Ollywood News- 2021 ରେ ବିବାହ କରିବାକୁ ଯାଉଥିବା ଓଡିଆ Celebrity

ସମସ୍ତଙ୍କ ପାଇଁ ବିବାହର ଶବ୍ଦ ବହୁତ ମହତ୍ଵ ରଖିଥାଏ । ବିବାହକୁ ନେଇ ସମସ୍ତେ କିଛି ନା କିଛି ସ୍ଵପ୍ନ ଦେଖିଥାନ୍ତି । କିଏ କୌଣସି ଦୂର ସ୍ଥାନକୁ ଯେଇ ବିବାହ କରିବାକୁ ଇଚ୍ଛା କରିଥାଏ ତ ଅନ୍ୟ କେହି ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରକାରର କାମ କରିଥାନ୍ତି । କିନ୍ତୁ ଏହି ଲକଡାଉନ ମଧ୍ୟରେ ବିବାହ କରିବା ପାଇଁ ଅନୁମତି ଦିଆଯାଉ ନାହିଁ । ଆପଣ ଯଦି ବିବାହ ଫଙ୍କସନ

ଆୟୋଜନ କରିବାକୁ ଚାହୁଁଛନ୍ତି ତେବେ କେବଳ ପୁଅ ଘର ଓ ଝିଅ ଘର ଲୋକମାନେ ମିଶି ଅଳ୍ପ ଲୋକମାନଙ୍କ ମଧ୍ୟରେ ବିବାହ କରି ପାରି ପାରିବେ । ଏମିତିରେ ବର୍ତ୍ତମାନ ସମୟରେ ଏହି ନିୟମ ମାନି ବହୁତ ବିବାହ ମଧ୍ୟ କରୁଛନ୍ତି ଦମ୍ପତ୍ତି । ଏହା ସହିତ ଓଲିଉଡର କିଛି ଷ୍ଟାରମାନେ ମଧ୍ୟ ଏହି ଲକଡାଉନ ମଧ୍ୟରେ ବିବାହ କରିସାରିଛନ୍ତି ଓ ଆସନ୍ତା କିଛି ଦିନ ମଧ୍ୟରେ ଅନ୍ୟ କିଛି ଓଲିଉଡ ଷ୍ଟାର ବିବାହ କରିବାକୁ ଯାଉଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ୨୦୨୧ର ଆସନ୍ତା କିଛି ମାସରେ ବିବାହ କରିବାକୁ ଯାଉଥିବା କିଛି ଓଲିଉଡ ଷ୍ଟାରମାନଙ୍କ ବିଷୟରେ କହିବୁ । ଯେଉଁମାନେ ଜଲ୍ଦି ହିଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଛନ୍ଦିତା

ଓଡିଆ ସିରିଏଲ ତାରା ତାରଣୀରେ ଛନ୍ଦିତା ଏକ ମୁଖ୍ୟ ଭୂମିକାରେ ନଜର ଆସନ୍ତି । ଏହା ସହିତ ଏହି ସିରିଏଲରେ ଛନ୍ଦିତାଙ୍କ ବହୁତ ସୁନ୍ଦର ଅଭିନୟ ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ କହିଦେଉଛୁ କି ଛନ୍ଦିତା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । କିନ୍ତୁ ଗୋଟିଏ ଇଣ୍ଟରଭିୟୁରେ ସେ କହିଛନ୍ତି କି ସେ ଆଗାମୀ କିଛି ଦିନ ମଧ୍ୟରେ ଅର୍ଥାତ ୨୦୨୧ରେ ବିବାହ କରି ପାରନ୍ତି ।

ଲୀପଶା ମିଶ୍ର

ଲୀପଶା ମିଶ୍ର ଓଲିଉଡ ଜଗତର ଜଣେ ଜଣା ଶୁଣା ନାଁ ଅଟନ୍ତି । ଫଟୋରେ ଆପଣ ଲୀପଶା ମିଶ୍ରଙ୍କ ସହ ଯେଉଁ ଯୁବକକୁ ଦେଖୁଛନ୍ତି ସେ ହେଉଛନ୍ତି ଲୀପଶା ମିଶ୍ରଙ୍କ ବୟଫ୍ରେଣ୍ଡ । ଯାହାଙ୍କୁ ସେ ଆଗାମୀ କିଛି ଦିନ ମଧ୍ୟରେ ବିବାହ କରିବେ ।

ଅମର ଓ ଜେସୀ

ଓଲିଉଡର ସବୁଠୁ ଜବରଦସ୍ତ ଯୋଡି ଅଟନ୍ତି ଅମର ଓ ଜେସୀ । ଶୁଟିଙ୍ଗ ସେଟରୁ ହିଁ ଏମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏମିତିରେ ବର୍ତ୍ତମାନ ଶୁଣା ଯାଉଛି କି ଆଗାମୀ କିଛି ଦିନ ମଧ୍ୟରେ ଏହି ଯୋଡି ଅସଲ ଜୀବନରେ ବି ବିବାହ କରିବାକୁ ଯାଉଛନ୍ତି ।

ଅଶ୍ଵିନ ଓ ପ୍ରେରଣା

ଜବରଦସ୍ତ ଆଙ୍କର ଅଶ୍ଵିନ ଓ ପ୍ରେରଣା ପରସ୍ପରକୁ ଭଲ ପାଆନ୍ତି । ଆଗାମୀ ଦିନରେ ବି ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ।

ସାଇ ଓ ସାରା

ସାଇଙ୍କୁ ବର୍ତ୍ତମାନ ସମୟରେ ଆପଣ କୁଆଁରୀ ବୋହୁ ସିରିଏଲରେ ଦେଖୁଥିବେ । ସାଇ ଓ ସାରାଙ୍କ ଲଭ ଷ୍ଟୋରି ଶୁଟିଙ୍ଗ ସେଟରୁ ଆରମ୍ଭ ହୋଇଛି ଓ ଆସନ୍ତା କିଛି ଦିନ ମଧ୍ୟରେ ବି ଏହି ଯୋଡି ବିବାହ କରିବାକୁ ଯାଉଛନ୍ତି ।

ଆଶିଷ ଓ ଶ୍ରଦ୍ଧା

ଆଶିଷ ଓ ଶ୍ରଦ୍ଧା ବି ପରସ୍ପରକୁ ଭଲ ପାଉଛନ୍ତି । ଆଗାମୀ ଦିନରେ ଏହି ଯୋଡି ବି ବିବାହ କରି ପାରନ୍ତି ବୋଲି କିଛି ସୂଚନା ମିଳୁଛି ।

ରାଜ ରାଜେଶ ଓ ଶ୍ରଦ୍ଧା ପାଣିଗ୍ରାହୀ

କହିଦେଉଛୁ କି ରାଜ ରାଜେସ ଓ ଶ୍ରଦ୍ଧା ପାଣିଗ୍ରାହୀ ଗତ ବର୍ଷ ନିର୍ବନ୍ଧ କରିସାରିଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ଆପଣ ଏହି ଯୋଡିର ବିବାହ ଖବର ଶୁଣିବାକୁ ପାଇବେ ।

ଲିପି ମହାପାତ୍ର

ଲିପି ଓଲିଉଡ ଦୁନିଆର ବହୁତ ପୁରୁଣା ଅଭିନେତ୍ରୀ ଅଟନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ବର୍ଷ ଅଭିନୟ କରୁଛନ୍ତି । କିନ୍ତୁ ବିବାହ ବୟସରେ ପହଞ୍ଚିସାରିଥିବା ଲିପି ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । କିନ୍ତୁ ଲିପିଙ୍କ ମାଙ୍କ ଅନୁସାରେ ଏହି ବର୍ଷ ଲିପି ବିବାହ କରି ପାରନ୍ତି ।

ବୁଧାଦିତ୍ୟ ମହାନ୍ତି

ବୁଧାଦିତ୍ୟ ମହାନ୍ତି ବର୍ତ୍ତମାନ ୪୪ ବର୍ଷର ହୋଇ ଗଲେଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାନ୍ତି । କିନ୍ତୁ କେବେ ବିବାହ କରିବେ ଏହା ବିଷୟରେ ସଠିକ କୌଣସି ସୂଚନା ହସ୍ତଗତ ହୋଇ ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *