳୁ ପଡୁଛି ତେବେ ଏହାକୁ ଫ୍ରୀଜ ରେ ରଖି ପୁଣି ଗରମ କରି ଖାଇବେ ନାହିଁ । ଏହାର ପୋଷାକ ତତ୍ଵ ସରିଯାଇଥାଏ ଓ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ଅଟେ ।

ପାଳଙ୍ଗ :

Image Courtesy: Google

ଏଥିରେ ଥିବା ଭିଟାମିନ ଓ ଆୟରନ ଆଦି ଦ୍ବିତୀୟ ଥର ଗରମ ହେବା ଦ୍ଵାରା କ୍ୟାନସର ସୃଷ୍ଟି କାରୀ ତତ୍ତ୍ବରେ ପରିବର୍ତ୍ତନ ହୋଇଥାଏ।

ଛତୁ :

Image Courtesy: Google

ଯଦି ସମ୍ଭବ ତେବେ ଛତୁ ସବୁବେଳେ ତାଜା ଖାଆନ୍ତୁ। ଏହା ପ୍ରୋଟିନର ଖଣି ହୋଇଥାଏ,କିନ୍ତୁ ଦ୍ବିତୀୟ ଥର ଗରମ କରି ଖାଇଲେ ଏହାର ପ୍ରୋଟିନର କମ୍ପୋଜିସନ ବଦଳି ଯାଇଥାଏ ଏବଂ ଏହା ହାନିକାରକ ହୋଇଥାଏ।

ଅଣ୍ଡା :

Image Courtesy: Google

ଅଣ୍ଡାରେ ଥିବା ପ୍ରୋଟିନ୍ ପୁଣି ଥରେ ଗରମ କରିବା ପରେ ବିଷାକ୍ତ ହୋଇଥାଏ । ସେଥିପାଇଁ ଏହାକୁ କେବେବି ଗରମ କରି ଖାଆନ୍ତୁ ନାହିଁ । ଏଥିରେ ପ୍ରସ୍ତୁତ ଯେ କୌଣସି ଖାଦ୍ୟ କେବେବି ଦ୍ଵିତୀୟ ଥର ଗରମ କରନ୍ତୁ ନାହିଁ । ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *