ଏ ବର୍ଷ ଖୋଲିବ ତ ସ୍କୁଲ ? ଜାଣନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das

କୋଭିଡ ପରିସ୍ଥିତିରେ ଅଳ୍ପ ସୁଧାର ଓ ସମସ୍ତେ ପାଖାପାଖି ଭ୍ୟାକସିନ ନେବା ପରେ ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାକୁ ଦୃଷ୍ଟିରେ ରଖି ବିଶ୍ଵ ବିଦ୍ୟାଳୟ, ମହା ବିଦ୍ୟାଳୟ, ଯୁକ୍ତ ଦୁଇ ଓ ନବମ ଏବଂ ଦଶମ ଶ୍ରେଣୀ ଖୋଲିବା ପାଇଁ ଅନୁମତି ଦେଇଥିଲେ । ଏମିତିରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି କଣ ଏବେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଖୋଲିବ ? ରାଜ୍ୟ ସରକାର ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ କଣ ଖୋଲି ପାରନ୍ତି ସ୍କୁଲ ଏହାକୁ ବର୍ତ୍ତମାନ ଚର୍ଚା ଚାଲିଛି ।

ଦେଶର କରୋନାର ଦ୍ଵିତୀୟ ଲହରର ଭୟଭୟତା କମ ହେବା ପରେ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ହେବା ପରେ ଦେଶର ୫ ଟି ରାଜ୍ୟ ନିଜ ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । ତେଲଙ୍ଗାନା, ହରିୟାନା, ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟ ସେପ୍ଟେମ୍ବର ପ୍ରାଥମିକ ଶିକ୍ଷାକୁ ପୁନଃ ଆରମ୍ଭ କରିବା ପାଇଁ ଘୋଷଣା କରଛନ୍ତି ।

ଏହି ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଓଡିଶାରେ କେବେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଖୋଲିବ ଏହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଅନ୍ୟ ରାଜ୍ୟ ଅପେକ୍ଷା ବର୍ତ୍ତମାନ ଓଡିଶାରେ କରୋନାର ସ୍ଥିତି କାବୁରେ ଅଛି । ଜନସାଧାରଣ ବି ସ୍ଵଭାବିକ ରୂପରେ ନିଜର କାମ କରୁଛନ୍ତି । କିଛି ଛାତ୍ର ଛାତ୍ରୀ ଓ ତାଙ୍କର ଅଭିଭାକମାନେ କହିଛନ୍ତି କି ସମସ୍ତ ପିଲାମାନଙ୍କର ଶ୍ରେଣୀ ଗୃହ ପାଠ ପଢା ଆରମ୍ଭ କରାଯାଉ ।

କରୋନାର ଦୁଇ ଦୁଇଟି ଲହର ଦେଶରେ ମାଡି ଆସିବାରୁ ଆଜି ଠାରୁ ପାଖାପାଖି ୧.୫ ବର୍ଷ ହେବ ସମସ୍ତ ପିଲାମାନଙ୍କର ଶ୍ରେଣୀ ଗୃହ ଶିକ୍ଷା ବନ୍ଦ ହୋଇ ଯାଇଛି । ସ୍କୁଲ ଯାଇ ଶିକ୍ଷକ ଓ ଶିକ୍ଷୟତ୍ରିଙ୍କ ସହ ପାଠ ପଢିବା କଥା ପ୍ରାୟତଃ ପିଲାମାନେ ଭୁଲି ବି ଗଲେଣି । ଅନ୍ୟ ପଟେ କେତେକ ପିଲାମାନେ ଅଭାବ ଓ ସ୍କୁଲ ବନ୍ଦ ରହିଥିବା କାରଣରୁ ପାଠ ମଧ୍ୟ ଛାଡି ସାରିଲେଣି । କିନ୍ତୁ କେତେକ ପିଲାମାନଙ୍କୁ ମୋବାଇଲ ଓ ଲାପଟପରେ ଅନ୍ଲାଇନରେ ପାଠ ପଢୁଛନ୍ତି ।

କିନ୍ତୁ ଅଭିଭାବକ ଓ ଛାତ୍ର ଛାତ୍ରୀମାନେ ଏହାକୁ ବନ୍ଦ କରି ଜଲ୍ଦି ହିଁ ସ୍କୁଲ ଖୋଲିବା ପାଇଁ ସମସ୍ତେ ଚାହୁଁଛନ୍ତି । କିନ୍ତୁ ଅନ୍ୟ ପଟେ ତୃତୀୟ ଲହରର ଆଶଙ୍କା ବି ଅଛି । ଯାହାକି ବେଳେ ବେଳେ ମନରେ ଭୟ ବି ସୃଷ୍ଟି କରୁଛି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି କି ରାଜ୍ୟ ସରକାର କେବେ ସ୍କୁଲ ଖୋଳିବେ ନା ନାହିଁ ଏହାକୁ ନେଇ ଜଲ୍ଦି ହିଁ ନିଷ୍ପତି ନେବେ । କିନ୍ତୁ କୁହାଯାଉଛି କି ଗଣେଶ ପୂଜା ପର ଠାରୁ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠ ପଢା ଆରମ୍ଭ ହୋଇପାରେ ।

Leave a Reply

Your email address will not be published. Required fields are marked *