ସବୁଠୁ ଅଧିକ ଥର ବିବାହ କରିଛନ୍ତି ଏହି ୫ ଜଣ ଅଭିନେତ୍ରୀ- ଜାଣନ୍ତୁ ସେମାନେ କିଏ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଏଭଳି ୫ଜଣ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ସବୁଠୁ ଅଧିକଥର ବିବାହ କରିଛନ୍ତି । ଆପଣମାନେ ତ ଜାଣିଥିବେ ବଲୀଉଡ ଦୁନିଆର ସମସ୍ତ କଳାକାର କିଛି ନା କିଛି କଥାକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି । ଏବଂ ଦର୍ଶକ ମାନେ ମଧ୍ୟ କଳାକାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ସବୁବେଳେ ରୂଚି ରଖିଥାନ୍ତି । ବଲୀଉଡ ର ଅଭିନେତ୍ରୀମାନେ କେହି କାହାଠୁ କମ ନୁହନ୍ତି । ସମସ୍ତେ ନିଜ ନିଜ ତାରିକାରେ ଦର୍ଶକ ମାନଙ୍କ ମନରେ ରାଜ କରନ୍ତି ।

ତେବେ ଆଜି ଆମେ ସେହିଭଳି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ବିବାହ କୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ୫ ଜଣ ଅଭିନେତ୍ରୀ କିଏ ।

ନିଳିମା ଅଜିମ୍‌

ବଲିଉଡ ଅଭିନେତ୍ରୀ ନିଳିମା ଅଜିମ୍‌ ଥରେ ବା ଦୁଇଥର ନୁହଁ ବରଂ ତିନି ଥର ବିବାହ କରିଛନ୍ତି । ପ୍ରଥମେ ସେ ପଙ୍କଜ କପୁରଙ୍କୁ ବିବାହ କରିଥିଲେ । ଦ୍ବିତୀୟ ଥର ସେ ରାଜେଶ ଖଟ୍ଟରଙ୍କୁ ବିବାହ କରିଥିଲେ ଓ ତୃତୀୟ ଥର ଉସ୍ମାଦ ରଜା ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ ।

ନିଲମ କୋଠାରୀ

ବଲିଉଡ ଅଭିନେତ୍ରୀ ନିଲମ କୋଠାରୀ ମଧ୍ୟ ୨ ଥର ବିବାହ କରିଛନ୍ତି। ପ୍ରଥମେ ସେ ଇଂଲଣ୍ଡ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ତାଙ୍କ ସହ ବିବାହ ବିଚ୍ଛେଦ ପରେ ଅଭିନେତା ସମୀର ସୋନିଙ୍କ ସହ ଦ୍ବିତୀୟ ବିବାହ କରିଥିଲେ।

ଜେବା ବଖ୍ତିୟାର

ବଲିଉଡ ଅଭିନେତ୍ରୀ ଜେବା ବଖ୍ତିୟାର ୪ ଥର ବିବାହ କରିଛନ୍ତି । ପ୍ରଥମେ ଅଦନାନ ସମି, ଦ୍ବୀତୀୟ ଥର ଜାବେଦ ଜାଫ୍ରି, ତୃତୀୟ ଥର ସଲମାନ ବଲିଆନୀ ଓ ଚର୍ଥୁତ ଥର ସୋହେଲ ଖାନ ଲେଗହାରୀଙ୍କୁ ବିବାହ କରିଥିଲେ ।

ବିନ୍ଦିଆ ଗୋସ୍ବାମୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ବିନ୍ଦିଆ ଗୋସ୍ବାମୀ ୨ ଥର ବିବାହ କରିଛନ୍ତି । ପ୍ରଥମେ ସେ ଅଭିନେତା ବିନୋଦ ମେହରାଙ୍କୁ ବିବାହ କରିଥିଲେ ଓ ପରେ ସେ ଜ୍ୟୋତି ପ୍ରକାଶ ଦତ୍ତଙ୍କ ସହ ବିବାହ ବନ୍ଦନରେ ବାନ୍ଧିହୋଇଥିଲେ ।

ଯୋଗିତା ବାଲି

ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଯୋଗିତା ବାଲି ପ୍ରଥମେ ବରିଷ୍ଠ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ । କିଶୋରଙ୍କୁ ଛାଡପତ୍ର ଦେବା ପରେ ସେ ଅଭିନେତା ମିଥୁନ ଚକ୍ରବର୍ତ୍ତିୀଙ୍କୁ ଦ୍ବିତୀୟ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *