ଏହି ବର୍ଷ ନବରାତ୍ରିରେ ବନୁଛି ଅନେକ ଦୁର୍ଲଭ ସଂଯୋଗ- ମିଳିବ ଅନେକ ଶୁଭଫଳ, ଏମିତି କରନ୍ତୁ ପୂଜା

ଶକ୍ତି ଆରାଧନା ର ଏହି ମହାପର୍ବ, ନବରାତ୍ର ରେ ଏହି ଥର ଅନେକ ସଂଯୋଗ ହେଉଅଛି । ଅନେକ ବର୍ଷ ପରେ ହେଉଥିବା ଏହି ଶୁଭ ସଂଯୋଗ ପାଇଁ ଏହି ପର୍ବ ଅତ୍ୟନ୍ତ ଖାସ ହୋଇଛି । ଏହି ଦିନମାନଙ୍କରେ ମା ଦୂର୍ଗାଙ୍କର ଉପାସନା କଲେ ଅଦ୍ଭୁତପୂର୍ବ ଫଳ ମିଳିବ ବୋଲି କୁହାଯାଉଛି । ଏହି ବର୍ଷ ନବରାତ୍ରର ୯ ଦିନଯାକହିଁ ବହୁତ ଶୁଭ ସଂଯୋଗ ଅଟେ ।

ଏହି ବର୍ଷ ନବରାତ୍ରର ପ୍ରବେଶ ୨୯ ସେପ୍ଟେମ୍ବର ହସ୍ତା ନକ୍ଷତ୍ର କନ୍ୟା ରାଶି ରେ ହୋଇଛି । ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ ଏବଂ ରବି ଯୋଗ ର ସଂଯୋଗ ରେ ସମସ୍ତ ଭକ୍ତଙ୍କୁ ଉତ୍ତମ ଫଳ ମିଳିବ ।

ନବରାତ୍ର ରେ ଦୁଇ ସୋମବାର ର ବିଶେଷ ମହତ୍ଵ :

ଏହି ନବରାତ୍ର ରେ ଦୁଇଟି ସୋମବାର ପଡୁଛି । ଏହା ଅତ୍ୟନ୍ତ ଶୁଭ ସଂଯୋଗ ଅଟେ କାହିଁକିନା ସୋମବାର ଦିନ ଦୂର୍ଗା ପୂଜା ର ହଜାର, ଲକ୍ଷେ ଗୁଣା ନୁହେଁ କୋଟି ଗୁଣା ଫଳ ମିଳି ଥାଏ । ସୋମବାରର ସ୍ଵାମୀ ଚନ୍ଦ୍ରମା ଅଟନ୍ତି, ଜ୍ୟୋତିଷ ଶାସ୍ତ୍ର ରେ ଚନ୍ଦ୍ରମାଙ୍କୁ ସୋମ କୁହାଯାଏ ଏବଂ ଭଗବାନ ଶିବଙ୍କୁ ସୋମନାଥ କୁହାଯାଏ ।

ଅର୍ଥାତ ସୋମବାର ଦିନ ମା ଶକ୍ତିଙ୍କର ପୂଜା କରିଲେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହି ଥର ମହାଅଷ୍ଟମୀର ବ୍ରତ ୬ ଅକ୍ଟୋବର କୁ ହେବ ।

ସର୍ବାର୍ଥ ସିଦ୍ଧି ଯୋଗ ଓ ଅମୃତ ସିଦ୍ଧି ଯୋଗ ରେ ଆରମ୍ଭ ହୋଇଛି ନବରାତ୍ର  :

ଯେବେ ବି ୯ ଦିନ ର ନବରାତ୍ର ପାଳନ କରାଯାଏ, ଏହି ଦିନ ଶକ୍ତିଙ୍କର ଉପାସନା କରିବା ଅତ୍ୟନ୍ତ ଶୁଭ ଅଟେ । ନବରାତ୍ରର ଆରମ୍ଭ ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ ଏବଂ ରବି ଯୋଗ ଭଳି ବିଶେଷ ସଂଯୋଗ ରେ ହେଉଅଛି ।

ନବରାତ୍ର ରେ ଏହି ବିଶେଷ ମୂହୁର୍ତ୍ତ ରେ ଯଦି ଆପଣ ଘଟ ସ୍ଥାପନା କରୁଛନ୍ତି ତେବେ ମାଙ୍କର ଅଶେଷ କୃପା ମିଳିବ । ପ୍ରାତଃ ୬:୫୮ ରୁ ୮:୨୪ ମଧ୍ୟରେ, ୯:୨୧ ରୁ ୧୧:୧୯ ମଧ୍ୟରେ, ୧:୨୬ ରୁ ୩:୩୯ ମଧ୍ୟରେ, ୪:୦୫ ରୁ ୬:୪୬ ମଧ୍ୟରେ ଏବଂ ୭:୧୨ ରୁ ୯:୪୭ ମଧ୍ୟରେ ଘଟ ସ୍ଥାପନା ର ଶୁଭ ମୂହୁର୍ତ୍ତ ଅଟେ ।

ସାଙ୍ଗମାନେ ଆଶା କରୁଛୁ ଆମର ଏହି ତଥ୍ୟ ଅପଣାଙ୍କ କାମରେ ଆସିବ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜ ଖବର ଓଡିଆ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *