Special Story: ନାହାନ୍ତି ବାପା ମା’, ତଥାପି ନ ଭାଙ୍ଗି ନିଜର ପରିଶ୍ରମରେ ପାଠପଢି କଲେ ନୂଆ ରେକର୍ଡ…. ଝିଅଟିର ସଂଘର୍ଷ କାହାଣୀ ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ନରସିଂହପୁରର ଶର୍ମିଷ୍ଠା ମହାପାତ୍ରଙ୍କ କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ । କହିବାକୁ ଗଲେ ତାଙ୍କର ନା ହିଁ ବାପା ଅଛନ୍ତି ଓ ନା ହିଁ ମା । କିନ୍ତୁ ଏହା ସତ୍ବେ ସେ ସ୍ଵପ୍ନ ଦେଖି ଥିଲେ କି ସେ ବଡ ମଣିଷ ହେବେ ଓ ଆଇଏଏସ ଅଫିସର ହେବେ । ଏଥିପାଇଁ ସେ ବହୁତ ସଂଘର୍ଷ ମଧ୍ୟ କରୁଛନ୍ତି । ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନକୁ ପାର କରି ଶର୍ମିଷ୍ଠା ମହାପାତ୍ର ନିଜର ସ୍ଵପ୍ନକୁ ପୁରା କରିବାରେ ଲାଗିଛନ୍ତି ।

ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଂରେ ଡିପ୍ଲୋମାର ପ୍ରବେଶିକା ପରୀକ୍ଷାରେ ଶର୍ମିଷ୍ଠା ମହାପାତ୍ର ସବୁ ଠାରୁ ଅଧିକ ନମ୍ବର ରଖି ଟପର ହୋଇଛନ୍ତି । ତାଙ୍କର ଲକ୍ଷ ହେଉଛି ଡିପ୍ଲୋମା ପଢି ଚାକିରି କରିବା ପରେ ପୁଣି ପାଠ ପଢି ସିଭିଲ ସେବା ପରୀକ୍ଷା ଦେବେ ।

ଶର୍ମିଷ୍ଠା ମହାପାତ୍ରଙ୍କ ନିଜ ଜୀବନୀ ବିଷୟରେ କହିଲେ କି ବାପା ମାଙ୍କ ଦେହାନ୍ତ ପରେ ମଉସାଙ୍କ ପାଖରେ ମୁଁ ଥିଲି । କିନ୍ତୁ ଦଶମ ଶ୍ରେଣୀରେ ପଢୁଥିବା ସମୟରେ ମଉସା ବି ଆର ପାରିକୁ ଚାଲି ଗଲେ । ମୁଁ ବହୁତ ଭାଙ୍ଗି ପଡି ଥିଲି ଓ ମୋ ମୁଣ୍ଡରେ ସେହି ସମୟରେ କେବଳ ଗୋଟିଏ କଥା ବୁଲୁଥିଲା କି ମୁଁ ଆଗାକୁ କେମିତି ପଢିବି ଓ କଣ କେମିତି କରିବ । ବିଡ଼ିଓ ପ୍ରଗତି ମ୍ୟାଡମ ଓ ଅନ୍ୟ କିଛି ବ୍ୟକ୍ତି ବିଶେଷଙ୍କ ସହଯୋଗରେ ମୁଁ କଟକର ଶୋଭନୀୟ ଶିକ୍ଷାଶ୍ରମରେ ଆସି ପହଞ୍ଚିଲି ।

ଏଠି ବି ମୋତେ ସମସ୍ତେ ସହଯୋଗ କରୁଛନ୍ତି । ଏହା ସହିତ ବାପା ମା ଙ୍କ ଭଳି ସେନ୍ହ ବି କରୁଛନ୍ତି । ମୁଁ ଡିପ୍ଲୋମାର ସିଭିଲ ଟ୍ରେଡରେ ପ୍ରଥମ ପୋଜିସନ ହାସଲ କରିଛି, ଡିପ୍ଲୋମା ପଢି ପ୍ରଥମେ ମୁଁ ନିଜ ଗୋଡରେ ଛିଡା ହେବି ଓ ପରେ ଆଇଏଏସ ପାଇଁ ପ୍ରସୂତି କରିବି ।

ମୁଁ ପରିଶ୍ରମ କରି ନିଶ୍ଚିତ ରୂପରେ ଆଇଏଏସ ହେବି । କହିଦେଉଛୁ କି ଶର୍ମିଷ୍ଠା ମହାପାତ୍ର କାହାର ବି ସହଯୋଗ ଓ ସାହାର୍ଯ୍ୟ ନ ନେଇ ନିଜେ ପଢି କଠିନ ପରିଶ୍ରମ କରି BOSE ପ୍ରବେଶିକା ପରୀକ୍ଷାରେ ଟପର ହୋଇଛନ୍ତି ।

ଏହି ସଫଳତା ପାଇବା ପରେ ସେ କେବଳ ନିଜକୁ ନୁହେଁ ଅଥବା ଶୋଭନୀୟ ଶିକ୍ଷାଶ୍ରମକୁ ମଧ୍ୟ ପରିଚିତ କରାଇଛନ୍ତି । ଶର୍ମିଷ୍ଠା ମହାପାତ୍ରଙ୍କ ଏହି ସଫଳତାକୁ ନେଇ ଶୋଭନୀୟ ଶିକ୍ଷାଶ୍ରମର ସମ୍ପାଦିକା ଓ ଅନ୍ୟ ଶିକ୍ଷୟତ୍ରୀମାନେ ବି ବହୁତ ଖୁସି ଅଛନ୍ତି । ପ୍ରଥମେ ବାପା ଓ ମା ଓ ପରେ ମଉସାକୁ ହରାଇ ଶର୍ମିଷ୍ଠା ମହାପାତ୍ର କହିବାକୁ ଗଲେ ପୁରା ବେସାହାରା ହୋଇଯାଇଛନ୍ତି । କିନ୍ତୁ ଏହା ସତ୍ବେ ବି ସେ ନିଜର ଦୃଢ ମନୋବଳ ଓ ଆତ୍ମବିଶ୍ଵାସ ଦାମରେ ଆଜି ଏତେ ବଡ ସଫଳତା ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *